ଓଡିଶା

odisha

ETV Bharat / state

ପ୍ରାରମ୍ଭିକ ଟ୍ରେଣ୍ଡରେ ବଢିଲା ବିଜେଡି ଚିନ୍ତା; ମୁଖ୍ୟମନ୍ତ୍ରୀ ପଛରେ, ବିଜେପି ଡେଇଁଲା ମ୍ୟାଜିକ୍ ନମ୍ବର - Odisha Assembly results 2024 - ODISHA ASSEMBLY RESULTS 2024

Odisha Assembly Election Results 2024 BJP Leading against BJD: ପ୍ରାରମ୍ଭିକ ଟ୍ରେଣ୍ଡ ବଢାଇଲା ବିଜେଡିର ଚିନ୍ତା । ଓଡ଼ିଶାରେ ଆଗରେ ମାଡିଚାଲିଛି ବିଜେପି । ୨୪ ବର୍ଷର ଶାସକ ଦଳକୁ ପଛରେ ଛାଡି ବିଜେପି ୭୩ ଆସନରେ ଲିଡ୍ କରୁଛି । ଅଧିକ ପଢନ୍ତୁ

ପ୍ରାରମ୍ଭିକ ଟ୍ରେଣ୍ଡରେ ବଢିଲା ବିଜେଡି ଚିନ୍ତା, ଓଡ଼ିଶାରେ ଆଗୁଆ ମାଡିଚାଲିଛି ବିଜେପି
ପ୍ରାରମ୍ଭିକ ଟ୍ରେଣ୍ଡରେ ବଢିଲା ବିଜେଡି ଚିନ୍ତା, ଓଡ଼ିଶାରେ ଆଗୁଆ ମାଡିଚାଲିଛି ବିଜେପି (ETV Bharat Odisha)

By ETV Bharat Odisha Team

Published : Jun 4, 2024, 11:20 AM IST

ଭୁବନେଶ୍ବର:ରାଜ୍ୟରେ ଭୋଟ ଗଣତି ଜାରି ରହିବା ସହିତ ବଢୁଛି ବିଜୁ ଜନତା ଦଳର ଚିନ୍ତା । ନିର୍ବାଚନୀ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ, ଓଡ଼ିଶାରେ ଆଗୁଆ ରହିଛି ବିଜେପି । ୨୪ ବର୍ଷର ଶାସକ ବିଜେଡି ଦଳକୁ ପଛରେ ପକାଇ ବିଜେପି ଆଗରେ ମାଡି ଚାଲିଛି । ସାମ୍ପ୍ରତିକ ଟ୍ରେଣ୍ଡ ଅନୁସାରେ, ୧୪୭ ବିଧାନସଭା ଆସନରୁ ବିଜେଡି ୫୭ଟି ଆସନରେ ଲିଡ୍ କରୁଥିବାବେଳେ ୭୩ ଆସନରେ ଲିଡ୍ କରୁଛି ବିଜେପି । ଅର୍ଥାତ୍ ଓଡ଼ିଶାରେ ବିଜେପି ମ୍ୟାଜିକ୍ ନମ୍ବର ଛୁଇଁ ସାରିଛି ।

ଏହା ମଧ୍ୟ ପଢନ୍ତୁ: ଲୋକସଭା ନିର୍ବାଚନ ଜନାଦେଶ: ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ପାର୍ କଲା NDA, କେଉଁ ଆସନରେ କିଏ ଆଗରେ - Lok Sabha Election Results 2024


ପ୍ରାୟ ସମସ୍ତ ଆସନରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡା ଫାଇଟ୍ ହେଉଛି । କଂଗ୍ରେସ ୧୪ଟି ଏବଂ ୩ଟି ଆସନରେ ଅନ୍ୟାନ୍ୟ ଆଗରେ ଅଛନ୍ତି । ପ୍ରାରମ୍ଭିକ ଟେଣ୍ଡ ଅନୁସାରେ, ଅନୁଗୋଳ, ଆଠମଲ୍ଲିକ, ଛେଣ୍ଡିପଦା, ଲୋଇସିଂହା, ପାଟନାଗଡ, ଟିଟିଲାଗଡ଼, ବାଲେଶ୍ବର, ନୀଳଗିରି, ରେମୁଣା, ସମୁଳିଆ, ଅତାବିରା, ଭଟଲି, ବିଜେପୁର, ଚାନ୍ଦବାଲି, ଧାମନଗର, ବୌଦ୍ଧ, କଣ୍ଟାମାଳ, ବାଙ୍କି ପ୍ରମୁଖ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ଓଡ଼ିଶାର ଲୋକସଭା ଆସନଗୁଡିକରେ ମଧ୍ୟ ବିଜେପି ବିଜେଡି ଠାରୁ ବହୁ ସିଟ୍ ଆଗରେ ରହିଛି । ୧୮ ଆସନରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ । ଶାସକ ବିଜୁ ଜନତା ଦଳ ମାତ୍ର ଗୋଟିଏ ଏବଂ କଂଗ୍ରେସ ୨ଟି ଲୋକସଭା ଆସନରେ ଆଗରେ ଅଛନ୍ତି । ସମ୍ବଲପୁର ଲୋକସଭା ସିଟରେ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ ଅପରାଜିତା ଷଡଙ୍ଗୀ, ପୁରୀରେ ସମ୍ବିତ ପାତ୍ର, ସୁନ୍ଦରଗଡରେ ଜୁଏଲ ଓରାମ, କଳାହାଣ୍ଡିରେ ମାଳବିକା ଦେବୀ ବିଜେଡି ପ୍ରାର୍ଥୀଙ୍କ ଠାରୁ ଆଗରେ ଚାଲିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details