ଓଡିଶା

odisha

ETV Bharat / state

ରାଜ୍ୟରେ ଅଂଶୁଘାତରେ ଯାଇଛି କେତେ ଜୀବନ ? ଆସିଲା ରିପୋର୍ଟ - Sunstroke Deaths In Odisha

Sunstroke Deaths In Odisha: SRCଙ୍କ ରିପୋର୍ଟ ଅନୁସାରେ ଅଂଶୁଘାତରେ ଏଯାଏଁ ୪୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଅନ୍ୟ ୭୩ ଟି ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଛି । ଅଧିକ ପଢନ୍ତୁ

41 Sunstroke Deaths In Odisha
41 Sunstroke Deaths In Odisha (ETV Bharat Odisha)

By ETV Bharat Odisha Team

Published : Jun 10, 2024, 4:42 PM IST

ଭୁବନେଶ୍ବର: ଦେଶରେ ମୌସୁମୀ ଛୁଇଁବା ସତ୍ତ୍ବେ ରାଜ୍ୟ ଜାରି ରହିଛି ପ୍ରଚଣ୍ଡ ତାତି ଓ ଖରା । ଅସହ୍ୟ ଗ୍ରୀଷ୍ମପ୍ରବାହ ପାଇଁ ଦିନକୁ ଦିନ ବଢୁଛି ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା । ଯାହାକୁ ନଜର ରଖି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଛି ସତର୍କବାଣୀ । ଜନସ୍ବାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ‘ପାଣିପାଗ ପରିବର୍ତ୍ତନ ହେବା ଖୁସିର ବିଷୟ । ହେଲେ SRCଙ୍କ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫୧ଟି ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସିଛି । ଅଂଶୁଘାତରେ ଏଯାଏଁ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ଯୁଗ୍ମ ତଦନ୍ତ ପରେ ସ୍ପଷ୍ଟ ହୋଇଛି । ଅନ୍ୟ ୭୩ ଟି ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଛି ।’

41 Sunstroke Deaths In Odisha (ETV Bharat Odisha)

କିଛି ମୃତଦେହ ପରିବାର ଲୋକ ପୋଷ୍ଟମର୍ଟମ ନ କରି ନେଇ ଯାଇଛନ୍ତି । ଗତକାଲି ୧୬ ଜଣ ଅଂଶୁଘାତ ଯୋଗୁଁ ବିଭିନ୍ନ ଡାକ୍ତରଖାନାରେ ଆଡ଼ମିଶନ ହୋଇଛନ୍ତି । ଚଳିତ ବର୍ଷ ଏ ଯାଏଁ ୨୨୬୯ ଜଣ ଅଂଶୁଘାତରେ ଚିକତ୍ସିତ ହୋଇଛନ୍ତି । ଯେହେତୁ ଏବେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ଲୋକମାନେ ସତର୍କ ରୁହନ୍ତୁ ବୋଲି ଅନୁରୋଧ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି । ପ୍ରତ୍ୟେକ ଦିନ ପାଖାପାଖି ୧୦ ଜଣ ଅଂଶୁଘାତ ଦ୍ଵାରା ପ୍ରଭାବିତ ବ୍ୟକ୍ତି ହସ୍ପିଟାଲ୍‌କୁ ଆସୁଛନ୍ତି । ସେମାନଙ୍କୁ ଉତ୍ତମ ଚିକିତ୍ସା କରାଯାଉଥିବା ସହ ଓଆରଏସ ମଧ୍ୟ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ ...ବଢ଼ିଲା ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା, 9କୁ ବୃଦ୍ଧି

ଅଂଶୁଘାତ ଦ୍ଵାରା ପ୍ରଭାବିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ଆଣିବା ପୂର୍ବରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାର ଆବଶ୍ୟକତା ରହିଛି । ପ୍ରଥମେ ବ୍ୟକ୍ତିଙ୍କ ଶରୀରକୁ ଓଦା କପଡ଼ାରେ ଗୁଡ଼ାଇ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନେଇ ଆସିବା ଜରୁରୀ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ । ଅନ୍ୟପଟେ ଅଂଶୁଘାତ ପାଇଁ ସତର୍କ ରହିବାକୁ ସମସ୍ତ ଡାକ୍ତରଖାନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ହସ୍ପିଟାଲ, CHC, PHC ଗୁଡିକରେ ବେଡ଼ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି ।

ହିଟ କ୍ରାମ୍ପସ, ହିଟ ଷ୍ଟ୍ରୋକସର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ପ୍ରସ୍ତୁତ ରହିଛନ୍ତି ହସ୍ପିଟାଲ । ଅଂଶୁଘାତ ହେଲେ ଜିଭ ଶୁଖିଯିବା, ବାନ୍ତି ଲାଗିବା, ବ୍ଲଡ ପ୍ରେସର କମିବା, ଦେହ ହାତ ଘୋଳା ବିନ୍ଧା ହେବା, ଗମଗମ ଝାଳ ବୋହିବା ଭଳି ଲକ୍ଷଣ ଦେଖାଦେଇଥାଏ । ବିଶେଷ ଭାବରେ ଖଣି ଅଞ୍ଚଳରେ କାମ କରୁଥିବା ଲୋକମାନେ ସେମାନେ ନିଜର ସୁରକ୍ଷା ରଖିବା ଆବଶ୍ୟକ । ଦିନ ୧୦ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବାହାରେ ଅର୍ଥାତ ଖରାରେ କାମ କରିବାକୁ ବାରଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details