ଓଡିଶା

odisha

ETV Bharat / state

ଭୀମ ଭୋଇ ମେଡିକାଲ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ, ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ - Mukesh Mahaling visits balangir

Mukesh Mahaling visits Balangir: ବଲାଙ୍ଗୀର ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଭୀମ ଭୋଇ ମେଡିକାଲ ପରିଦର୍ଶନ କରିବା ସହ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ । ଅଧିକ ପଢନ୍ତୁ

MUKESH MAHALING VISITS BALANGIR
MUKESH MAHALING VISITS BALANGIR (ETV BHARAT ODISHA)

By ETV Bharat Odisha Team

Published : Jun 17, 2024, 2:12 PM IST

ବଲାଙ୍ଗୀର: ମୋହନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ପ୍ରଥମ ଥର ବଲାଙ୍ଗୀର ଗସ୍ତ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜିଲ୍ଲାରେ ପହଞ୍ଚିବା ପରେ କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ । ଗସ୍ତ ସମୟରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା ପରିଦର୍ଶନ କରିବା ସହ ମା' ସମଲେଇ ଓ ମା' ପାଟଣେଶ୍ୱରୀଙ୍କ ଦର୍ଶନ କରି ପୂଜା ଅର୍ଚ୍ଚନା କରିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

MUKESH MAHALING VISITS BALANGIR (ETV BHARAT ODISHA)


ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ଓ ଇଲୋକ୍ଟ୍ରୋନିକ ଆଇଟି ବିଭାଗ ମନ୍ତ୍ରୀ ହେବାପରେ ପ୍ରଥମେ ଗତକାଲି ବଲାଙ୍ଗୀର ଗସ୍ତ କରିଥିଲେ । ଜିଲ୍ଲାରେ ପହଞ୍ଚିବା ପରେ ପ୍ରଥମେ ବଲାଙ୍ଗୀର ସୋନପୁର ଜିଲ୍ଲା ବଇଁରାସରଠାରେ ସାଧାରଣ ଲୋକେ ଓ ବିଜେପି ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଥିଲା । ସେହିପରି ବଲାଙ୍ଗୀର ପୁଇନ୍ତାଲା ଓ ଗଇନ୍ତଲାଠାରେ ମଧ୍ୟ ଲୋକେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା ପରିଦର୍ଶନ କରି କର୍ମଚାରୀ ତଥା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହାପରେ ସେ ଇଷ୍ଟ ଦେବୀ ମା' ସମଲେଶ୍ଵରୀ ଓ ମା' ପାଟଣେଶ୍ୱରୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ଦର୍ଶନ ପରେ ସହରରେ ଏକ ବିରାଟ ଶୋଭାଯାତ୍ରାରେ ସାମିଲ ହୋଇଥଲେ ।

ଏହା ମଧ୍ୟ ପଢନ୍ତୁ-ମାନବିକତା ଦେଖାଇଲେ ପରିବହନ ମନ୍ତ୍ରୀ, ଦୁର୍ଘଟଣା ଆହତଙ୍କୁ ପଠାଇଲେ ହସ୍ପିଟାଲ - MINISTER HELP ACCIDENT VICTIM

ବଲାଙ୍ଗୀର ସାମ୍ବାଦିକ ଭବନରେ ବଲାଙ୍ଗୀର ଦୁଲ୍ ଦୁଲି କଳା ପରିଷଦ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁକେଶ ମହାଲିଙ୍ଗ । ଯେଉଁଥିରେ ସହର ତଥା ଜିଲ୍ଲାର ଶତାଧିକ ସଂଗଠନ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଗସ୍ତ ସମୟରେ ମନ୍ତ୍ରୀ କହିଛନ୍ତି ଯେ, ସାରା ଓଡ଼ିଶାରେ ସ୍ବାସ୍ଥ୍ୟ ସେବା ଏକ ବଡ଼ ଚେଲେଞ୍ଜ ଏବଂ ପ୍ରତ୍ୟେକ ଘରେ କିଛି ନା କିଛି ସ୍ବାସ୍ଥ୍ୟ ସମସ୍ୟା ରହିଛି । ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରୟାସ କରି ଆସୁଛି । ଡାକ୍ତରଖାନା ମାନଙ୍କରେ ଖାଲି ପଡିଥିଲା ଡାକ୍ତର ପଦବୀ ପୂରଣ ପ୍ରଥମ ଲକ୍ଷ୍ୟ । ପଛୁଆ ଜିଲ୍ଲା ବଲାଙ୍ଗୀରରେ ଯେମିତି ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ତା' ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details