ଓଡିଶା

odisha

ETV Bharat / state

ଟ୍ବିନ ସିଟି ପରେ ଟ୍ରାଇସିଟି ପରିକଳ୍ପନା, ଏକ ହେବ କଟକ-ଭୁବନେଶ୍ବର-ପୁରୀ - TRI CITY PLAN

ବଦଳିବ ତିନି ସହରର ଯୋଗାଯୋଗ ଓ ପରିବହନ ଢାଞ୍ଚା । ନିର୍ମାଣ ହେବ ଏକାଧିକ ଫ୍ଲାଇଓଭର । ଡବଲ-ଡେକର ବସ ପରି ପବ୍ଲିକ ଟ୍ରାନ୍ସପୋର୍ଟକୁ ଫୋକସ୍‌ ।

ଟ୍ରାଇସିଟିର ପରିକଳ୍ପନା
ଟ୍ରାଇସିଟିର ପରିକଳ୍ପନା (@HUDDeptOdisha)

By ETV Bharat Odisha Team

Published : Jan 12, 2025, 6:06 PM IST

ଭୁବନେଶ୍ବର: ଯୋଡି ହେବ ହେବ ରାଜଧାନୀ ଭୁବନେଶ୍ବର, ସିଲିଭର ସିଟି ଓ ଆଧ୍ୟାତ୍ମିକ ରାଜଧାନୀ ଶ୍ରୀକ୍ଷେତ୍ର ପୁରୀ । ‘ଟ୍ବିଟସିଟି’ ପରେ ରାଜ୍ୟର ଏହି ତିନି ପ୍ରମୁଖ ସହରକୁ ଯୋଡି ‘ଟ୍ରାଇସିଟି’ ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର । ଏହାପାଇଁ ଏକାଧିକ ପ୍ରସ୍ତାବିତ ଟାଉନପ୍ଲାନିଂ ଯୋଜନା ପ୍ରସ୍ତୁତ କରାଯାଇଛି । ଏନେଇ ନିଜେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

  • ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ

ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି,‘‘ସହରାଞ୍ଚଳ ଟ୍ରାଫିକ୍‌ ସମସ୍ୟା ଦୂର ପାଇଁ ଅଧିକ ଓଭରବ୍ରିଜ୍‌ ନିର୍ମାଣ କରାଯିବ । ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ରିଂରୋଡ଼ ଓ ଓଭରବ୍ରିଜ କିପରି ଓ କେମିତି ନିର୍ମାଣ କରାଯାଇ ପାରିବ, ସେନେଇ ମୁଖ୍ୟମନ୍ତ୍ରୀ ଦୁଇଥର ବୈଠକ କରି ତୁରନ୍ତ ପ୍ଲାନ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇ ସାରିଛନ୍ତି । ଏନେଇ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଓ ପୂର୍ତ୍ତ ବିଭାଗ ସହ ଆଲୋଚନା ହୋଇଛି । ବର୍ତ୍ତମାନ ଦେଖାଯାଉଥିବା ଟ୍ରାଫିକ ସମସ୍ୟାକୁ ଦୂର ପାଇଁ ଆମେ ପବ୍ଲିକ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଅଧିକ ବଢ଼ାଉଛୁ । ଡବଲ-ଡେକର ବସ୍‌ ସେବା ଆରମ୍ଭ କରାଯାଇଛି । ଖୁବଶୀଘ୍ର ଏହି ‘ଟ୍ରାଇସିଟି’ ବା ‘ଟ୍ରିପଲ୍‌ ସିଟି’ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ।’’

ଏକ ହେବ କଟକ-ଭୁବନେଶ୍ବର ଓ ପୁରୀ: ‘ଟୁଇନସିଟି’ ପରେ ସରକାରଙ୍କ ‘ଟ୍ରାଇସିଟି’ ପରିକଳ୍ପନା (ETV Bharat Odisha)
  • ପୁରୀକୁ ଛାଡି ପରିକଳ୍ପନା ଅସମ୍ଭବ: ମନ୍ତ୍ରୀ

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ ଶ୍ରୀକ୍ଷେତ୍ର ପୁରୀକୁ ଛାଡିଲେ ଏହି ପରିକଳ୍ପନା ସମ୍ଭବନୁହେଁ । ପୁରୀରେ ଅପାର ସମ୍ଭାବନା ରହିଛି । ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ରାଜ୍ୟ ସରକାର ‘ଟ୍ରାଇସିଟି’ କରିବେ । ତିନି ସହର ମଧ୍ୟରେ ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ‘ଟ୍ରାଇସିଟି’କୁ ପ୍ଲାନକୁ ଡେଭଲପ୍‌ କରିବେ ରାଜ୍ୟ ସରକାର । ପୁରୀକୁ ବିଶ୍ଵସ୍ତରୀୟ କରିବାକୁ ପ୍ଲାନ୍ ଅଛି । ‘ଟ୍ରାଇସିଟି’ରେ ସର୍ବତ୍ତୋମ ଗମନାଗମନ ସୁବିଧା ସହିତ ଆଧୁନିକ ସହର ଗୁଡିକରେ ଉପଲବ୍ଧ ହେଉଥିବା ସବୁ ଆଵଶ୍ୟକତା ପୂରଣ କରାଯିବ ।’’

ଏହା ମଧ୍ୟ ପଢନ୍ତୁ:-

ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ପହଞ୍ଚିଲା ଡବଲ-ଡେକର ବସ, ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଲାଣି ରାଜଧାନୀ

  • ଟାଉନ ପ୍ଲାନିଂ ସ୍କିମକୁ ଗୁରୁତ୍ବ: ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି,‘‘ ଭୁବନେଶ୍ୱର ହେଉଛି ଏକ ପ୍ଲାନଡ଼ ସିଟି । ତେଣୁ ରାଜଧାନୀରେ କୌଣସି ଅନପ୍ଲାନଡ଼ କାର୍ଯ୍ୟ କରାଯିବନାହିଁ । ନୀତି, ନିୟମ ଭିତରେ ସହରର କଳେବର ବୃଦ୍ଧି ପାଇଁ ଯୋଜନା କରାଯାଉଛି । ଅଧିକରୁ ଅଧିକ ଟାଉନ୍‌ ପ୍ଲାନିଂ ସ୍କିମ୍‌ ଉପରେ ଗୁରୁତ୍ୱ ଦିଆଯାଉଛି । କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ସମସ୍ତ ସହରାଞ୍ଚଳରେ ଟାଉନ ପ୍ଲାନିଂ ସ୍କିମ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଅଧିକ କାର୍ଯ୍ୟାଳୟ ଓ ମାନବ ସମ୍ବଳର ବ୍ୟବସ୍ଥା ମଧ୍ୟ ହେବ । ପ୍ଲାନିଂ ପାଇଁ ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ । ସହରାଞ୍ଚଳରେ କୌଣସି ଅନପ୍ଳାନ୍ଡ କାମ ହେବନି । କଟକ, ବ୍ରହ୍ମପୁର, ରାଉରକେଲାରେ ଅନେକ ଟାଉନ ପ୍ଲାନିଂ ସ୍କିମ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details