ଓଡିଶା

odisha

By ETV Bharat Odisha Team

Published : Jan 21, 2024, 9:34 PM IST

ETV Bharat / state

ରାଜ୍ୟପାଳଙ୍କ ଦିନିକିଆ ଯାଜପୁର ଗସ୍ତ, ମା' ବିରଜାଙ୍କୁ କଲେ ଆରାଧନା

Governor of Odisha in a day visit to Jajapur : ରାଜ୍ୟପାଳ ରଘୁବର ଦାସଙ୍କର ଯାଜପୁର ଗସ୍ତ । ଗସ୍ତରେ ଆସି ଜିଲ୍ଲାର ଜନସାଧାରଣଙ୍କ ସହିତ ବିଭିନ୍ନ ଉନ୍ନତିମୂଳକ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

ରାଜ୍ୟପାଳଙ୍କ ଦିନିକିଆ ଯାଜପୁର ଗସ୍ତ
ରାଜ୍ୟପାଳଙ୍କ ଦିନିକିଆ ଯାଜପୁର ଗସ୍ତ

ରାଜ୍ୟପାଳଙ୍କ ଦିନିକିଆ ଯାଜପୁର ଗସ୍ତ

ଯାଜପୁର: ରାଜ୍ୟପାଳ ରଘୁବର ଦାସଙ୍କର ଦିନିକିଆ ଯାଜପୁର ଗସ୍ତ । ଗସ୍ତରେ ଆସି ଜିଲ୍ଲାର ଜନସାଧାରଣଙ୍କ ସହିତ ବିଭିନ୍ନ ଉନ୍ନତିମୂଳକ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ପ୍ରଥମେ ମା’ ବିରଜାଙ୍କ ଦର୍ଶନ ଏ ପୂଜାପାଠ ପରେ ମିଶନ ଶକ୍ତି ଭବନ ଯାଇଥିଲେ । ପରେ ଦଶରଥପୁର ବ୍ଲକ ଯାଇ ସେଠାରେ ଲୋକଙ୍କୁ ଭେଟି ଆଲୋଚନା କରିଥିଲେ ।

ଦିନିକିଆ ଯାଜପୁର ଗସ୍ତରେ ରାଜ୍ୟପାଳ ଯାଇଥିଲେ । ସେଠାରେ ସେ ଲୋକଙ୍କ ସହ ଅନେକ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ସେ ପୂର୍ବାହ୍ନରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରରେ ପହଞ୍ଚିବା ପରେ ଦର୍ଶନ କରିବା ସହିତ ମନ୍ଦିର ଚତୁଃପାର୍ଶ୍ଵରେ ପରିକ୍ରମା କରିଥିଲେ । ପରେ ସ୍ୱତନ୍ତ୍ର ପୂଜା ପାଠ କରିବା ପରେ ମିଶନ ଶକ୍ତି ଭବନ ଯାଇ ମିଶନ ଶକ୍ତିର ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ । ଏହା ପରେ ଦଶରଥପୁର ବ୍ଲକ ଅଭିମୁଖେ ଯାତ୍ରା କରିଥିଲେ । ଏହାପରେ ରାଜ୍ୟପାଳ ରଘୁବର ଦାସ ଅପରାହ୍ନ ୨ଟାରେ ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ଭେଟିଛନ୍ତି । ପ୍ରଥମେ ଖଣ୍ଡରା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସେଠାରେ ଏକ ସଭାରେ ଯୋଗ ଦେବା ସହ ଲୋକଙ୍କୁ ଭେଟି ସରକାରୀ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହା ପରେ ରାସ୍ତାରେ ଯାଉଥିବା ବେଳେ ରାସ୍ତାକଡ଼ର ଏକ ମାଟି ଘରକୁ ଯାଇ ତାଙ୍କ ଭଲ ମନ୍ଦ କଥା ବୁଝିଥିଲେ । ଏହି ସମୟରେ ରାଜ୍ୟପାଳ ସେହି ପରିବାରକୁ ୧ ଲକ୍ଷ ଟଙ୍କା ଦେବା ସହିତ ଆବାସ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗସ୍ତ କାଳରେ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଏବଂ ସଂଗଠନର କର୍ମକର୍ତ୍ତାଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ବିଭିନ୍ନ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...୨୦ ଜଣ ପାଇବେ ରାଜ୍ୟପାଳ ପୋଲିସ ପଦକ, ଗଣତନ୍ତ୍ର ଦିବସରେ‌ ହେବେ ସମ୍ମାନିତ

ଏହି ପରିପକ୍ଷରେ ରାଜ୍ୟପାଳ ଅପରାହ୍ନରେ କୋରେଇ ନିର୍ବାଚନ ମଣ୍ଡଳୀ ସ୍ଥିତ ହରିପୁର ପ୍ରାଥମିକ ସ୍ୱାସ୍ଥ୍ୟଆରୋଗ୍ୟ କଲ୍ୟାଣ କେନ୍ଦ୍ରରେ ପହଞ୍ଚିଥିଲେ l ଏଥିସହିତ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ବୁଲି ଚିକିତ୍ସା ସେବା କାର୍ଯ୍ୟ ଗୁଡିକୁ ଦେଖିବା ସହିତ ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଚିକିତ୍ସା ସେବା ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସପି ଭିନୀତ ଅଗ୍ରୱାଲ, ଜିଲ୍ଲା ମୂଖ୍ୟ ନିର୍ବାହୀ ଅଧିକାରୀ ଅଶୋକ ବେହୁରୀଆ, ଦଶରଥପୁର ବିଡ଼ିଓ ଆକାଶ ପଟ୍ଟନାୟକଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details