ଓଡିଶା

odisha

ETV Bharat / state

କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, 'ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ MoU' - STEEL PLANT IN KENDUJHAR

କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ନେଇ 'ଉତ୍କର୍ଷ ଓଡ଼ିଶା' କାର୍ଯ୍ୟକ୍ରମରେ ଚୁକ୍ତି (MoU) ସ୍ବାକ୍ଷରିତ ହେବା ସମ୍ଭାବନା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ସଂକେତ ।

MoU for mega steel plant in Keonjhar
MoU for mega steel plant in Keonjhar (ETV Bharat Odisha)

By ETV Bharat Odisha Team

Published : Jan 14, 2025, 9:30 PM IST

Updated : Jan 15, 2025, 9:36 AM IST

କେନ୍ଦୁଝର: ଜନ୍ମମାଟି କେନ୍ଦୁଝର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ 'ଉତ୍କର୍ଷ ଓଡ଼ିଶା' କାର୍ଯ୍ୟକ୍ରମରେ କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

  • ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ MoU :

ମଙ୍ଗଳବାର (୧୪ ଜାନୁଆରୀ) ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରାଠାରେ ଏକ ନବନିର୍ମିତ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ହେବ । ଏଥିପାଇଁ ଭୁବନେଶ୍ୱରରେ ଆଗାମୀ ୨୮-୨୯ ତାରିଖରେ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଏକ ଚୁକ୍ତିନାମା (MoU) ସ୍ବାକ୍ଷରିତ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି, "କେନ୍ଦୁଝରର ବିକାଶକୁ ପ୍ରାଥମିକତା ଦିଆଯାଉଛି । ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ ଆଦି ସବୁ କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ।"

Mega Still Plant In Kendujhar (ETV Bharat Odisha)
  • ଝୁମ୍ପରା-ଉଖୁଣ୍ଡା ରାସ୍ତାରେ କେନାଲ:

ଝୁମ୍ପୁରାଠାରେ ଉଦଘାଟିତ ଏହି ନବନିର୍ମିତ ସେତୁଟି ଯୋଗାଯୋଗ ପାଇଁ ସହାୟକ ହେବ । ଝୁମ୍ପରା-ଉଖୁଣ୍ଡା ରାସ୍ତାରେ କେନାଲ ଉପରେ ନିର୍ମିତ ହୋଇଛି । ଏହାଦ୍ବାରା ଝୁମ୍ପୁରା ଓ ଶ୍ରୀରାମପୁର ଗ୍ରାମ ଯୋଡ଼ି ହୋଇପାରିଛି । ଏହାଦ୍ବାରା ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସହିତ ଦୈନିକ ୫ ହଜାରରୁ ୧୦ ହଜାର ଲୋକ ଉପକୃତ ହେବେ । ଏହି ସେତୁର ଦୈର୍ଘ୍ୟ ୬୭ ମିଟର ଓ ଆପ୍ରୋଚ୍ ରୋଡ୍‌ ୧୭୫ ମିଟର । ଏହାପରେ ମୁଖ୍ୟମନ୍ତ୍ରୀ ନିଜ ରାଇକଳା ସ୍ଥିତ ବାସଭବନ ଯାଇ କିଛି ସମୟ କଟାଇଥିଲେ । ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

Mega Still Plant In Kendujhar (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...କେନ୍ଦୁଝରରେ ମକର ପାଳିବେ ମୁଖ୍ୟମନ୍ତ୍ରୀ; ଆଜିଠାରୁ ୩ ଦିନିଆ ଜିଲ୍ଲା ଗସ୍ତ କରିବେ - CM KENDUJHAR VISIT

ଏହା ବି ପଢନ୍ତୁ...ତିନିଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇଲେ ମକର ବୁଡ

  • କାଲି ଦିଲ୍ଲୀରେ ‘ଆୟୁଷ୍ମାନ ଭାରତ’ ଚୁକ୍ତିନାମା ସ୍ବାକ୍ଷର କରିଥିଲେ ମୁଖ୍ୟମନ୍ତ୍ରୀ

ସୋମବାର ଦିନ ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ ତିନିଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ । ବୈତରଣୀରେ ମକର ସ୍ନାନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ୟାମ ସୁନ୍ଦରପୁର ଗ୍ରାମରେ ବିଜେପି କାର୍ଯ୍ୟକର୍ତ୍ତା ହରିହର ମହାନ୍ତଙ୍କ ଘରେ ମକର ପିଠା ଖାଇଥିଲେ । ପ୍ରତିବର୍ଷ ମକର ସଂକ୍ରାନ୍ତିରେ ବୈତରଣୀ ନଦୀରେ ବୁଡ ପକାନ୍ତି ମୁଖ୍ୟମନ୍ତ୍ରୀ । ଚଳିତବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ସଂସ୍କୃତିକୁ ମନେପକାଇ ବୈତରଣୀରେ ବୁଡ ପକାଇଛନ୍ତି । ଏହାପରେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Mega Still Plant In Kendujhar (ETV Bharat Odisha)
Mega Still Plant In Kendujhar (ETV Bharat Odisha)
Mega Still Plant In Kendujhar (ETV Bharat Odisha)

ଇଟିଭି ଭାରତ, କେନ୍ଦୁଝର

Last Updated : Jan 15, 2025, 9:36 AM IST

ABOUT THE AUTHOR

...view details