କୋରାପୁଟ: ଫେବୃଆରୀ ୩ରୁ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଯାହା ପାଇଁ ସମସ୍ତ ଓଡ଼ିଶାବାସୀ ମଧ୍ୟରେ ଦେଖା ଦେଇଛି ଉତ୍କଣ୍ଠା । ସେନେଇ ସ୍କୁଲ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମାନ କରାଯାଉଛି । ଓଡ଼ିଆ ସାହିତ୍ୟ ସୃଜନ କଳା ବିକାଶ ପାଇଁ ବିଦ୍ୟାଳୟରେ ସ୍ଥରରେ ମଧ୍ୟ ପ୍ରଚେଷ୍ଟା ଜାରି ରହିଛି । ସେଥି ମଧ୍ୟରେ ‘ମୋ କଥା ମୋ କାହାଣୀ ’ ଅନ୍ୟତମ । ସେନେଇ ପିଲାମାନେ ରଚନା କରିଥିଲେ ଗଳ୍ପ । ଆଉ ସେହି ଗଳ୍ପ ଗୁଡ଼ିକ ଫେସବୁକରେ ଅପଲୋଡ଼ କରାଯାଉଛି । ଯାହା ରଚିଛି ଇତିହାସ । ୧ ଘଣ୍ଟାରେ ସର୍ବାଧିକ ହସ୍ତଲିଖନ ଅନଲାଇନ ଅପଲୋଡ କରି ୱାଲ୍ଡ ରେକର୍ଡ଼ରେ ସ୍ଥାନ ପାଇଛି ।
ରାଜ୍ୟ ସରକାରଙ୍କ ଦ୍ବାରା ଗତ ଏକ ମାସ ଧରି ବିଦ୍ୟାଳୟ ଗୁଡିକରେ ପିଲାଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ସୃଜନ କଳା ବିକାଶ କରିବା ପାଇଁ ଯୋଜନା ଚାଲିଛି । ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ କରାଯାଉଛି । ‘ମୋ କଥା ମୋ କାହାଣୀ ’ ଜରିଆରେ ଗଣଶିକ୍ଷା ବିଭାଗ ଅଧୀନରେ ଚାଲୁଥିବା ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । କେବଳ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗଳ୍ପ ରଚନା କରିଥିଲେ । ଏବଂ ତାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ଼ କରି ରଚିଛନ୍ତି ଇତିହାସ । ନିଜ ହସ୍ତଲେଖାକୁ ଫେସବୁକରେ ଅପଲୋଡ଼ କରି ଗିନିସ ବୁକ ଅଫ ୱାର୍ଲଡ଼ ରେକର୍ଡରେ ସ୍ଥାନ ପାଇଛନ୍ତି । ମୋ ସ୍କୁଲ ଉଦ୍ୟମରେ ଏହି ରେକର୍ଡ଼ କରିବାରେ ସକ୍ଷମ ହୋଇଛନ୍ତି। ତେବେ ରାଜ୍ୟରୁ ଏହା ଲକ୍ଷାଧିକ ସଂଖ୍ୟାରେ ଅପଲୋଡ଼ କରାଯାଇଥିଛି । ଏବଂ କୋରାପୁଟ ଜିଲ୍ଲାରୁ ସମୁଦାୟ 2000ରୁ ଉର୍ଧ୍ବ ଗଳ୍ପ ଅପଲୋଡ଼ କରାଯାଇଛି । ଏହି ସୂଚନା ଦେଇଛନ୍ତି କାର୍ଯ୍ୟକ୍ରମର ଆଞ୍ଚଳିକ ସଂଯୋଜକ ପଦ୍ମିନି ପାଠୀ ।