ଓଡିଶା

odisha

ETV Bharat / state

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ତୃତୀୟ ସପ୍ତାହରେ ଯିବେ ବିଦେଶ !

ତିନି ଦିନିଆ ବିଦେଶ ଗସ୍ତରେ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପଟେ ଆଜିଠୁ ଦୁଇଦିନିଆ ଦିଲ୍ଲୀ ଗସ୍ତର କାର୍ଯ୍ୟକ୍ରମ ରହିଛି ।

CM Mohan To Visit Singapore
CM Mohan To Visit Singapore (ETV Bharat Odisha, Singapore Govt)

By ETV Bharat Odisha Team

Published : Nov 3, 2024, 4:54 PM IST

Updated : Nov 4, 2024, 7:15 PM IST

ଭୁବନେଶ୍ୱର: ତିନି ଦିନିଆ ବିଦେଶ ଗସ୍ତରେ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଇନଭେଷ୍ଟର୍ସ ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତ କରିବା ନେଇ ସୂଚନା ରହିଛି । ଆସନ୍ତା 18,19 ଓ 20 ତାରିଖ ଏହି ତିନି ଧରି ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତ କରିବା ନେଇ ପ୍ରାରମ୍ଭିକ ସୂଚନା ମିଳିଛି । ଓଡ଼ିଶାରେ କିଭଳି ଅଧିକରୁ ଅଧିକ ନିବେଶ ହୋଇପାରିବ ସେନେଇ ନିବେଶକଙ୍କ ସହ ଆଲୋଚନ କରିବେ ମୋହନ । ଏହା ପୂର୍ବରୁ ପୁଣି ଥରେ ଦିଲ୍ଲୀ ଗସ୍ତ କରିବା ନେଇ ସୂଚନା ରହିଛି । ଓଡ଼ିଶାକୁ ନିବେଶ ଟାଣିବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର।

କାଲିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ:

ସୂଚନା ଅନୁସାରେ, ଆଜିଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି । ଗସ୍ତ ସମୟରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବେ ମୋହନ । ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କରିପାରନ୍ତି ଆଲୋଚନା । ଏହାସହ ବାତ୍ୟା 'ଦାନା' କ୍ଷୟକ୍ଷତି ରିପୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ବିଦେଶ ଗସ୍ତ ପଛର କାରଣ:

ଓଡ଼ିଶାରେ ବୃହତ ଶିଳ୍ପ ପ୍ରତିଷ୍ଠା ସହ ନିଯୁକ୍ତିର ଅପୂର୍ବ ସୁଯୋଗ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯିବେ ସିଙ୍ଗାପୁର। ଦରିଆ ପାରିରୁ ଆସିବ ବଡ଼ ପୁଞ୍ଜି । ୧୮ ,୧୯ ,୨୦ ତାରିଖ ୩ ଦିନିଆ ଓଡିଶା ଗସ୍ତରେ ଯିବେ ମୋହନ ଚରଣ ମାଝୀ। ମୋହନଙ୍କ ସହ ଶିଳ୍ପ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ଆଲୋଚନା କରିବେ । ଆଗାମୀ ଦିନରେ ଓଡ଼ିଶାରେ ହେବାକୁ ଥିବା ମେକ ଇନ ଓଡିଶା , ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମକୁ କିଛି ବୃହତ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିପାରନ୍ତି ।

ବିଦେଶ ଗସ୍ତରେ ଉପମୁଖ୍ୟମନ୍ତ୍ରୀ:

ଏହା ବି ପଢନ୍ତୁ...ଓଡିଶାରେ ନିବେଶ ଲାଗି ବଢୁଛି ନିବେଶକଙ୍କ ଆଗ୍ରହ, ୫ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସେପଟେ ବିଦେଶ ଗସ୍ତରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଯୋଗ ଦେବାକୁ ଯାଇଛନ୍ତି ଉପମୁଖ୍ୟମନ୍ତ୍ରୀ । 7 ଦିନିଆ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତାଙ୍କ ସହ ପର୍ଯ୍ୟଟନ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଲଣ୍ଡନ ଗସ୍ତ କରିଛନ୍ତି । ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପର୍ଯ୍ୟଟନରେ ଆକୃଷ୍ଟ କରିବା ପାଇଁ 7 ଦିନିଆ ଲଣ୍ଡନ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଏହା ବି ପଢନ୍ତୁ- ଓଡିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ, ଅନନ୍ତ ଆମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ବି ପଢନ୍ତୁ- ଦିଲ୍ଲୀ ପରେ ମୁମ୍ବାଇ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫୋକସରେ ଉତ୍କର୍ଷ ଓଡିଶା, 'ଓଡ଼ିଶା ହେବ ଶିଳ୍ପ ହବ୍'

ଇଟିଭି ଭାରତ, ଭୁବନେଶ୍ୱର

Last Updated : Nov 4, 2024, 7:15 PM IST

ABOUT THE AUTHOR

...view details