ଭୁବନେଶ୍ୱର:ଫେବୃଆରୀ ୧୮ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ସୁରୁଖୁରୁରେ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରାଜ୍ୟର ସମସ୍ତ ଜିଲ୍ଲାପାଳ, ଏସପି, ଭୁବନେଶ୍ଵର କଟକ ପୋଲିସ କମିଶନର, ପରୀକ୍ଷା ପରିଚାଳନା ହବ ସୁପର ଭାଇଜରଙ୍କ ସହିତ ଆଲୋଚନା କରିଛନ୍ତି ।
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା:
ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଚାଲିବ ଯୁକ୍ତ ଦୁଇ ପରୀକ୍ଷା । ମୋଟ ୨୨ଟି ସିଟିଂରେ ହେବ ପରୀକ୍ଷା । ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ଛାତ୍ର ଛାତ୍ରୀମାନେ ପରୀକ୍ଷା ଦେବେ । ଚଳିତ ବର୍ଷ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବାକୁ ଯାଉଛନ୍ତି । ତେବେ ପ୍ରଥମ ଦିନ ବିଜ୍ଞାନ ବିଭାଗର ସାହିତ୍ୟ ପରୀକ୍ଷା ରହିଛି । ସକାଳ ୧୦ଟା ରୁ ୧ଟା ପର୍ଯ୍ୟନ୍ତ ହେବ ଏହି ପରୀକ୍ଷା କରାଯିବ ।
ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ବୈଠକ:
ଆଜି(ମଙ୍ଗଳବାର) ଯୁକ୍ତ ଦୁଇ ପରୀକ୍ଷା ନେଇ ବସିଛି ପ୍ରସ୍ତୁତି ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଏସପି, ଭୁବନେଶ୍ଵର କଟକ ପୋଲିସ କମିଶନର, ପରୀକ୍ଷା ପରିଚାଳନା ହବ ସୁପର ଭାଇଜର ଭିଡିଓ କନଫରେନ୍ସିଙ୍ଗ ଜରିଆରେ ସାମିଲ ହୋଇଥିଲେ । ଏଥିରେ ସୁରୁଖୁରୁରେ ପରୀକ୍ଷା ପରିଚାଳନା ନେଇ ଆଲୋଚନା ହୋଇଥିଲା ।
ଏନେଇ ପରୀକ୍ଷା ନିୟନ୍ତ୍ରକ ଡ଼ ପ୍ରଶାନ୍ତ ପରିଡା କହିଛନ୍ତି, "CHSE, BSEର ବାର୍ଷିକ ପରୀକ୍ଷା ଫେବୃଆରୀ ମାସରେ ଆରମ୍ଭ ହେବାକୁ ଯାଉଥିବା ବେଳେ ମୁଖ୍ୟ ଶାସନ ସଚିବ ଏହାର ପ୍ରସ୍ତୁତି ନେଇ ବୈଠକ କରିଛନ୍ତି । ପରୀକ୍ଷା ପରିଚାଳନାରେ ସବୁ ପ୍ରକାର ସାହାଯ୍ୟ କରିବା ପାଇଁ ଜିଲ୍ଲା ମୁଖ୍ୟ, ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।"
ପରୀକ୍ଷା ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ନିଷ୍ପତି:
ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ୨୦୫ଟି ପରୀକ୍ଷା ହବ ହୋଇଛି । ସେଥିରେ ୨୪ ଘଣ୍ଟିଆ ସିସିଟିଭି ସର୍ଭିଲାନ୍ସ ସହ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସକାଳ ୮ଟା ୩୦ ସୁଦ୍ଧା ପ୍ରଶ୍ନ ପତ୍ର ହଲରେ ପହଞ୍ଚିବ । ୧,୨୭୬ଟି ପରୀକ୍ଷା ସେଣ୍ଟର ରହିଛି । ୩୦ ଜିଲ୍ଲାରେ ୩୫ ସ୍ଥାନରେ ସ୍କ୍ୱାର୍ଡ ରହିବେ ବୋଲି ନିଷ୍ପତି ନିଆଯାଇଛି ।
ପ୍ରଶ୍ନପତ୍ର ଲିକ୍ ଗୁଜବକୁ ନେଇ ହେବ କଡା କାର୍ଯ୍ୟନୁଷ୍ଠାନ:
ପ୍ରଶ୍ନ ପତ୍ର ଲିକ ନ ହେବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଯେଉଁମାନେ ପ୍ରଶ୍ନ ପତ୍ର ଲିକ କରିବେ କିମ୍ବା କୌଣସି ଭୁଲ ଖବର କିମ୍ବା ଗୁଜବକୁ ପ୍ରଚାର କରିବେ ସେମାନଙ୍କ ବିରୋଧରେ ୧୯୮୮ ପରୀକ୍ଷା ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଖରା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା: