ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକ୍ଷମ ହେବ ମାଗଣା ବିଜୁଳି ଯୋଜନା । ଉପକୃତ ହେବେ ଲୋକେ । ମୋହନ ସରକାର ରାଜ୍ୟ ବଜେଟରେ କେନ୍ଦ୍ର ସରକାରଙ୍କ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା କାର୍ଯ୍ୟକ୍ଷମ କରିବା ନେଇ ଘୋଷଣା କରିଛନ୍ତି । ରାଜ୍ୟର ପ୍ରତ୍ୟେକ ଉପଭୋକ୍ତାଙ୍କୁ ଗୁଣାତ୍ମକ, ନିର୍ଭରଯୋଗ୍ୟ ବିଜୁଳି ଶକ୍ତି ଯୋଗାଇଦେବା ପାଇଁ ଶକ୍ତି କ୍ଷେତ୍ରରେ ୩ ହଜାର ୩ ଶହ କୋଟି ଟଙ୍କାର ବୟ ବରାଦ ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା କଣ । ଏହାଦ୍ୱାରା କିପରି ସାଧାରଣ ଲୋକେ ଉପକୃତ ହେବେ ଓ ଏହାକୁ କିଭଳି ଆବଦେନ କରିପାରିବେ ।
ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା:ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା ଏକ ସରକାରୀ ଯୋଜନା । ୨୦୨୪ ଫେବ୍ରୁଆରୀ ୧୫ତାରିଖରେ ଏହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାର ଶୁଭାରମ୍ଭ କରିଥିଲେ ।ଏହି ଯୋଜନା ମାଧ୍ୟମରେ ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇଲେ ସରକାର ସବସିଡି ପ୍ରଦାନ କରିବେ । ସୋଲାର ପ୍ୟାନେଲ ମୋଟ୍ ଦାମ୍ର ୪୦ ପ୍ରତିଶତ ସବସିଡି ଦେବେ ସରକାର । ଦେଶର ଏକ କୋଟି ଉପଭୋକ୍ତାଙ୍କୁ ଏହି ଯୋଜନାରେ ସାମିଲ କରିବା ନେଇ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।
ଏହି ଯୋଜନାକୁ DISCOM ଓ OREDA ସଂସ୍ଥା କାର୍ଯ୍ୟକାରୀ କରୁଛନ୍ତି । କେନ୍ଦ୍ର ସରକାର ୧ କିଲୋଓ୍ବାଟ ପ୍ରକଳ୍ପ ପାଇଁ ୩୦ ହଜାର ଟଙ୍କା, ୨ କିଲୋଓ୍ବାଟ ପ୍ରକଳ୍ପ ପାଇଁ ୬୦ ହଜାର ଟଙ୍କା ଏବଂ ୩ କିଲୋଓ୍ବାଟ ପ୍ରକଳ୍ପ ପାଇଁ ୭୮ ହଜାର ଟଙ୍କାର ରିହାତି ପ୍ରଦାନ କରିବେ । ସୌର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ VGF ପ୍ରଦାନ କରାଯିବା ନେଇ ରାଜ୍ୟ ବଜେଟରେ ଘୋଷଣା କରିଛନ୍ତି ମୋହନ ସରକାର ।
ଯୋଜନାରୁ କଣ ମିଳିବ ଲାଭ:
ଘରେ ସୋଲାର ପ୍ୟାନେଲ ଲଗାଇଲେ ସରକାର ମାଗଣା ବିଜୁଳି ଯୋଗାଇଦେବେ
ନବୀକରଣ ଯୋଗ୍ୟ ଶକ୍ତି ସମ୍ବଳର ବ୍ୟବହାର ବୃଦ୍ଧି ପାଇବ
ଅଙ୍ଗାରକାମ୍ଳ ନିର୍ଗମନ କମିବ
କେଉଁମାନେ ଏହି ଯୋଜନା ପାଇବା ପାଇଁ ଯୋଗ୍ୟ:
ହିତାଧିକାରୀ ଭାରତୀୟ ହେବା ଆବଶ୍ୟକ
ଘରଟି ନିଜ ନାଁରେ ଥିବା ଆବଶ୍ୟକ
ଘରେ ବିଦ୍ୟୁତ ସଂଯୋଗ ହୋଇଥିବା ଆବଶ୍ୟକ
ହିତାଧିକାରୀ ପୂର୍ବରୁ କେବେ ସୋଲାଲ ପ୍ୟାନେଲରେ ସବସିଡି ପାଇନଥିବେ ।