ଓଡିଶା

odisha

ETV Bharat / state

ବିଏଡ୍‌-ଏମଏଡ୍‌ ନାମଲେଖା ପାଇଁ ସରିଲା ଆବେଦନ, ୯୪ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା - BEd entrance exam - BED ENTRANCE EXAM

Odisha BEd-MEd Entrance Exam: ଜୁଲାଇ ମାସରେ ବିଏଡ୍‌ ଏବଂ ଏମ୍‌ଏଡ୍‌ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ । ପରୀକ୍ଷା ପାଇଁ ଆବେଦନ ଶେଷ ହୋଇଥିବାବେଳେ ୯୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଅଧିକ ପଢନ୍ତୁ

BEd-MEd Entrance Exam
BEd-MEd Entrance Exam (ETV Bharat Odisha)

By ETV Bharat Odisha Team

Published : Jun 11, 2024, 11:50 AM IST

ଭୁବନେଶ୍ବର: ୨୦୨୪- ୨୫ ଶିକ୍ଷାବର୍ଷରେ ବିଏଡ୍‌, ବିଏଚ୍‌ଏଡ୍ ଏବଂ ଏମ୍‌ଏଡ୍ ନାମଲେଖା ପ୍ରକ୍ରିୟା ମେ' ୨୯ ତାରିଖରେ ଆରମ୍ଭ ହୋଇଥିବା ବେଳେ ସୋମବାର ଆବେଦନ ପ୍ରକ୍ରିୟା ଶେଷ ହୋଇଛି । ତେବେ ଆବେଦନ ପତ୍ର ବା କମନ୍ ଆପ୍ଲିକେସନ୍ ଫର୍ମରେ ତ୍ରୁଟି ଥିଲେ ମଙ୍ଗଳବାର ସୁଦ୍ଧା ସଂଶୋଧନ କରିପାରିବେ । ଜୁଲାଇ ୧୫ ତାରିଖରେ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ୱେବ୍‌ସାଇଟ୍ https://ssbodisha.sc.in ଏବଂ ସାମ୍ସ ପୋର୍ଟାଲରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ଜୁନ୍ ୨୪ ତାରିଖରେ ବିଏଡ୍ ଏବଂ ବିଏଚ୍‌ଏଡ୍ ଓ ୨୫ ତାରିଖରେ ଏମ୍‌ଏଡ୍ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

ରାଜ୍ୟର ମୋଟ ୩୧ଟି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ୨ ହଜାର ୭୫୦ ସିଟ୍ ଉପଲବ୍ଧ ରହିଛି । ଏଥିରେ ନାମଲେଖା ପାଇଁ ଏଥର ୯୪ ହଜାରରୁ ଅଧିକ ଛାତ୍ରୀଛାତ୍ର ଆବେଦନ କରିଛନ୍ତି । ସୋମବାର ରାତି ୧୧ଟା ସୁଦ୍ଧା ୯୪ ହଜାର ୦୨୬ ଜଣ ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି । ତେବେ ସେମାନଙ୍କ ମଧ୍ୟରେ ୩୨ ହଜାର ୮୯୧ ଜଣ ଛାତ୍ରୀ ଏବଂ ୬୧ ହଜାର ୧୨୭ ଜଣ ଛାତ୍ର ରହିଛନ୍ତି । ବିଏଡ୍ ପାଇଁ ପାଇଁ ସମୁଦାୟ ୯୦ ହଜାର ୯୬୦ ଜଣ ପଞ୍ଜିକରଣ କରିଥିବାବେଳେ ବିଏଚ୍‌ଏଡ୍ ପାଇଁ ୧ ହଜାର ୮୬୫ ଓ ଏମ୍‌ଏଡ୍ ପାଇଁ ୧ ହଜାର ୨୦୧ ଜଣ ପଞ୍ଜିକରଣ କରିଛନ୍ତି ।

ପରୀକ୍ଷା ସରିବା ପରେ ଜୁଲାଇ ୧୫ ତାରିଖରୁ ୨୨ ତାରିଖ ମଧ୍ୟରେ ଛାତ୍ରୀଛାତ୍ରମାନେ ସେମାନଙ୍କ ସ୍ନାତକ ମାର୍କ ଅପଡେଟ୍ କରିବେ । ପରବର୍ତ୍ତୀ ସମୟରେ ରେଜଲ୍ଟ ପ୍ରକାଶ ପାଇବା ସହ ସିଟ୍ ଆବଣ୍ଟନ କରାଯିବ । ପରବର୍ତ୍ତୀ ସମୟରେ ସିଟ୍ ଆବଣ୍ଟନ ତାରିଖ ପ୍ରକାଶ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ମେ' ୨୯ ତାରିଖରୁ ଆରମ୍ଭ ହୋଇଥିବା ବିଏଡ୍‌, ବିଏଚ୍‌ଏଡ୍ ଏବଂ ଏମ୍‌ଏଡ୍ ନାମଲେଖା ପ୍ରକ୍ରିୟା ସୋମବାର ଶେଷ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ବିଏଡ୍‌, ଏମ୍‌ଏଡ୍ ନାମଲେଖା: ଆଜିଠୁ ଆବେଦନ, ଜାଣନ୍ତୁ କେବେ ପ୍ରବେଶିକା ପରୀକ୍ଷା ? - BEd entrance exam

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details