ଓଡିଶା

odisha

ETV Bharat / state

ନୂଆପଡାରେ ଜମିଲା ପାଣ୍ଡିଆନଙ୍କ ପ୍ରଚାର, ନବୀନଙ୍କ ପାଇଁ ଲୋଡିଲେ ଜନସାଧାରଣଙ୍କ ଆଶୀର୍ବାଦ - VK Pandian Nuapada Visit - VK PANDIAN NUAPADA VISIT

VK Pandian Nuapada Visit: ଆଜି ନୂଆପଡା ଗସ୍ତ କରିଛନ୍ତି ଭିକେ ପାଣ୍ଡିଆନ । ନୂଆପଡା ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏଥିସହ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଜନସାଧାରଣଙ୍କ ଆଶୀର୍ବାଦ ଲୋଡିଛନ୍ତି । ଅଧିକ ପଢନ୍ତୁ

VK Pandian Nuapada Visit
VK Pandian Nuapada Visit

By ETV Bharat Odisha Team

Published : Apr 27, 2024, 4:55 PM IST

VK Pandian Nuapada Visit

ନୂଆପଡା: ଓଡିଶାରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜୁ ଜନତା ଦଳ ପାଇଁ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି ଦଳର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ । ଶନିବାର ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ କରି ବିଶାଳ ଜନସମାବେଶକୁ ସମ୍ବୋଧନ କରି ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।

ପ୍ରଥମେ ଖଡିଆଳରେ ଶିବ ଦର୍ଶନ:ପୂର୍ବ ପ୍ରସ୍ତୁତି ଅନୁସାରେ, ଶନିବାର ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ପ୍ରଥମେ ନୂଆପଡା ଗୌତମା ବିମାନ ବନ୍ଦରରେ ପହଞ୍ଚିଥିଲେ ପାଣ୍ଡିଆନ । ସେଠାରେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ, ନୂଆପଡା ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ସମେତ ବହୁ ନେତାକର୍ମୀ ଉପସ୍ଥିତ ରହି ଭିକେ ପାଣ୍ଡିଆନଙ୍କୁ ବିପୁଳ ସ୍ୱାଗତ କରିଛନ୍ତି । ଏହାପରେ ଖରିଆର ରୋଡ଼ ସ୍ଥିତ ଶଙ୍କର ମନ୍ଦିର ଗସ୍ତ କରି ମହାପ୍ରଭୁ ଶିବଙ୍କର ଦର୍ଶନ କରିଥିଲେ ।

ରୋଡ ଶୋ: ସେଠାରୁ ରୋଡ଼ ଶୋରେ ବାହାରିଥିଲେ ଭିକେ ପାଣ୍ଡିଆନ । ଯିବା ରାସ୍ତାର ବିଭିନ୍ନ ସ୍ଥାନରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ପାଣ୍ଡିଆନଙ୍କୁ ସ୍ୱାଗତ କରି ସାକ୍ଷାତ କରିଥିଲେ । ଖଡିଆଳର ଗାୟତ୍ରୀ ମନ୍ଦିର ନିକଟରେ ପ୍ରଥମେ ଗାୟତ୍ରୀ ପରିବାର, ଗୁଜୁରାତି ସମାଜ ସ୍ୱାଗତ କରିଥିଲେ । ଏହାପରେ ଖରିଆର ରୋଡ଼ ସହରର ମଙ୍ଗରାପାଲି ଛକ ଠାରେ ଖ୍ରୀଷ୍ଟିୟାନ, ପଟେଲ, ସିହ୍ନା ସମାଜ, ଗୁରୁଦ୍ୱାର ଛକ ଠାରେ ଶିଖ, ବ୍ରାହ୍ମଣ ସମାଜ ରାମ ମନ୍ଦିର କମିଟି, ଦାଗା ଛକ ଠାରେ ଅଗ୍ରୱାଲ ସମାଜ ଭଳି ନେତୃମଣ୍ଡଳୀମାନେ ଶହଶହ ସଂଖ୍ୟାରେ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ କରି ତାଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ନବରଙ୍ଗପୁରରେ ପାଣ୍ଡିଆନଙ୍କ ପ୍ରଚାର, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କଲେ ନିବେଦନ - VK Pandian at Nabarangpur

ଖଡିଆଳରୁ ନୂଆପଡା ଗସ୍ତ: ଖଡିଆଳରେ ରୋଡ ଶୋ କରି ଜନସାଧାରଣଙ୍କ ସହିତ ବାର୍ତ୍ତାଳାପ କରିବା ପରେ ନୂଆପଡା ଅଭିମୁଖେ ବାହାରିଥିଲେ ପାଣ୍ଡିଆନ । ନୂଆପଡା ତେଲିପଡା ଛକ ଠାରେ ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଚ୍ୟାୟାରମ୍ୟାନ ସହିତ ସମସ୍ତ କାଉନସିଲର ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ । ଏହାପରେ ନୂଆପଡା ମିନି ଷ୍ଟାଡିୟମ ଠାରେ ଆୟୋଜନ କରାଯାଇଥିବା ସାଧାରଣ ସଭାକୁ ଭିକେ ପାଣ୍ଡିଆନ ସମ୍ବୋଧନ କରି ଉଦବୋଧନ ଦେଇଥିଲେ ।

ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ: ଉଭୟ ନୂଆପଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସହିତ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ଭୋଟ ଦେଇ ବିଜୟୀ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି । ଏହାସହ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରି ସରକାର ଗଠନ କରିବା ପାଇଁ ଜଣ ସାଧାରଣଙ୍କୁ ଅପିଲ କରିଛନ୍ତି । ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିଜୁଜନତା ଦଳ ତଥା ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଭିକେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଏବଂ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଉତ୍ସାହିତ ହେବା ସହିତ ଏହାର ପ୍ରଭାବ ରହିବ ଏବଂ ଏଥର ପୁଣି ବିଜୁଜନତା ଦଳ ବହୁତ ଭୋଟ ବ୍ୟବଧାନରେ ବିଜୟୀ ହୋଇ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details