ଓଡିଶା

odisha

ETV Bharat / state

ରାୟଗଡ଼ାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ଆପଲସ୍ବାମୀ - Odisha Assembly Election 2024 - ODISHA ASSEMBLY ELECTION 2024

Rayagada Congress: ରାୟଗଡ଼ା ନିର୍ବାଚନୀ ମଣ୍ଡଳୀରୁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ତଥା ଯୁବ ଆଦିବାସୀ ନେତା ଆପଲସ୍ବାମୀ କାଡ୍ରାକା । ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

Rayagada Congress
Rayagada Congress

By ETV Bharat Odisha Team

Published : Apr 22, 2024, 9:33 PM IST

Rayagada Congress

ରାୟଗଡ଼ା: ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ରାୟଗଡ଼ା ନିର୍ବାଚନୀ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ସୋମବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଯୁବ ଆଦିବାସୀ ନେତା ଆପଲସ୍ବାମୀ କାଡ୍ରାକା । କଂଗ୍ରେସ ଦଳର ହଜାର ହଜାର ସଂଖ୍ୟକ ସମର୍ଥକଙ୍କ ସହ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରୁ ଏକ ବିରାଟ ପଟୁଆରରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ ଆପଲସ୍ବାମୀ । ନାମାଙ୍କନ ପତ୍ର ଦାଖଲ ସମୟରେ ଆପଲସ୍ବାମୀ କାଡ୍ରାକାଙ୍କ ସହ ରାଜ୍ୟ କଂଗ୍ରେସ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ଉପସଭାପତି ଝୁନା ପଣ୍ଡା, ଶଙ୍କର୍ଷଣ ମଙ୍ଗରାଜ, ଆଇନଜୀବୀ ମନୋଜ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡ଼ା ଉପଜିଲ୍ଲାପାଳ କଲ୍ୟାଣୀ ସଙ୍ଘମିତ୍ରା ଦେବୀଙ୍କ ନିକଟରେ ଗୋଟିଏ ସେଟ୍‌ ନାମାଙ୍କନ ପତ୍ର ଦାଖଲ କରିଥିଲେ ଆପଲସ୍ବାମୀ କାଡ୍ରାକା । ଏହା ପୂର୍ବରୁ ସେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସରୁ ପ୍ରତିଦ୍ବନ୍ଦ୍ବିତା କରି ୨୨.୬୭ ପ୍ରତିଶତ ହାରରେ ୩୯ ହଜାର ୬୫୭ ଖଣ୍ଡ ଭୋଟ ପାଇଥିଲେ । ତେବେ ଚଳିତ ୨୦୨୪ ନିର୍ବାଚନର ରାୟଗଡ଼ାରେ ଜନମତ ସମ୍ପୂର୍ଣ୍ଣ ଭାବେ କଂଗ୍ରେସ ସପକ୍ଷରେ ଯିବ ବୋଲି ମତବ୍ୟକ୍ତ କରିଥିଲେ ଆପଲସ୍ବାମୀ । ସେ କହିଛନ୍ତି, "ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ଭଳି ମୌଳିକ ସୁବିଧା ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ବାସିନ୍ଦା ପାଇପାରୁନାହାନ୍ତି । ତାହାକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯିବି । ବିଭିନ୍ନ କ୍ଷେତ୍ରରେ ଶାସକ ଦଳର ବିଫଳତାକୁ ଲୋକଙ୍କ ପାଖରେ ଉପସ୍ଥାପନା କରିବି ।" ଏଥିରେ ନିଶ୍ଚୟ ରାୟଗଡ଼ା ବିଜୟ ସହ ଓଡିଶାରେ କଂଗ୍ରେସ ସରକାର ଗଠନ କରିବ ବୋଲି ମଧ୍ୟ ଦୃଢ ଆଶାବାଦୀ ଅଛନ୍ତି ଆପଲସ୍ବାମୀ କାଡ୍ରାକା ।

ଏହା ମଧ୍ୟ ପଢ଼ନ୍ତୁ...କୋରାପୁଟରେ ବଳ ଦେଖାଇଲା କଂଗ୍ରେସ, ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ପ୍ରାର୍ଥୀ - koraput parliamentary constituency

ଏଠାରେ ସୂଚନା ଥାଉ, ଗତ 2019 ନିର୍ବାଚନରେ ମଧ୍ୟ କଂଗ୍ରେସ ଆପଲସ୍ବାମୀ କାଡ୍ରାକାଙ୍କୁ ରାୟଗଡା ବିଧାନସଭା କ୍ଷେତ୍ର ପାଇଁ ନିଜର ପ୍ରାର୍ଥୀ କରିଥିଲା । ତେବେ 39,657 ଖଣ୍ଡ ଭୋଟ ପାଇ ସେ ତୃତୀୟ ସ୍ଥାନରେ ରହିଥିଲେ । ଏହି ନିର୍ବାଚନରେ 52,844 ଖଣ୍ଡ ଭୋଟ ପାଇ ମକରନ୍ଦ ମୁଦୁଲି ଓଡିଶାର ଏକମାତ୍ର ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ଲାଲବିହାରୀ ହିମିରିକା 47,974 ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ତେବେ 2024 ନିର୍ବାଚନରେ ଭୋଟର କାହା ମୁଣ୍ଡରେ ସୁନା କଳସୀ ଢାଳିବେ, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details