ଓଡିଶା

odisha

ETV Bharat / state

ଆସିଲା ମୋହନ ସରକାରର ପ୍ରଥମ ବଜେଟ: ୨ ଲକ୍ଷ ୬୫ ହଜାର କୋଟିର ବଜେଟ ଉପସ୍ଥାପିତ - Odisha state budget 2024 - ODISHA STATE BUDGET 2024

Odisha State Budget 2024: ଆଜି ମୋହନ ସରକାରର ପ୍ରଥମ ବଜେଟ୍ । ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ପଢନ୍ତୁ ପୁରା ଖବର

ଆଜି ମୋହନ ସରକାରର ପ୍ରଥମ ବଜେଟ୍; ବଢିବ କି ବଜେଟ ପରିମାଣ, କେଉଁ ବିଭାଗକୁ ମିଳିବ କେତେ ?
ଆଜି ମୋହନ ସରକାରର ପ୍ରଥମ ବଜେଟ୍; ବଢିବ କି ବଜେଟ ପରିମାଣ, କେଉଁ ବିଭାଗକୁ ମିଳିବ କେତେ ? (ETV Bharat Odisha)

By ETV Bharat Odisha Team

Published : Jul 25, 2024, 7:29 AM IST

Updated : Jul 25, 2024, 5:33 PM IST

ଭୁବନେଶ୍ବର: ଆଜି ରାଜ୍ୟ ବଜେଟ୍ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅପରାହ୍ନ (ଗୁରୁବାର) ୫ଟାରେ ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଅର୍ଥ ବିଭାଗ ରଖିଥିବାରୁ ସେ ନିଜେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ନିଯୁକ୍ତି ଓ ମହିଳାଙ୍କୁ ଫୋକସ୍ କରାଯାଇପାରେ । ରାଜ୍ୟର ପ୍ରଥମ ଥର ସରକାର ଗଢିଥିବା ବିଜେପି ବଜେଟରେ ଜନକଲ୍ୟାଣ ଯୋଜନାକୁ କେତେ ଅଗ୍ରାଧିକାର ଦେବ ? ବଜେଟ ରୂପରେଖ କ'ଣ ରହିବ ? ରାଜ୍ୟବାସୀଙ୍କୁ କି ଉପହାର ମିଳିବ ? ଏହା ଉପରେ ଏବେ ସମସ୍ତଙ୍କ ନଜର ।

ପୂର୍ବତନ ବିଜେଡି ସରକାର ଗତ ଫେବୃଆରୀରେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ଆଣିଥିଲେ । ଏଥିରେ ୪ ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର ଲେଖାନୁଦାନ ରହିଥିଲା । ହେଲେ ରାଜ୍ୟରେ ନୂଆ ସରକାର ଆସିବା ପରେ ବଜେଟରେ କେତେକ ନୂଆ ଯୋଜନା ସାମିଲ ହୋଇଥିବାରୁ ବଜେଟର ପରିମାଣ ବଢିପାରେ । ବଜେଟର ମୋଟ ଆକାର ୩ ଲକ୍ଷ କୋଟି ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ରାଜ୍ୟ ବଜେଟରେ ଧାନର MSP ଉପରେ ନିଷ୍ପତ୍ତି ନିଆଯାଇପାରେ । ସୁଭଦ୍ରା ଯୋଜନା ବ୍ୟୟବରାଦକୁ ନେଇ ମଧ୍ୟ କିଛି ଘୋଷଣା ହୋଇପାରେ । ଏଥିସହ ବଜେଟରେ ପୂର୍ବ ବିଜେଡି ସରକାରଙ୍କ ବିଏସକେୱାଇ ଓ କାଳିଆ ଯୋଜନା ଉପରେ ଆଖି ମଧ୍ୟରେ ସମସ୍ତଙ୍କ ଆଖି ରହିଛି ।

ଓଡ଼ିଶା ବଜେଟ୍: କେଉଁ ବର୍ଷ ଥିଲା କେତେ:

  • ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ରାଶି ଥିଲା ୨ ଲକ୍ଷ ୩୦ ହଜାର କୋଟି
  • ୨୦୨୨-୨୩ ବର୍ଷ ପାଇଁ ବଜେଟ ରାଶି ୨ ଲକ୍ଷ କୋଟି
  • ୨୦୨୧-୨୨ ବର୍ଷ ପାଇଁ ବଜେଟ ୧ ଲକ୍ଷ ୭୦ ହଜାର କୋଟି
  • ୨୦୨୦-୨୧ ବର୍ଷ ପାଇଁ ବଜେଟ ୧ ଲକ୍ଷ ୫୦ ହଜାର କୋଟି
  • ୨୦୧୯-୨୦ ବର୍ଷ ପାଇଁ ବଜେଟ ୧ ଲକ୍ଷ ୩୨ ହଜାର ୬୬୦ କୋଟି
  • ୨୦୧୮-୧୯ ବର୍ଷ ପାଇଁ ବଜେଟ ୧ ଲକ୍ଷ ୨୦ ହଜାର ୮ କୋଟି

୨୦୨୪-୨୫ ବର୍ଷ ଲାଗି ବଜେଟ ବ୍ୟୟ ଅଟକଳ ୩ ଲକ୍ଷ କୋଟି ହେବା ନେଇ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ୮.୫% ଅଭିବୃଦ୍ଧି ଲକ୍ଷ୍ୟ, ଚିନ୍ତା ବଢାଇଲା ଡ୍ରପଆଉଟ - Odisha Economic Survey Report

ବଜେଟ ପୂର୍ବରୁ ଗତକାଲି (ବୁଧବାର) ସନ୍ଧ୍ୟାରେ ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଥିଲା । ଏଥିରେ କୁହାଯାଇଛି, ୨୦୨୩-୨୪ରେ ଓଡ଼ିଶା ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ । ୨୦୨୨-୨୩ରେ ଏହି ଅର୍ଥନୈତିକ ଅଭିବୃଦ୍ଧି ୭.୯ ପ୍ରତିଶତ ଥିଲା । ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ୨୦୨୩-୨୪ରେ ୧ ଲକ୍ଷ ୬୧ ହଜାର ୪୩୭ ଟଙ୍କାକୁ ବଢିଛି । ତେବେ ମୁଣ୍ଡପିଛା ଆୟରେ ଜାତୀୟ ହାରଠୁ ଓଡ଼ିଶା ଢେର୍ ପଛରେ ରହିଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।

ଗତ ମଙ୍ଗଳବାର ଦିନ ସଂସଦରେ କେନ୍ଦ୍ର ବଜେଟ ଉପସ୍ଥାପନ ହୋଇଥିଲା । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଥିବାରୁ ରାଜ୍ୟକୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ମିଳିବା ନେଇ ଆଶା କରାଯାଉଥିଲା । କିନ୍ତୁ ସେଭଳି କିଛି ଘୋଷଣା ହୋଇନଥିଲା । ତେବେ କେନ୍ଦ୍ର ବଜେଟରୁ ଓଡ଼ିଶାକୁ ଟିକସ ଓ ଶୁଳ୍କ ବାବଦରେ ୫୬ ହଜାର ୪୭୩ କୋଟି ଟଙ୍କା ମିଳିବ । ୨୦୨୩-୨୪ ବଜେଟରେ ଓଡ଼ିଶାକୁ ଏ ବାବଦରେ ୫୦ ହଜାର ୧୧ କୋଟି ୬୭ ଲକ୍ଷ ଟଙ୍କା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 25, 2024, 5:33 PM IST

ABOUT THE AUTHOR

...view details