ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ କଂଗ୍ରେସ ଆଣିଲା ସ୍ବାଧିକାର ଭଙ୍ଗ ନୋଟିସ । ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସେବାରେ 10 ପ୍ରତିଶତ ସଂରକ୍ଷଣ ଘୋଷଣା ମାମଲାରେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି ଏହି ନୋଟିସ ଆଣିଛନ୍ତି । ଗୃହ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ବାହାରେ ଏହି ଘୋଷଣା ଫଳରେ ବିଧାନସଭାର ସ୍ବାଧିକାର ଭାଙ୍ଗିଛି ବୋଲି ତାରା ଅଭିଯୋଗ କରିଛନ୍ତି । ଏହି ନୋଟିସରେ ଆଲୋଚନା ପାଇଁ କଂଗ୍ରେସ ସଦସ୍ୟମାନେ ଅଡି ବସିବା ସହ ନାରାବାଜୀ ମଧ୍ୟ କରିଛନ୍ତି । ତାରାଙ୍କ ନୋଟିସକୁ ବାଚସ୍ପତି ଗ୍ରହଣ କରିଛନ୍ତି ।
ନାଟକୀୟ ଭାବେ ଶାସକ ଦଳ ଭାରତୀୟ ଜନତା ପାର୍ଟିର ବିଧାୟକ ଇରାଶିଷ ଆଚାର୍ଯ୍ୟ ମଧ୍ୟ କଂଗ୍ରେସ ବିଧାୟକ ତାରାଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି । ସ୍ବାଧୀକାର ନୋଟିସ ଆଣିବା ପୂର୍ବରୁ ତାରା ଗୃହ ବାହାରେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ଏହା ମଧ୍ୟ ସ୍ବାଧିକାର ନିୟମକୁ ଉଲ୍ଲଂଘନ କରିଛି ବୋଲି ଇରାଶିଷ ଅଭିଯୋଗ କରିଛନ୍ତି ।
ଗୃହ ଆରମ୍ଭ ହେବା ପରେ ଶୂନ୍ୟକାଳରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି । ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଅଗ୍ନିବୀରଙ୍କ ପାଇଁ ଘୋଷଣାକୁ ସମାଲୋଚନା କରି ତାରା କହିଛନ୍ତି,‘‘ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି । ନୂଆ ପରମ୍ପରା ସୃଷ୍ଟି କରାଯାଇଛି । ଗୃହ ଚାଲିବା ସମୟରେ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିବା କେତେଦୂର ଠିକ । ମୁଖ୍ୟମନ୍ତ୍ରୀ ଯେତେବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିଲେ, ସେତେବେଳେ ସେ ମଧ୍ୟ ଦୁଇ ଦୁଇଜଣ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି । କିନ୍ତୁ ସେ ନିଜେ ଆଜି କିମିତି ନିୟମ ଭଙ୍ଗ କଲେ । ଗୃହରେ ମୁଖ୍ୟମନ୍ତ୍ରୀ ଘୋଷଣା ନକରି ସଚିବାଳୟରେ ଘୋଷଣା କରିବାର ମାନେ କ’ଣ ? ସେ ଗୃହକୁ ଭୟ କରିଛନ୍ତି । ଗୃହକୁ ବିଶ୍ୱାସ କରିନାହାନ୍ତି । ମର୍ଯ୍ୟାଦା ଭଙ୍ଗ କରିଛନ୍ତି । ତାଙ୍କ ବିରୋଧରେ ମୁଁ ସ୍ୱାଧିକାର ଭଙ୍ଗ ଆଣିଛି । ଆପଣ (ବାଚସ୍ପତି) ରୁଲିଂ ଦିୟନ୍ତୁ । ଏହି ନୋଟିସ୍ ପ୍ରିଭିଲେଜ୍ କମିଟିକୁ ଯାଉ ।’’
କ’ଣ କହିଲେ ବିରୋଧୀ ଦଳ ମୁଖ୍ୟ ସଚେତିକା:-