ବରଗଡ଼: ମୋବାଇଲ ଲାଇଟରେ ଚାଲୁଛି ରୋଗୀ ଚିକିତ୍ସା । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିିଛି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ବିଦ୍ୟୁତ ଚାଲିଗଲେ ରୋଗୀ ଚିକିତ୍ସା ପାଇଁ ମୋବାଇଲ ଲାଇଟ ସାହାଭରସା ସାଜୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପଟେ ପାଞ୍ଚ ମହଲା ବିଶିଷ୍ଟ ଏହି ହସ୍ପିଟାଲରେ ଥିବା ଲିପ୍ଟ ବି କାମ କରୁନଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଲିପ୍ଟ କାମ କରୁନଥିବାରୁ ଗର୍ଭବତୀଙ୍କ ଠାରୁ ନେଇ ଅନ୍ୟ ରୋଗୀମାନେ ପାହାଚରେ ଯିବା ଆସିବା କରୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିିଛି ।
ଏହାମଧ୍ୟ ପଢନ୍ତୁ..ଅବହେଳିତ ରାଉରକେଲା ସରକାରୀ ହସ୍ପିଟାଲ, ସରକାରଙ୍କ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର
ବରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଅବ୍ୟବସ୍ଥା ଘେରରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ । ଦୀର୍ଘ ଦିନରୁ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ହେଉଥିବା ବ୍ୟାପକ ଅବହେଳାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ l ଆଖାପାଖ ଜିଲ୍ଲାଠୁ ନେଇ ପଡୋଶୀ ରାଜ୍ୟ ଛତିଶଗଡରୁ ମଧ୍ୟ ଅନେକ ରୋଗୀ ପ୍ରତିଦିନ ଏହି ହସ୍ପିଟାଲରୁ ଆସିଥାନ୍ତି । ହେଲେ ହସ୍ପିଟାଲରେ ରୋଗୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଚିକିତ୍ସାଳୟରେ ଦୀର୍ଘ ୬ମାସରୁ ଊର୍ଦ୍ଧ୍ବ ହେଲା ଲିଫ୍ଟ ସେବା କାମ କରୁନଥିବାରୁ ଗର୍ଭବତୀଠାରୁ ନେଇ ବିଭିନ୍ନ ରୋଗୀ ପାଞ୍ଚ ମହଲା ବିଶିଷ୍ଟ ଏହି ହସ୍ପିଟାଲରେ ପାହାଚରେ ଯିବା ଆସିବା କରୁଛନ୍ତି । ଏହାଦ୍ୱାରା ଯେକୌଣସି ମୁହୂର୍ତ୍ତରେ ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।