ଖୋର୍ଦ୍ଧା: ରାଜଧାନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛି ଖୋର୍ଦ୍ଧାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ନିୟୁ ଥିଙ୍କିଙ୍ଗ ଫୋରମ । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ଫୋରମ ସଭାପତି ନରେନ୍ଦ୍ର କୁମାର ପୃଷ୍ଟି ।
ଫୋରମ ସଭାପତି ନରେନ୍ଦ୍ର କୁମାର ପୃଷ୍ଟି କହିଛନ୍ତି, ''ଗତ 10 ତାରିଖ ଦିନ ଗଣମାଧ୍ୟମ ପ୍ରତିନିଧି ଜ୍ୟୋତି ମହାପାତ୍ରଙ୍କୁ ଯେଉଁ ଆକ୍ରମଣ ହୋଇଥିଲା ତାହାକୁ ଆମେ ନିନ୍ଦା କରୁଛୁ । ଗଣମାଧ୍ୟମର ସୁରକ୍ଷା ପାଇଁ କୌଣସି ଆଇନ କାନୁନ ନାହିଁ । ରାଜ୍ୟରେ ସେବା ଯୋଗାଉ ଥିବା ରାଜନେତା, ବଡ଼ ବଡ଼ ସରକାରୀ କର୍ମଚାରୀ, ଡାକ୍ତରମାନଙ୍କ ପାଇଁ ସରକାର ସୁରକ୍ଷା ଯୋଗାଇ ଦେଉଥିବା ବେଳେ, ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ସୁରକ୍ଷା ଯୋଗାଇ ଦେବାର ଆବଶ୍ୟକତା ରହିଛି । ଏହା ସାମ୍ବାଦିକମାନଙ୍କ ହକ୍ । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରିଆରେ ଆମେ ଏକ ଦାବିପତ୍ର ପ୍ରଦାନ କରିଛୁ । ''
ଏହା ମଧ୍ୟ ପଢନ୍ତୁ-ସୀମା ଟପୁଛନ୍ତି ଅପରାଧି: ରାଜଧାନୀରେ ସାମ୍ବାଦିକଙ୍କୁ ହାଣିଲେ, ସରକାରଙ୍କୁ ଘେରିଲେ ବିରୋଧୀ