ଓଡିଶା

odisha

ETV Bharat / state

ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ତ୍ରିରଙ୍ଗା ଯାତ୍ରା - Veer Surendra Sai

Netaji Jayanti and Surendra Sai Jayanti: ଆଜି ସ୍ବାଧୀନତା ସଂଗ୍ରାମର ଅନ୍ୟତମ ନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ । କେନ୍ଦ୍ରାପଡ଼ା ଜିଲ୍ଲା ବେସରକାରୀ ଶିକ୍ଷାନୁଷ୍ଠାନ ସମୂହ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା । ଅଧିକ ପଢନ୍ତୁ

ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ପବ୍ଲିକ ସ୍କୁଲ ଆସୋସିଏସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା
ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ପବ୍ଲିକ ସ୍କୁଲ ଆସୋସିଏସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା

By ETV Bharat Odisha Team

Published : Jan 23, 2024, 8:20 PM IST

ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ପବ୍ଲିକ ସ୍କୁଲ ଆସୋସିଏସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା

କେନ୍ଦ୍ରାପଡ଼ା : ଆଜି ଦେଶସାରା ପାଳିତ ହେଉଛି ଦେଶର ସୁଯୋଗ୍ୟ ସନ୍ତାନ ତଥା ସ୍ବାଧୀନତା ସଂଗ୍ରାମର ଅନ୍ୟତମ ନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ । ଏହି କ୍ରମରେ ଏଭଳି ବିଶେଷ ଦିବସକୁ ଧୁମଧାମରେ ପାଳନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ବେସରକାରୀ ଶିକ୍ଷାନୁଷ୍ଠାନ ସମୂହ । ଏ ଅବସରରେ ଜିଲ୍ଲାର ଘରୋଇ ବିଦ୍ୟାଳୟ ଆସୋସିଏସନ ୧ କିଲୋମିଟର ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା କରିଛନ୍ତି ଯାହାକୁ "ଜସନ-ଏ-ତ୍ରିରଙ୍ଗା" ଭାବେ ନାମକରଣ କରାଯାଇଛି । ଜିଲ୍ଲାରେ ଥିବା ସମସ୍ତ ଘରୋଇ ବିଦ୍ୟାଳୟର ଅନ୍ୟୁନ ୬ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ ଜାତୀୟ ପତାକାକୁ ସମ୍ମାନର ସହ ସ୍କନ୍ଧରେ ବୋହି ଶୋଭାଯାତ୍ରା କରିଥିଲେ ।

କେନ୍ଦ୍ରାପଡ଼ା ପୌରାଞ୍ଚଳ ଅଧୀନରେ ଇଚ୍ଛାପୁର ସ୍ଥିତ ମାଉସୀ ମା' ମନ୍ଦିର ନିକଟରୁ ବାହାରି ଥିବା ଏହି ଶୋଭାଯାତ୍ରା ଦୀର୍ଘ ୯ କିଲୋମିଟର ଅତିକ୍ରମ କରି ତିନିମୁହାଣୀ ଠାରେ ସମାପିତ ହୋଇଥିଲା । ଶୋଭାଯୋତ୍ରା ସମୟ ରେ ଜୟହିନ୍ଦ, ଭାରତ ମାତା କି ଜୟ, ବନ୍ଦେ ମାତରମ୍ ସହିତ ବିଭିନ୍ନ ମହାପୁରୁଷଙ୍କ ନାମରେ ସ୍ଲୋଗାନ ଦିଆଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶର ସ୍ବାଧୀନତା ଆନ୍ଦୋଳନର ମହତ୍ତ୍ବ ,ସ୍ବାଧୀନତା ସଂଗ୍ରାମୀ ମାନଙ୍କର ମୂଲ୍ୟବାନ ବଳିଦାନ, ବର୍ତ୍ତମାନ ଭାରତର ସ୍ଥିତି ଓ ଭବିଷ୍ୟତର ଭାରତ ଗଠନ ଦିଗରେ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ଅବତାରଣ ନିମନ୍ତେ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିବା ଆୟୋଜକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ନେତାଜୀ ଜୟନ୍ତୀ: ତ୍ରିରଙ୍ଗା ଉଡ଼ାଇଲେ, ବୀରପୁତ୍ରଙ୍କୁ ମନେ ପକାଇଲେ

ତେବେ ଶୋଭାଯାତ୍ରାରେ ସାମିଲ ହୋଇଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ସହରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ପ୍ରଶାସକ, ଲୋକ ପ୍ରତିନିଧି ମାନେ ଅଭ୍ୟର୍ଥନା ଜଣାଇଥିଲେ । ଅନ୍ୟପଟେ ଏହି ବିଶାଳ ଏକ କିଲୋମିଟର ଲମ୍ବର ତ୍ରିରଙ୍ଗାକୁ ସମ୍ମାନ ଦେଇ ମୁଣ୍ଡ ଉପରେ ରଖି ଆଜି ଓଡ଼ିଆ ବୀର ତଥା ସ୍ବାଧୀନତା ଆନ୍ଦୋଳନର ଅନ୍ୟତମ ପୁରୋଧା ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କୁ ସ୍ମରଣ କରି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ କୃତାର୍ଥ ହୋଇଥିବା କହିଛନ୍ତି ଆୟୋଜକ । ଆୟୋଜକଙ୍କ କହିବା ଅନୁଯାୟୀ, ରାଜ୍ୟର ସମସ୍ତ ଘରୋଇ ବିଦ୍ୟାଳୟ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଛାତ୍ରଛାତ୍ରୀ ମାନଙ୍କ ମନରେ ଦେଶପ୍ରେମର ଭାବ ଜାଗ୍ରତ କରିବା ସହ ମହାପୁରୁଷଙ୍କ ଅବଦାନ ସମ୍ପର୍କରେ ଜଣାଇବା ପାଇଁ ଏହି ଉଦ୍ୟମ କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details