ଓଡିଶା

odisha

ETV Bharat / state

ପୁଣି ମାତିଲେ ଲାଲବାହିନୀ, ଓଡିଶା ସୀମାନ୍ତ ଛତିଶଗଡରେ ଦୁଇ ଜଣଙ୍କୁ ଗଳାକାଟି ହତ୍ୟା - MAOIST KILLS VILLAGERS

ଦୁଇ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ । ତରେମ କ୍ଷେତ୍ର ବୁଡଗିଚେରୁ ଗାଁର ଦୁଇ ଗ୍ରାମବାସୀଙ୍କ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ ।

Representational Image
Representational Image (ETV Bharat)

By ETV Bharat Odisha Team

Published : Feb 4, 2025, 4:04 PM IST

ବିଜାପୁର: ଛତିଶଗଡରେ ପୁଣି ମାତିଲେ ଲାଲ ବାହିନୀ । ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲାରେ ନକ୍ସଲ ମାନେ ପୁଣିଥରେ ଆତଙ୍କ ଖେଳାଇଛନ୍ତି । ଦୁଇ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ । ତରେମ କ୍ଷେତ୍ର ବୁଡଗିଚେରୁ ଗାଁର ଦୁଇ ଗ୍ରାମବାସୀଙ୍କ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ ।

ଏଏସପି ଚନ୍ଦ୍ରକାନ୍ତ ଗର୍ଭଣା କହିଛନ୍ତି ଯେ ‘‘ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ମାନେ 32 ବର୍ଷୀୟ କାରମ ରାଜୁକୁ ହତ୍ୟା କରିଛନ୍ତି । କାରମ ତାଲାବାପାର ଅଞ୍ଚଳର ହୋଇଥିବା ଜଣାପଡିଛି । ସେହିପରି ମାଓବାଦୀ ମାନେ ବୁଡଗୀଚେରୁର ମାଡବୀ ମୁତ୍ରା (27)କୁ ମଧ୍ୟ ହତ୍ୟା କରିଛନ୍ତି । ସେ ନୟାପାରା ବୁଡଗିଚେରୁର ହୋଇଥିବା ଜଣାପଡିଛି । ହତ୍ୟା ସୂଚନା ମିଳିବା ପରେ ତରେମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି’’ ।

  • ଜାନୁଆରୀରେ ବିଜାପୁରରେ ହତ୍ୟା

ଏହା ପୂର୍ବରୁ ଜାନୁଆରୀ 27ରେ ବିଜାପୁରରେ ମାଓବାଦୀମାନେ 41 ବର୍ଷୀୟ ଗ୍ରାମବାସୀଙ୍କୁ ତାଙ୍କ ଘରେ ପଶି ହତ୍ୟା କରିଥିଲେ । ଘଟଣାସ୍ଥଳରୁ ମାଓବାଦୀ ସଙ୍ଗଠନ ଭୈରମଗଡ ଏରିଆ କମିଟିର ଚିଠି ମିଳିଥିଲା । ଯେଉଁଥିରେ ମାଓବାଦୀ ମାନେ ତାଙ୍କୁ ପୋଲିସ ଇନଫରମର କହି ହତ୍ୟା କରିଥିବା ଚିଠିରେ ଉଲ୍ଲେଖ ଥିଲା ।

  • 2024ରେ 65 ଜଣଙ୍କୁ ହତ୍ୟା

ଗତ 2024ରେ ଛତିଶଗଡର ନକ୍ସଲ ପ୍ରଭାବିତ ବସ୍ତର ଜିଲ୍ଲାରେ ମାଓବାଦୀମାନେ 65ରୁ ଅଧିକ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ । ପୋଲିସ ଇନଫରମର ସନ୍ଦେହରେ ମାଓବାଦୀମାନେ ନିରୀହ ଆଦିବାସୀଙ୍କୁ ଟାର୍ଗେଟ କରିଥିଲେ । କେବଳ ବିଜାପୁରରେ 10 ଜଣଙ୍କୁ ହତ୍ୟା କରାଯାଇଥିଲା ।

  • 21 ଡିସେମ୍ବର 2024 ବିଜାପୁରରେ ମାଓବାଦୀ ମାନେ ଜନଅଦାଲତ କରି ଗୋଟିଏ ପରିବାରର ଦୁଇଜଣଙ୍କୁ ହତ୍ୟା କରିଥିଲେ ।
  • 11 ଡିସେମ୍ବର 2024 ବିଜାପୁର ଫରସେଗଢରେ 35 ବର୍ଷୀୟ ଯୁବକକୁ ଇନଫରମର ସନ୍ଦେହରେ ହତ୍ୟା
  • 6 ଡିସେମ୍ବର 2024 ବାସାଗୁଡା ଥାନା ତିମ୍ମାପୁର ଗାଁରେ ଅଙ୍ଗନୱାଡି କର୍ମୀଙ୍କୁ ହତ୍ୟା
  • 8 ଡିସେମ୍ବର 2024 ମଦୈଡ ଅଞ୍ଚଳରେ ଲୋଦେଡ ଗାଁରେ 40 ବର୍ଷୀୟ ମହିଳାଙ୍କୁ ହତ୍ୟା
  • 12 ନଭେମ୍ବର 2024 ପୋଲିସ ଇନଫରମର ସନ୍ଦେହରେ ବିଜାପୁରରେ ଗ୍ରାମବାସୀ ମାଡବୀ ଦୁଲାରୁଙ୍କୁ ହତ୍ୟା

ଏହା ମଧ୍ୟ ପଢନ୍ତୁଆମେରିକା ଯିବେ ପ୍ରଧାନମନ୍ତ୍ରୀ ମୋଦି, 13 ରେ ଟ୍ରମ୍ପଙ୍କ ସହ ଭେଟଘାଟ୍‌

ଏହା ମଧ୍ୟ ପଢନ୍ତୁମହାକୁମ୍ଭ ମେଳାରେ ବିଦେଶୀ ସାଧୁସନ୍ଥଙ୍କ ଶିବିର, ବିଦେଶରୁ ଆସି ଆପଣାଇଛନ୍ତି ସନାତନ ଧର୍ମ

  • ୧୬ ମାଓବାଦୀ ନିପାତ

ନିକଟରେ ଓଡିଶା ଛତିଶଗଡ ସୀମାବର୍ତ୍ତୀ ଜିଲ୍ଲାଗୁଡିକରେ ମାଓବାଦୀଙ୍କ କାର୍ଯ୍ୟକଳାପ ଦମନ କରିବା ପାଇଁ ଓଡିଶାର ନୂଆପଡ଼ା ଯବାନ ଏବଂ ଛତିଶଗଡ ଯବାନଙ୍କ ମଧ୍ୟରେ ବିଭିନ୍ନ ସମୟରେ ମିଳିତ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ଦୁଇ ଦିନ ଧରି ଜାରି ରହିଥିବା ଏହି ଏନକାଉଣ୍ଟରରେ ୧୬ ନକ୍ସଲ ନିପାତ ହୋଇଥିବା ସୂଚନା ମିଳିଥିଲା ।

ABOUT THE AUTHOR

...view details