ଓଡିଶା

odisha

ETV Bharat / state

ପ୍ରତିଷ୍ଠା ଦିବସରେ ନନ୍ଦନକାନନକୁ ଆସିଲା କୁନି ଅତିଥି - BABY CHIMPANZEE BORN IN NANDANKANAN

ନନ୍ଦନକାନନରେ ସିମ୍ପାଜି ଶାବକ ଜନ୍ମ । ଏଥିସହ ସିମ୍ପାଜି ସଂଖ୍ୟା ୮କୁ ବୃଦ୍ଧି

nandankanan zoo welcomes new baby chimpanzee
nandankanan zoo welcomes new baby chimpanzee (ETV Bharat Odisha)

By ETV Bharat Odisha Team

Published : Dec 29, 2024, 11:03 PM IST

ଭୁବନେଶ୍ୱର:ପ୍ରତିଷ୍ଠା ଦିବସରେନନ୍ଦନକାନନକୁ ଆସିଲା ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶାବକ ଜନ୍ମ ଦେଲା ସିମ୍ପାଜି । ଏଥିସହ ସିମ୍ପାଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି । ୧୯୯୪ରେ ସିଙ୍ଗାପୁରରୁ ମାଈ, ଅଣ୍ଡିରା ସିମ୍ପାଜି ଅଣାଯାଇଥିଲା । ୨୦୧୧ରେ ସେମାନେ ଦୁଇଟି ଶାବକ ଜନ୍ମ ଦେଇଥିଲେ ।

ନନ୍ଦନକାନନକୁ ଆସିଲା ଅତିଥି:

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ ଅବସରରେ ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର । ଆଜି (ରବିବାର) ଏନକ୍ଲୋଜର ୬୦ ଏରେ ଏକ ଶାବକ ଜନ୍ମ ଦେଇଛି ସିମ୍ପାଜି । ୧୯୯୪ ମେ ୧୬ ତାରିଖରେ ସିଙ୍ଗାପୁର ପ୍ରାଣୀ ଉଦ୍ୟାନରୁ ଆସିଥିଲେ ଦୁଇ ସିମ୍ପାଜି ସାଇର ଏବଂ ଜୁଲୁ । ପ୍ରଥମ କରି ଏହି ଦୁଇ ସିମ୍ପାଜୀଙ୍କ ଠାରୁ ୨୦୧୧ ମସିହା ଅଗଷ୍ଟ ୧୨ ତାରିଖରେ ରାଖୀ ନାମକ ଏକ ସିମ୍ପାଜି ଜନ୍ମ ହୋଇଥିଲା । ତେବେ ଉଭୟ ମାଆ ଓ ଛୁଆ ସିମ୍ପାଜିକୁ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି ।

nandankanan zoo welcomes new baby chimpanzee (ETV Bharat Odisha)
ଭିଡ଼ କମାଇବା ପାଇଁ ହ୍ଵାଟ୍ସଆପ୍‌ରେ ଟିକେଟ ସଂଗ୍ରହ:


ଅନ୍ୟପଟେ ନୂଆବର୍ଷ ପାଇଁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ପ୍ରବଳ ଭଡ଼ ଲାଗିବ । ପର୍ଯ୍ୟଟକଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ଅନଲାଇନ ମାଧ୍ୟମରେ ଟିକେଟର ବ୍ୟବସ୍ଥା କରାଯାଇଛି । ଲମ୍ବା ଧାଡ଼ିରେ ଛିଡ଼ା ନ ହୋଇ ହ୍ଵାଟ୍ସଆପ୍‌ରେ ଟିକେଟ ସଂଗ୍ରହ କରିବାର ସୁବିଧା କରାଯାଇଛି । ହ୍ଵାଟ୍ସଆପ୍‌ ନମ୍ବର ହେଉଛି ୭୬୭୧୮୪୪୪୮୫୬ । ଏହି ନମ୍ବରରେ ହାଏ (Hi) ଲେଖି ମେସେଜ କଲେ ଟିକେଟ ପାଇଁ ବିଭିନ୍ନ ପ୍ରକାରର ସୋପାନ ଆସିବ । ଏହାକୁ ସିଲେକ୍ଟ କରି ଟିକେଟ କରିପାରିବେ । ଏହା ସହ କ୍ୟୁଆର କୋଡ୍‌ (QR Code) ସ୍କାନ କରି ଟିକେଟ ବୁକିଂ କରିପାରିବେ । ପର୍ଯ୍ୟଟକମାନେ ଯେଭଳି ସୁରକ୍ଷିତ ଭାବେ ପ୍ରାଣୀ ଉଦ୍ୟାନ ଭ୍ରମଣ କରିପାରିବେ ସେନେଇ ମଧ୍ୟ ଅଧିକ ଗୁରୁତ୍ଵ ଦିଆଯାଇଛି ।

ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ବ :

ଅଲଗା ଦିନ ଅପେକ୍ଷା ନୂଆବର୍ଷ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରସ୍ତୁତି ଜୋରଦାର ହୋଇଛି । ପର୍ଯ୍ୟଟନ ଋତୁରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସିଥାନ୍ତି । ପର୍ଯ୍ୟଟକମାନେ ରୋପୱେର ମଜା ନେବା ସହ ବାଘ, ଭାଲୁ, ସିଂହ ଓ ତୃଣଭୋଜି ସଫାରୀ ବୁଲିଥାନ୍ତି । ସେହିପରି ବାଘ, ସିଂହ, ଭାଲୁ, ହୁଲକ୍ ଗିବନ, ଜିରାପ୍, ସିମ୍ପାଜି, ବିଦେଶୀ ମାଙ୍କଡ଼ ଆଦି ବିଭିନ୍ନ ପ୍ରଜାତିର ୩ ହଜାରରୁ ଅଧିକ ଜୀବଜନ୍ତୁ, ପକ୍ଷୀ, ସରୀସୃପ ଦେଖିବା ସହ ମନୋରଞ୍ଜନ କରିଥାନ୍ତି । ଏସବୁ ମଧ୍ୟରେ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଥାଏ ।

ଏହାମଧ୍ୟ ପଢନ୍ତୁ...

ନନ୍ଦନକାନନରେ ନୂଆବର୍ଷ: ହ୍ଵାଟ୍ସଆପରେ ଟିକେଟ, ମଜା ଉଠାଇବେ ପର୍ଯ୍ୟଟକ

ନୂଆବର୍ଷ ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ, ଆସିଲେ 26 ନୂଆ ଅତିଥି

ସ୍କୁଲ ଛାତ୍ର ଛାତ୍ରୀ ହେବେ ନନ୍ଦନକାନନ ଆମ୍ବାସାଡର, ଡିସେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷା

ସ୍କୁଲ ପିଲାଙ୍କ ପାଇଁ କ'ଣ ରହିଛି ବ୍ୟବସ୍ଥା:

ନୂଆବର୍ଷ ସମୟରେ ନନ୍ଦନକାନନକୁ ଅଧିକ ମାତ୍ରାରେ ସ୍କୁଲ ପିଲା ଆସିଥାନ୍ତି । ଫଳରେ ଟିକେଟ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏଥର ସ୍କୁଲ ପିଲାମାନେ ପ୍ରବେଶ ଟିକେଟ ପାଇଁ ଲାଇନରେ ରହିବେ ନାହିଁ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ନନ୍ଦନକାନନରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜଣେ ଲୋକ ସମସ୍ତ ପିଲାଙ୍କ ଟିକେଟ କରିବା ସହ ସହଜରେ ପ୍ରାଣୀ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିପାରିବେ । ଏହାସହ ବୟସ୍କ ଲୋକମାନଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details