ଭୁବନେଶ୍ବର:ଗଞ୍ଜେଇ କାରବାରରେ ଓଡିଶାର ମୁମ୍ବାଇ ଲିଙ୍କ୍ । ମୁମ୍ବାଇ NCB ଟିମ୍ ହାତରେ ମୋଷ୍ଟ ଓ୍ବାଣ୍ଟେଡ ଗଞ୍ଜେଇ ମାଫିଆ । ଗଞ୍ଜାମର ଗଞ୍ଜେଇ ମାଫିଆ ନିଲକୁ ପ୍ରଧାନକୁ ଭୁବନେଶ୍ୱରରୁ ଗିରଫ କଲା ମୁମ୍ବାଇ NCB ସ୍ପେଶାଲ ଟିମ୍ । ତାକୁ ଟ୍ରାନଜିଟ ରିମାଣ୍ଡରେ ମୁମ୍ବାଇ ନିଆଯାଇଛି ।
ମୋଷ୍ଟ ଓ୍ବାଣ୍ଟେଡ ଗଞ୍ଜେଇ ମାଫିଆ ନିଲୁ ଗିରଫ:
ସୂଚନା ମୁତାବକ, ଦୀର୍ଘ ଦିନ ଧରି ମୁମ୍ବାଇ ଏନସିବି ରାଡାରରେ ଥିଲା ନିଲୁ ପ୍ରଧାନ । ହାଇ ପ୍ରୋଫାଇଲ ଗଞ୍ଜେଇ କାରବାରର ମୁମ୍ବାଇ କନେକ୍ସନରେ ଥିଲା ନିଲୁ । ଯାହାକୁ ଖୋଜୁଥିବା ଏନସିବି ଟିମ୍ ତାର ଠିକଣା ଭୁବନେଶ୍ୱରରେ ପାଇଥିଲା । ତାକୁ ଖୋଜି ଖୋଜି ଶେଷରେ ଭୁବନେଶ୍ୱର ଏନସିବି ଟିମ୍ ସହାୟତାରେ ତାକୁ ଗିରଫ କରିଥିଲେ । କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ଭୁବନେଶ୍ୱର କୋର୍ଟରେ ହାଜର କରାଇ ସେଠାରୁ ରିମାଣ୍ଡରେ ନେଇଛନ୍ତି ମୁମ୍ବାଇ । ନିଲୁ ପ୍ରଧାନର ଗଞ୍ଜେଇ କାରବାରର ଫର୍ଦ୍ଦାଫାସ ହୋଇଛି । ନିଲୁ ମୁମ୍ବାଇ ଏନସିବି ଟିମ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ଥିବା ନେଇ ସୂଚନା ଦେଇଛନ୍ତି ଜଣେ ଅଧିକାରୀ ।
ନିଲୁର ମାୟାନଗରୀ ଲିଙ୍କ୍:
ମାୟାନଗରୀ ମୁମ୍ବାଇ ଓ ଦିଲ୍ଲୀରେ ମଧ୍ୟ ଓଡ଼ିଶା ଗଞ୍ଜେଇର ଡିମାଣ୍ଡ ରହିଛି । ଯାହାକୁ ନେଇ ଓଡ଼ିଶାର କନ୍ଧମାଳ ଓ ବୌଦ୍ଧରୁ ଗଞ୍ଜେଇ ଆଣି ବିଭିନ୍ନ ଜରିଆରେ ସପ୍ଲାଏ କରୁଥିଲା । ଓଡ଼ିଶାର ଗଞ୍ଜେଇ ପାଇଁ ମୁମ୍ବାଇରେ ଏକ ଭଲ ମାର୍କେଟ ରହିଥିଲା । ମାୟାନଗରୀ ଭଳି ଜନଗହଳି ସ୍ଥାନରେ ଓଡ଼ିଶା ଗଞ୍ଜେଇ ଡିମାଣ୍ଡ ଥିଲା । ନିଲୁ ସହ ଅନେକ ମାଫିଆଙ୍କ ସହ ଡିଲ୍ ହୋଇଥିଲା । ଅନେକ ସମୟରେ ମୁମ୍ବାଇ ଓ ଦିଲ୍ଲୀକୁ ବଡ଼ ପରିମାଣର ଗଞ୍ଜେଇ ପଠାଇ ସେଠାରେ ଏକ ନିଜସ୍ବ ନେଟୱର୍କ ତିଆରି କରିଥିଲା ନିଲୁ । ସେଥିପାଇଁ ଏନସିବି ରାଡାରକୁ ଆସିଥିଲା ସେ । ତେବେ ନିଲୁ ପ୍ରଧାନର ଘର ଗଞ୍ଜାମ ବୋଲି ଜଣାପଡ଼ିଛି ।