ଓଡିଶା

odisha

ETV Bharat / state

ବ୍ରାଉନସୁଗର କାରବାରରେ ବନ୍ଧା ହେଲେ ୨ ଭାଇ - BROWN SUGAR SEIZED

ଦୁଇ ଭାଇ ମିଶି ବ୍ରାଉନସୁଗର କାରବାର କରୁଥିଲେ । ଖବର ପାଇ ମାଡି ବସିଲା ପୋଲିସ । ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ଜବତ ।

Brown Sugar Seized
Brown Sugar Seized (ETV Bharat Odisha)

By ETV Bharat Odisha Team

Published : Jan 5, 2025, 12:22 PM IST

ଭଦ୍ରକ: ପୋଲିସ କବଜାରେ ଧଳା ଜହର ବେପାରୀ । ୨ ଭାଇ ମିଶି କରୁଥିଲେ ବ୍ରାଉନସୁଗର ବେପାର । ଖବର ପାଇ ମାଡ଼ିବସିଲା ପୋଲିସ । ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ଜବତ ସହ ଦାମୀ କାର ଓ ମୋବାଇଲ ଜବତ ହୋଇଛି । କାରବାରରେ ସମ୍ପୃକ୍ତଥିବା ଅନ୍ୟମାନଙ୍କୁ ଧରିବା ପାଇଁ ଛାନଭିନ ଚଲାଇଛି ପୋଲିସ । ଏନେଇ ଭଦ୍ରକ ଟାଉନ ଥାନା ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରା ।

Brown Sugar Seized (ETV Bharat Odisha)

୨ ଭାଇ କରୁଥିଲେ ବେପାର:

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ବରାଳପୋଖରୀ ଅଞ୍ଚଳର ୨ ଭାଇ ଏକ କାର ଯୋଗେ ବ୍ରାଉନସୁଗର ନେଇ ବାଲେଶ୍ବରରୁ ବରାଳପୋଖରୀକୁ ଫେରୁଥିଲେ । ଏକ ବିଶ୍ୱସ୍ତ ସୂତ୍ରରୁ ଭଦ୍ରକ ଗୁଇନ୍ଦା ବିଭାଗ ଖବର ପାଇବା ପରେ ଭଦ୍ରକ ଟାଉନ ପୋଲିସକୁ ଜଣାଇଥିଲା । ଖବର ପାଇ ବାଟରେ ସେମାନଙ୍କ କାର ଅଟକାଇ ଚେକିଂ କରିଥିଲା ପୋଲିସ । ଯାଞ୍ଚ ବେଳେ କାରରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ମିଳିଥିଲା । ୨ ଭାଇଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବ୍ରାଉନସୁଗର ଜବତ କରିଛି ପୋଲିସ । ଏଥିସହ ପରବର୍ତ୍ତୀ ତଦନ୍ତ କରି ୨ଟି ଗାଡ଼ି ଏବଂ ୨ଟି ମୋବାଇଲକୁ ଜବତ କରାଯାଇଛି । ଗିରଫ ୨ ଭାଇ ହେଲେ ବରଳାପୋଖରୀ ଅଞ୍ଚଳର କାହ୍ନୁ ଚରଣ ନାୟକ ଏବଂ କାଳନ୍ଦୀ ନାୟକ ବୋଲି ଜଣାପଡିଛି ।

Brown Sugar Seized (ETV Bharat Odisha)

ଏହାମଧ୍ୟ ପଢ଼ନ୍ତୁ...ରାଜଧାନୀରେ ଧଳାଜହର; ବ୍ରାଉନସୁଗାର ବେପାରରେ କଲେଜ ଛାତ୍ରଛାତ୍ରୀ, ସୁନ୍ଦରୀ ତରୁଣୀଙ୍କ ସହ 2ଜଣଙ୍କୁ ଧରିଲା ଅବକାରୀ ଟିମ୍, 28ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ - Brown Sugar Trade in Bhubaneswar

ଏହାମଧ୍ୟ ପଢ଼ନ୍ତୁ...ଭଦ୍ରକରେ ଧଳା ଜହରର ଜାଲ: ବ୍ରାଉନ ସୁଗାର ଓ 30 ଲକ୍ଷ ଟଙ୍କା ସହ ମହିଳା ଗିରଫ

ଏହି ୨ ଭାଇ ଚରମ୍ପା ସମେତ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ଅତ୍ୟନ୍ତ ଚତୁରତାର ସହ ବ୍ରାଉନସୁଗର ବେପାର କରୁଥିଲେ । ତେବେ ସେମାନେ କେଉଁ କେଉଁ ଅଞ୍ଚଳକୁ ବ୍ରାଉନସୁଗର ଚାଲାଣ କରୁଥିଲେ ଏବଂ ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ଟାଉନ ଥାନାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧକ୍ଷକ ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି ।

୯.୫ ଗ୍ରାମର ବ୍ରାଉନସୁଗର ଜବତ:

ଭଦ୍ରକ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧକ୍ଷକ ଅରୂପ ଅଭିଷେକ ବେହେରା କହିଛନ୍ତି, "୨ ଜଣ ବ୍ୟକ୍ତି କାର ଯୋଗେ ବାଲେଶ୍ବର ପାର୍ଶ୍ବରୁ ଭଦ୍ରକକୁ ବ୍ରାଉନସୁଗର ନେଇ ଆସୁଥିବାର ଜିଲ୍ଲା ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିଥିଲା । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନାର ଏକ ଟିମ୍‌ ଉକ୍ତ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡ଼ିରେ ଭଦ୍ରକ ବରାଳ ପୋଖରୀ ଅଞ୍ଚଳର ୨ ବ୍ୟକ୍ତି ଥିଲେ । ସେମାନେ ୨ ଭାଇ । ଗାଡ଼ି ଯାଞ୍ଚ ବେଳେ ବ୍ରାଉନସୁଗାର ଜବତ କରାଯାଇଥିଲା । ସେମାନଙ୍କ ପାଖରୁ ୯.୫ ଗ୍ରାମର ବ୍ରାଉନସୁଗର, ୨ଟି ମୋବାଇଲ ଫୋନ, ଗୋଟିଏ ହୁଣ୍ଡାଇ କାର, ଗୋଟିଏ ସ୍କୁଟି ଜବତ କରାଯାଇଛି । ନିଶା ବାପେରୀଙ୍କ ଉପରେ ଭଦ୍ରକ ପୋଲିସ କଡ଼ା ନଜର ରଖିଛି । ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିରେ ଅନ୍ୟ କିଛି ସମ୍ପୃକ୍ତ ଥିବା ଲୋକଙ୍କୁ ଖୁବଶୀଘ୍ର ଧରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।"


ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details