ଓଡିଶା

odisha

ETV Bharat / state

ବାଲିକୁଦାରେ ବିଜେପିର ବିରାଟ ଶକ୍ତି ପ୍ରଦର୍ଶନ, ପଦ୍ମ ମୁହାଁ 2 ହଜାରରୁ ଊର୍ଦ୍ଧ୍ବ ଲୋକ - ବିଜେପି ମିଶ୍ରଣ ପର୍ବ

Balikuda Erasama Assembly constituency: ଜଗତସିଂହପୁର ବାଲିକୁଦା ଅଞ୍ଚଳରେ ବିଜେପିର ବିରାଟ ଶକ୍ତି ପ୍ରଦର୍ଶନ । ବିଭିନ୍ନ ପଞ୍ଚାୟତରୁ ଦୁଇ ହଜାରରୁ ଊର୍ଦ୍ଧ୍ବ ଲୋକେ ବିଜେପିରେ ସାମିଲ । ଅଧିକ ପଢ଼ନ୍ତୁ

ବାଲିକୁଦାରେ ବିଜେପିର ବିରାଟ ଶକ୍ତି ପଦର୍ଶନ
ବାଲିକୁଦାରେ ବିଜେପିର ବିରାଟ ଶକ୍ତି ପଦର୍ଶନ

By ETV Bharat Odisha Team

Published : Mar 4, 2024, 7:44 AM IST

Updated : Mar 4, 2024, 9:11 AM IST

ବାଲିକୁଦାରେ ବିଜେପିର ବିରାଟ ଶକ୍ତି ପଦର୍ଶନ

ଜଗତସିଂହପୁର: ଆସୁଛି ନିର୍ବାଚନ, ବଢ଼ୁଛି ରାଜନୀତି ଉଷ୍ମତା । ନିର୍ବାଚନ ଯେତିକି ପାଖେଇ ଆସୁଛି ଦିନକୁ ଦିନ ବିଜେପି ଦଳର ବଳ ସେତିକି ବଢ଼ିବାରେ ଲାଗିଛି । ଲଗାତାର ଅନ୍ୟ ଦଳ ଛାଡ଼ି ବିଜେପିରେ ଯୋଡ଼ି ହେଉଛନ୍ତି ଟାଣୁଆ ନେତାଙ୍କ ସହ ସାଧାରଣ ଲୋକ । ଏହି ପ୍ରରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରେ ବିଜେପି ପକ୍ଷରୁ ବିରାଟ ଶକ୍ତି ପ୍ରଦର୍ଶନ ସହିତ ବିଭିନ୍ନ ପଞ୍ଚାୟତରୁ ଦୁଇ ହଜାରରୁ ଊର୍ଦ୍ଧ୍ବ ଲୋକେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଜେପି ନେତା ସତ୍ୟସାରଥୀ ମହାନ୍ତିଙ୍କ ନେତୃତ୍ୱରେ ଗତକାଲି (ରବିବାର) ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ମିଶ୍ରଣ ପର୍ବରେ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ବ ଲୋକ ବିଜେପିରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ନୂଆ କରି ବିଜେପିରେ ସାମିଲ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ଯୋଗ ଦେଇଥିବା ବେଳେ ବିଜେଡିର ବରିଷ୍ଠ ନେତା ରମା ରଞ୍ଜନ ବଳିଆରସିଂ, ପୂର୍ବତନ ବିଧାୟକ ପ୍ରକାଶ ବେହେରା, ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ପାରାଦ୍ୱୀପର ବିଜେପି ନେତା ସମ୍ପଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେଵ ସିଧାସଳଖ ଶାସକ ବିଜେଡି ଦଳକୁ ଟାର୍ଗେଟ କରିବା ସହ ବିଜେଡିରେ ଗଳିଆ ପଡ଼ିଲାଣି ବୋଲି କହିଥିଲେ । 1999 ମସିହାରେ ଯେଉଁଭଳି ଭାବରେ ମହାବାତ୍ୟା ଆସିଥିଲା ସେହି ସମୟରେ ବିଜେଡି କ୍ଷମତାକୁ ଆସିଥିଲା । ବର୍ତ୍ତମାନ ସେ ସମୟ ଆଉ ନାହିଁ । 2024 ସାଧାରଣ ନିର୍ବାଚନରେ ଲୋକମତର ଯେଉଁ ଝଡ଼ ସୃଷ୍ଟି ହେବ ତାହା ଓଡିଶାରୁ ବିଜେଡି ମୁକ୍ତ ବିଜେପି ଯୁକ୍ତ ସରକାର ଆସିବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ବଡ଼ ମିଶ୍ରଣ ପର୍ବ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅରବିନ୍ଦ ଢାଲିଙ୍କ ସମେତ ବହୁ ହେଭିୱେଟ୍‌

ସେପଟେ ଦିନ 1ଟା ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆସିବାର କାର୍ଯ୍ୟକ୍ରମ ଥିବାବେଳେ ହଜାର ହଜାର ବିଜେପି କର୍ମୀ ସ୍ଥାନୀୟ ବାଲିକୁଦା ତହସିଲ ପଡ଼ିଆରେ ଏକତ୍ରିତ ହୋଇଥିଲେ । ହେଲେ ବିଜେପି ରାଜ୍ୟ ସଭାପତି ସଭାକୁ ନଆସିବାରୁ ବିଜେପି କର୍ମୀମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଥିଲା । ଜିଲ୍ଲା ସଭାପତିଙ୍କ ସହ ଦଳର ବରିଷ୍ଠ ନେତାମାନେ ଦିନ 3ଟା ସମୟରେ ରୋଡ ସୋ କରିବା ସହିତ ସଭାସ୍ଥଳରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଦୁଇ ହଜାରରୁ ଅଧିକ ମହିଳା ଓ ପୁରୁଷ ଅନ୍ୟ ଦଳରୁ ଆସି ବିଜେପିରେ ସାମିଲ ହୋଇଥିଲେ।

ଇଟିଭି ଭାରତ, ଜଗତସିଂହପୁର

Last Updated : Mar 4, 2024, 9:11 AM IST

ABOUT THE AUTHOR

...view details