ଭୁବନେଶ୍ବର:ଶେଷରେମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା । ମିନତୀ ବେହେରାଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଆସିଥିବା ପ୍ରତ୍ୟୁତ୍ତର ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଇ ପଦଚ୍ୟୁତି କରାଯାଇଛି । କାହିଁକି ପଦଚ୍ୟୁତ କରାନଯିବ, ସେନେଇ ସୋ କଜ୍ ମଗାଯାଇଥିଲା । ଉତ୍ତର ସନ୍ତୋଷ ଜନକ ନହେବାରୁ ତାଙ୍କୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର ।
ନଥିଲା ସନ୍ତୋଷଜନକ ଉତ୍ତର:
ମହିଳା କମିଶନ ଅଧ୍ୟକ୍ଷା ପଦରୁ ପଦଚ୍ୟୁତ ହେଲେ ମିନତୀ ବେହେରା । ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ଦିନ ପୂର୍ବରୁ ମିନତୀଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଥିଲା । କାରଣ ଦର୍ଶାଅ ନୋଟିସର ଉତ୍ତର ପରେ ତାଙ୍କୁ ପଦରୁ ଅପସାରଣ କରାଯାଇଛି । କାରଣ ଦର୍ଶାଅ ଚିଠିର ଉତ୍ତରରେ ସରକାର ଖୁସି ନାହାନ୍ତି । ସନ୍ତୋଷଜନକ ଉତ୍ତର ନମିଳିବାରୁ ମିନତୀ ବେହରାଙ୍କୁ ଅଧ୍ୟକ୍ଷା ପଦରୁ ଅପସାରଣ କରାଯାଇଛି ।
ଅକ୍ଟୋବର 23ରେ ବରଖାସ୍ତ କରିଥିଲେ ସରକାର:
ଗତ ଅକ୍ବୋବର ୨୩ରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଏବଂ ଅନ୍ୟ ୪ ଜଣ ସଦସ୍ୟାଙ୍କୁ ରାଜ୍ୟ ସରକାର ବରଖାସ୍ତ କରିଥିଲେ । କିନ୍ତୁ ତା ପରେ ମଧ୍ୟ ମିନତୀ ବେହେରା ପଦ ଛାଡୁନଥିଲେ । ପ୍ରତ୍ୟେକ ଦିନ ଅଫିସ ଆସିବା ସହ ଅଫିସ କାମ କରୁଥିଲେ । ଏପରିକି ବରଖାସ୍ତ ନେଇ ସେ କିଛି ଜାଣିନଥିବା ଗଣମାଧ୍ୟମକୁ କହିଥିଲେ । ତେବେ ଆଜି ତାଙ୍କୁ ପଦଚ୍ୟୁତ କରାଯାଇଥିବା ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
୩ ବର୍ଷ ପୂରିବା ପୂର୍ବରୁ ପଦବୀରୁ ହଟିଲେ: