ଭୁବନେଶ୍ବର: ଗେରୁଆ ହେବ ସରକାରୀ କୋଠା । ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ବିଜ୍ଞପ୍ତି ଜାରି କଲା ପୂର୍ତ୍ତବିଭାଗ । ବଦଳିବ ସରକାରୀ କୋଠାର ରଙ୍ଗ । ବାହାର କାନ୍ଥର ରଙ୍ଗ କମଳା ଏବଂ ବର୍ଡର ଲାଲ୍ ରହିବ । ସବୁ ସରକାରୀ କୋଠାର ରଙ୍ଗ ସମାନ ରହିବ । ସବୁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଲା ପୂର୍ତ୍ତ ବିଭାଗ ।
ବଦଳିବ ସରକାରୀ କୋଠାର ରଙ୍ଗ
ସମସ୍ତ ସରକାରୀ ବିଲ୍ଡିଂରେ ୟୁନିଫର୍ମ କଲର କୋଡ଼ ଲାଗୁ ହେବ। ସମସ୍ତ ସରକାରୀ କୋଠାର ରଙ୍ଗ କମଳା ଓ ନାଲି ରଙ୍ଗ ହେବ।ବିଲ୍ଡିଂ କାର୍ଯ୍ୟକ୍ଷମ ଥିଲେ ମରାମତି କିମ୍ବା ନବୀକରଣ ବେଳେ ରଙ୍ଗ ପରିବର୍ତ୍ତନ ହେବ । କୋଠାର ବାହାର ପଟ କମଳା ରଙ୍ଗ ଏବଂ ନାଲି ବର୍ଡ଼ର ବିଶିଷ୍ଟ ରହିବ । ଏନେଇ ସମସ୍ତ ମୁଖ୍ୟ ଯନ୍ତ୍ରୀ ଓବିସିସିକୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।
ପୁଣି ବଦଳିବ ରଙ୍ଗ । ଆଉ ଶାଗୁଆ ନୁହେଁ ଏଣିକି ସମସ୍ତ ସରକାରୀ କୋଠା ହେବ କମଳା ରଙ୍ଗ । ଏନେଇ ଆଜି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ସରକାରୀ ବିଲ୍ଡିଂରେ ୟୁନିଫର୍ମ କଲର କୋଡ଼ ରହିବ । ସୂଚନା ଥାଉ କି ପୂର୍ବରୁ ବିଜେଡ଼ି ସରକାର ସମୟରେ ସରକାରୀ କୋଠା ଗୁଡିକ ଶାଗୁଆ ରଙ୍ଗ ଥିଲା । ତେବେ ସରକାର ପରିବର୍ତ୍ତନ ହେବା ପରେ ବିଜେପି ସରକାର ରାଜ୍ୟର ସମସ୍ତ ସରକାରୀ ବିଲ୍ଡିଂର ରଙ୍ଗ ପରିବର୍ତ୍ତନ ହେବ ।
ଗେରିଆ ହେବ ସରକାରୀ କୋଠା-
- ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି
- ଗେରୁଆ ହେବ ସମସ୍ତ ସରକାରୀ କୋଠା
- ବିଜ୍ଞପ୍ତି ଜାରି କଲା ପୂର୍ତ୍ତବିଭାଗ
- ବଦଳିବ ସରକାରୀ କୋଠାର ରଙ୍ଗ
- ବାହାର କାନ୍ଥର ରଙ୍ଗ କମଳା ଏବଂ ବର୍ଡର ଲାଲ୍ ରହିବ
- ସବୁ ସରକାରୀ କୋଠାର ରଙ୍ଗ ସମାନ ରହିବ
- ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ ଚିଠି
- ସବୁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଲା ପୂର୍ତ୍ତ ବିଭାଗ