ଓଡିଶା

odisha

By ETV Bharat Odisha Team

Published : Mar 8, 2024, 2:18 PM IST

ETV Bharat / state

ବିଜେଡି-ବିଜେପି ମେଣ୍ଟ ପୂର୍ବରୁ ଥିଲା, ଏବେ କେବଳ ସିଟ ବୁଝାମଣା: ନରସିଂହ ମିଶ୍ର

Narasingha Mishra Reacts on BJD BJP Possible Alliance: ବିଜେଡି-ବିଜେପି ମେଣ୍ଟ ନେଇ ଉଭୟ ଦଳକୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କହିଲେ ପୂର୍ବରୁ ମେଣ୍ଟ ଥିଲା, ଏବେ କେବଳ ସିଟ ବୁଝାମଣା ହେବ । ଅଧିକ ପଢନ୍ତୁ

Narasingha Mishra Reaction
Narasingha Mishra Reaction

Narasingha Mishra Reaction

ବଲାଙ୍ଗୀର: ରାଜ୍ୟରେ ରାଜନୈତିକ ସମୀକରଣ ବଦଳିବା ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଘନଘନ ବୈଠକ ସାଙ୍ଗକୁ ବିଜେଡି- ବିଜେପିର ବରିଷ୍ଠ ନେତାଙ୍କ ଦିଲ୍ଲୀ ଗସ୍ତ ମେଣ୍ଟ ଚର୍ଚ୍ଚାକୁ ଅଧିକ ଖୋରକ ଯୋଗାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ପରଦିନ, ଉଭୟ ବିଜେଡି ଏବଂ ବିଜେପିର ବୈଠକ ପରେ ମେଣ୍ଟ ଆଲୋଚନା ତେଜିଥିଲା । ତେବେ ଏହାରି ଭିତରେ ଆଜି ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । କହିଲେ ପୂର୍ବରୁ ହିଁ ମେଣ୍ଟ ରହିଥିଲା, ଏବେ କେବଳ ସିଟ ବୁଝାମଣା ହେବ ।

ଓଡ଼ିଶା ରାଜନୀତିକୁ ନେଇ ଏବେ ସାରା ଦେଶର ନଜର । ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରିତ ହେଉଛି । ତେବେ କିଛିଦିନ ହେବ ଏହି ମେଣ୍ଟକୁ ନେଇ ଘନ ଘନ ବୈଠକ ଚାଲିଛି । ହେଲେ ଏଯାଏଁ କୌଣସି ଘୋଷଣା ହୋଇପାରି ନାହିଁ । ସେପଟେ ବିଭିନ୍ନ ମହଲରେ ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଏଭଳି ସ୍ଥଳେ ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇ ଉଭୟ ଦଳ ମଧ୍ୟରେ ଭାଇଭାଇର ସମ୍ପର୍କ ଭଳି କହି କଟାକ୍ଷ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୁଣି ଏକାଠି ହେବେ ପୁରୁଣା ସାଥୀ ! ୨୦୦୯ରେ ଭାଙ୍ଗିଥିଲା ୧୧ ବର୍ଷର ବିଜେପି-ବିଜେଡି ସମ୍ପର୍କ

ସେ ପ୍ରତିକ୍ରିୟା ଦେଇ କହିଛନ୍ତି, "ବିଜେଡି ବିଜେପି ମଧ୍ୟରେ ମେଣ୍ଟ ନୂଆ ନୁହେଁ । ଏମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ମେଣ୍ଟ ପୂର୍ବରୁ ହିଁ ରହିଛି । ଏପରିକି ଶଙ୍କରାଚାର୍ଯ୍ୟ ମଧ୍ୟ ଉଭୟ ଦଳକୁ ଗୋଟିଏ ମୂଦ୍ରାର ଦୁଇ ପାର୍ଶ୍ଵ ବୋଲି କହିଥିଲେ । ସେହିପରି ଏହି ମେଣ୍ଟର ପ୍ରମାଣ ଆଗରୁ ମଧ୍ୟ ରହିଛି ଯେଉଁଥିରେ ବିଜେଡି ସଂଖ୍ୟା ଗରିଷ୍ଠ ଥାଇ ମଧ୍ୟ ଦୁଇ ଦୁଇ ଥର ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବା ଏକ ବଳିଷ୍ଠ ଉଦାହରଣ । ତେଣୁ ମେଣ୍ଟ ପୂର୍ବରୁ ରହିଛି ଏବଂ ଏବେ କେବଳ ସିଟ ବୁଝାମଣା ହେବ । ବୁଝାମଣା ହେଲା ପରେ ଦୁଇ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ବିରୋଧ କରିବା ନିଶ୍ଚିତ ଏବଂ ଏହାର ଫାଇଦା କଂଗ୍ରେସ ନେବ ।" ତେବେ ବିଜେଡି ପୂର୍ବରୁ କହି ଆସିଛି ଯେ ତାଙ୍କର ବିଜେପି ଓ କଂଗ୍ରେସ ସହ ସମଦୂରତା ରହିଛି । ହେଲେ ଏହା କେବଳ କହିବା କଥା, ହେଲେ ଭିତରେ କିନ୍ତୁ ଏମାନେ ମିତ୍ର ବୋଲି କହିଛନ୍ତି ନରସିଂହ । ଅନ୍ୟପଟେ ମୋଦି ଯାହା କୁହନ୍ତି, ନବୀନ ତାହା କରନ୍ତି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details