ଓଡିଶା

odisha

ETV Bharat / state

କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା; ବାରିପଦାରୁ ମାଷ୍ଟରମାଇଣ୍ଡ ଗିରଫ୍ - CUTTACK BANGLADESHI GIRL CASE

ବାରିପଦାରେ ଲୁଚିଥିଲା ମହିଳା ମାଷ୍ଟରମାଇଣ୍ଡ । ଗିରଫ କରି କଟକ ଆଣିଲା କମିଶନରେଟ୍‌ ପୋଲିସ । ଗିରଫ ଅଭିଯୁକ୍ତ ସଂଖ୍ୟା ୪କୁ ବୃଦ୍ଧି ।

CUTTACK BANGLADESHI GIRL CASE
CUTTACK BANGLADESHI GIRL CASE (ETV Bharat Odisha)

By ETV Bharat Odisha Team

Published : Dec 7, 2024, 6:38 PM IST

କଟକ: କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ପୋଲିସ ହାତରେ ଲାଗିଲା ଘଟଣାର ମୁଖ୍ୟ କାର୍ପଟଦାର ତଥା ମହିଳା ମାଷ୍ଟରମାଇଣ୍ଡ । ଏହି ଗିରଫଦାରୀ ସହ ବଢିଲା ଅଭିଯୁକ୍ତଙ୍କ ସଂଖ୍ୟା । ଏହି ଘଟଣାରେ ବାରିପଦାରୁ ଗିରଫ ହେଲେ ମହିଳା ମାଷ୍ଟରମାଇଣ୍ଡ । ନାବାଳିକାକୁ ଦେହ ବ୍ୟବସାୟରେ ଲଗାଉଥିବା ମାମଲାରେ ଉକ୍ତ ମହିଳାକୁ ଗିରଫ କରିଛି କମିଶନରେଟ ପୋଲିସ । ତେବେ ଅଧିକ ତଥ୍ୟ ପାଇଁ ମହିଳାଙ୍କର ‘ଟିଆଇ ପରେଡ୍’ କରିବ ପୋଲିସ । ବାଂଲାଦେଶ ହାଇକମିଶନରଙ୍କୁ କମିସନରେଟ୍ ପୋଲିସ ଚିଠି ଲେଖିଥିବା କଟକ ଡ଼ିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

  • ଗିରଫ ହେଲା ମହିଳା ମାଷ୍ଟରମାଇଣ୍ଡ:

ଗିରଫ ମହିଳାଙ୍କ ମୋବାଇଲକୁ ଜବତ କରିଛି ପୋଲିସ । ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଏହି ମହିଳା ନାବାଳିକାକୁ ଅନୈତିକ କାରବାରରେ ନିୟୋଜିତ କରୁଥିଲେ । ଆଗକୁ ଅନେକ ଅଭିଯୁକ୍ତ ସମ୍ନାକୁ ଆସିପାରନ୍ତି ବୋଲି ଅନୁମାନ କରୁଛି ପୋଲିସ । ପୂର୍ବରୁ ଏହି ଘଟଣାରେ ମଧୁପାଟଣା ଥାନା ପୋଲିସ ଝାରପଡା ଅଞ୍ଚଳର ଅବଦୁଲ ସୟଦୁଲ ସୁଲେମାନ ଗିରଫ କରିଥିବାବେଳେ ଗୋପାଳପୁରରୁ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ଏପର୍ଯ୍ୟନ୍ତ ୪ ଜଣକୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ସେପଟେ ପୀଡିତାଙ୍କ ପରିବାର ଲୋକଙ୍କ ନିବେଦନକ୍ରମେ ତାଙ୍କୁ ବାଂଲାଦେଶ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି କଟକ ଡିସିପି ।

CUTTACK BANGLADESHI GIRL CASE (ETV Bharat Odisha)

'ଅଧିକ ତଦନ୍ତ ପାଇଁ ହେବ ଟି ଆଇ ପ୍ୟାରେଡ୍':

କଟକ ଡିସିପି ଜଗମୋହନ ମୀନା କହିଛନ୍ତି," ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ବାରିପଦାରୁ ଜଣେ ମହିଳା ଗିରଫ ହୋଇଛନ୍ତି । ଗିରଫ ମହିଳାଙ୍କ ମୋବାଇଲ ପୋଲିସ ଜବତ କରିଛି । ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ ଏହି ମହିଳା ଜଣଙ୍କ ଉକ୍ତ ନାବାଳିକାକୁ ଅନୈତିକ କାର୍ଯ୍ୟରେ ଲାଗାଉଥିଲେ । ଅଧିକ ତଦନ୍ତ ପାଇଁ ମହିଳାଙ୍କ ‘ଟିଆଇ ପରେଡ୍’ ହେବ । କଲିକତା ପୋଲିସ ସହ ଯୋଗାଯୋଗ କରିବ କମିସନରେଟ ପୋଲିସ । ଚାକିରୀ ଦେବା ନାଁରେ ଜଣେ ନାବାଳିକାଙ୍କୁ ବାଂଲାଦେଶୀରୁ ଆଣି ମସାଜ ପାର୍ଲର ଓ ବେଆଇନ କାରବାରରେ ଲଗାଉଥିବା ସାଂଘାତିକ ଅଭିଯୋଗ ଆଣିଥିଲେ ନାବାଳିକା ଜଣକ ।"

ଏହା ମଧ୍ୟ ପଢନ୍ତୁ...ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା, ଦଲାଲ ସ୍ବାମୀ-ସ୍ତ୍ରୀ ଗିରଫ

ଏହା ମଧ୍ୟ ପଢନ୍ତୁ...ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା, ବଢ଼ିଲା ଗିରଫ ସଂଖ୍ୟା

ଏହା ମଧ୍ୟ ପଢନ୍ତୁ...ଇଟାଭାଟିରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ, ବନ୍ଧା ହେଲା ସଇତାନ

  • ଚାକିରି ପାଇଁ ଭାରତ ଆସିଥିଲେ...

ଯୁବତୀଙ୍କୁ ଲିଙ୍କ୍ ରୋଡ ନିକଟରୁ ମଧୁପାଟଣା ପୋଲିସ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିବା ପରେ ଏଭଳି ଚାଞ୍ଚଲ୍ୟକର‌ ଘଟଣା ସାମ୍ନାକୁ ଆସିଥିଲା । ସୂଚନା ଅନୁଯାୟୀ ଗତ ଅକ୍ଟୋବର ମାସରେ ସେ ଚାକିରି ଖୋଜୁଥିବା ସମୟରେ ଜଣେ ବାଂଲାଦେଶୀଙ୍କ ସହ ଫେସବୁକରେ ବନ୍ଧୁତା ହୋଇଥିଲା । ସେ ନାବାଳିକାକୁ ଚାକିରି ଦେବା କହି ପ୍ରଥମେ କୋଲକାତା ପରେ ଭୁବନେଶ୍ୱର ଆଉ ତା’ପରେ କଟକରେ ଆଣି ରଖିଥିଲା ଅଭିଯୁକ୍ତ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details