ଓଡିଶା

odisha

ETV Bharat / state

ଡାକ୍ତର ଅପହରଣ ଘଟଣାରେ ନୂଆମୋଡ; ନିଜେ ରଚିଥିଲେ ନାଟକ ! କର୍ଣ୍ଣାଟକରୁ ମିଳିଲା ପତ୍ତା - Kalimela Doctor Rescued

Missing Kalimela Doctor Case: କର୍ଣ୍ଣାଟକରୁ ଉଦ୍ଧାର ହେଲେ ମାଲକାନଗିରିରୁ ନିଖୋଜ ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ । ସୂଚନା ଦେଇଛନ୍ତି ମାଲକାନଗିରି ଏସପି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Jun 5, 2024, 9:58 PM IST

ଡାକ୍ତର ଅପହରଣ ଘଟଣାରେ ନୂଆମୋଡ
ଡାକ୍ତର ଅପହରଣ ଘଟଣାରେ ନୂଆମୋଡ (ETV Bharat Odisha)

ମାଲକାନଗିରି: କାଲିମେଳା ଡାକ୍ତର ଅପହରଣ ଘଟଣାରେ ନୂଆମୋଡ । ମିଳିଲା ଡାକ୍ତର ଅମ୍ଳନାଙ୍କ ପତ୍ତା । ମାଓବାଦୀ ତାଙ୍କୁ ଅପହରଣ କରିଥିବା ନେଇ ଚର୍ଚ୍ଚା ଭିତରେ କର୍ଣ୍ଣାଟକରୁ ଠାବ କରିଛି ପୋଲିସ । ବର୍ତ୍ତମାନ ତାଙ୍କୁ କର୍ଣ୍ଣାଟକ ପୋଲିସ କାବୁ କରି ମାଲକାନଗିରି ଆଣୁଥିବା ଏସପି ସୂଚନା ଦେଇଛନ୍ତି । ଅଚାନକ ଡାକ୍ତର ରାତିରେ ନିଖୋଜ ହେବା ଏବଂ ପରବର୍ତ୍ତୀ ସମୟରେ ଘର ଆଗରେ ନକ୍ସଲ ପୋଷ୍ଟର ଲାଗିବାକୁ ନେଇ ଜିଲ୍ଲାରେ ପୁଣି ନକ୍ସଲଙ୍କ ପତିଆରା ଆରମ୍ଭ ହୋଇଥିବା ନେଇ କିଛି ଗଣମାଧ୍ୟମରେ ପ୍ରସାର ହୋଇଥିଲା ।

ମାଲକାନଗିରି ଏସପି ନିତେଶ ୱଦବାନି ମଧ୍ୟ ଏହା ମାଓବାଦୀଙ୍କ ଅପ‌ହରଣ ସହିତ କିଛି ସମ୍ପର୍କ ନଥିବା ପରୋକ୍ଷରେ କହିଥିଲେ । ଡାକ୍ତର ଅମ୍ଲାନ ଆଇପିଏଲ ଖେଳି ଋଣଭାରରେ ବୁଡିଥିବା ପୋଲିସର ପ୍ରାଥମିକ ତଦନ୍ତ ପରେ ଜଣାପଡିଛି । ଏଥିସହ ସେ ବ୍ୟାଙ୍କ ଏବଂ ସାଙ୍ଗସାଥିଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ଋଣ ନେଇଥିବା ଜଣାପଡିଥିଲା । ଯାହାଫଳରେ ସେ ଏଭଳି ନାଟକ ରଚିଥିବା ପୋଲିସ ସନ୍ଦେହ କରୁଥିଲା । ଗୋଟିଏ ପଟେ ଏସପି, ଏସଡିପିଓ ଟିମ ଗଠନ କରି ଡାକ୍ତରଙ୍କୁ ଖୋଜିବା ଆରମ୍ଭ କରିଥିବା ବେଳେ ଜିଲ୍ଲାପାଳ ସଚିନ ପାୱାର ମଧ୍ୟ ଦୁଇ ତିନୋଟି ଟିମ କରି ଡାକ୍ତରଙ୍କ ସନ୍ଧାନରେ ଲାଗି ପଡ଼ିଥିଲେ । ପୋଲିସ ପକ୍ଷରୁ ଡାକ୍ତରଙ୍କର ପତ୍ତା ଜାଣିବା ପାଇଁ ଚାରିଆଡେ ଖୋଜାଖୋଜି ଜାରି ରହିଥିଲା । ନକ୍ସଲ ଡାକ୍ତରଙ୍କୁ ଅପହରଣ କରି ନଥିବା ପୋଲିସ କହିଥିଲା ।

ଯେଉଁ ଚିଠି ଡାକ୍ତରଙ୍କ କ୍ବାଟର ସାମ୍ନାରୁ ମିଳିଛି ତାହା ମିଥ୍ୟା ଅଟେ । ଏପରିକି ଚିଠିର ତଦନ୍ତ ମଧ୍ୟ କରିଥିଲେ ପୋଲିସ । ଚିଠିରେ ଲେଖାଯାଇଥିବା ଅକ୍ଷରଗୁଡିକକୁ ଯାଞ୍ଚ ମଧ୍ୟ କରାଯାଇଥିଲା । ଚିଠି ନିଶ୍ଚିତ ଭାବେ ପ୍ରାୟୋଜିତ ବୋଲି ପୋଲିସ ଅନୁମାନ କରୁଥିଲା । ତଦନ୍ତ ପରେ ସବୁ ପର୍ଦ୍ଦାଫାସ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା । ଲକ୍ଷାଧିକ ଟଙ୍କା ଆଇପିଏଲରେ ଡାକ୍ତର ହାରିଥିବା କୁହାଯାଇଥିଲା । ପୁଣି ସେ ଯିବା ପୂର୍ବରୁ ଏଟିଏମରୁ ଟଙ୍କା ଉଠାଇ ନେଇଥିଲେ । ଡାକ୍ତର ଅମ୍ଲାନ ଭୋଇଙ୍କୁ କର୍ଣ୍ଣାଟକ ପୋଲିସ ଧରିଥିବା ବେଳେ ସେ ଏବେ ସୁସ୍ଥ ଓ ସୁରକ୍ଷିତ ରହିଛନ୍ତି । ତାଙ୍କୁ ବର୍ତ୍ତମାନ ମାଲକାନଗିରିକୁ ଅଣାଯାଉଥିବା ମାଲକାନଗିରି ଏସପି ନିତେଶ ୱାଦବାନି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଟାଇଟାନିକ ଦେଖିବାକୁ ପୁଣି ଦୁଃସାହାସ, ସମୁଦ୍ରକୁ ଯିବ ଟ୍ରାଇଟନ - Plans To Take Sub To Titanic Site

ସୂଚନା ଥାଉକି, ଗତ 5 ଦିନ ତଳେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇ କୁଆଡେ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଜୁନ ୧ ତାରିଖ ରାତିରେ ସେ ଡ୍ୟୁଟି ସାରି ସରକାର ବାସଭବନକୁ ଯାଇଥିଲେ । ସେବେଠାରୁ ତାଙ୍କର ଆଉ କୌଣସି ଖୋଜଖବର ମିଳିନଥିଲା । ତାଙ୍କୁ ମାଓବାଦୀ ଅପହରଣ କରିଥିବେ ନେଇ ପ୍ରଥମେ ସନ୍ଦେହ କରାଯାଉଥିଲା ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details