ଓଡିଶା

odisha

ETV Bharat / state

ଜଙ୍ଗଲରୁ ମିଳିଲା ନାବାଳକ ମୃତଦେହ, ପରିବାର ଆଣିଲେ ବଳି ଅଭିଯୋଗ

ନିଖୋଜ ନାବାଳକର ମୃତଦେହ ଜଙ୍ଗଲରୁ ଉଦ୍ଧାର । ପରିବାର ଲୋକେ ଆଣିଲେ ବଳି ପାଇଁ ହତ୍ୟା ଅଭିଯୋଗ । ପୋଲିସ ତଦନ୍ତ ଜାରି । ଜଣେ ଅଟକ ।

By ETV Bharat Odisha Team

Published : 4 hours ago

MINOR MURDER
MINOR MURDER (ETV Bharat Odisha)

ବଲାଙ୍ଗୀର: ନାବାଳକ ବଳି ! ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଝଳିଆ ଲିଟି ଗ୍ରାମରୁ । ଜଣେ ନିଖୋଜ ନାବାଳକର ମୃତଦେହ ଜଙ୍ଗଲରୁ ମିଳିବା ପରେ ପରିବାର ଲୋକେ ଆଣିଛନ୍ତି ବଳି ଅଭିଯୋଗ । ମୃତକ ହେଲେ ଜଲପାଙ୍କେଲ ଗାଁର ତପନ ବିଭାରଙ୍କ ୧୩ ବର୍ଷର ପୁଅ ସୋମନାଥ ବିଭାର । ବଲାଙ୍ଗୀର ପୋଲିସ ମୃତଦେହ ଉଦ୍ଧାର କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି ।

ଗୁରୁବାରରୁ ନିଖୋଜ ଥିଲେ ସୋମନାଥ:

ମୃତ ନାବାଳକ (ETV Bharat Odisha)

ମୃତ ନାବାଳକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ, ଗତ ଗୁରୁବାର ଅପରାହ୍ନ ୪ ଟାରୁ ନିଖୋଜ ହୋଇଥିଲେ 13 ବର୍ଷିଆ ନାବାଳକ ସୋମନାଥ । ଘର ଲୋକ ଓ ଗ୍ରାମବାସୀ ବହୁ ଖୋଜା ଖୋଜି କରିବା ପରେ ତାର ପତ୍ତା ନ ପାଇବାରୁ ସ୍ଥାନୀୟ ପୋଲିସ ପାଖରେ ଅଭିଯୋଗ କରିଥିଲେ ।

ଗତକାଲି ଜଙ୍ଗଲରୁ ମିଳିଲା ମୃତଦେହ:

ଗତକାଲି(ଶୁକ୍ରବାର) ସକାଳେ ପାଖ ଝଳିଆଲିଟି ଗ୍ରାମର ଜଙ୍ଗଲ ପାଖରେ ନିଖୋଜ ସୋମନାଥର ମୃତଦେହ ଉଦ୍ଧାର ହୋଇଛି । ନାବାଳକର ମୃତଦେହ ପାଖରେ ଏକ ଗାତ ଖୋଳି ପୋତି ଦେବା ଉଦ୍ୟମ କରି ଥିଲେ ସୁଦ୍ଧା ଗାତ ଖୋଳି ପାରିନଥିବାରୁ ମୃତଦେହ ଛାଡି ହତ୍ୟାକାରୀ ଫେରାର ମାରି ଥିବାର ଆଶଙ୍କା କରିଛନ୍ତି ପରିବାର ଲୋକେ।

MINOR MURDER (ETV Bharat Odisha)

ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ଅବରୋଧ:

ଅଭିଯୁକ୍ତକୁ ଗିରଫ ଦାବି କରି ପରିବାର ଓ ଗ୍ରାମବାସି ମିଳିତ ଭାବରେ ଅଭିଯୁକ୍ତକୁ ଗିରଫ ଦାବିରେ ବଲାଙ୍ଗୀର ନୂଆପଡା ରାସ୍ତା ଦୀର୍ଘ ସମୟ ଧରି ଅବରୋଧ କରାଯାଇଥିଲା । ଲାଠୋର ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡକୁ ନେଇ ତଦନ୍ତ କରିଛି । ଏଥିସହ ଗ୍ରାମର ଜଣକୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି । ସେପଟେ ପୋଲିସ ଏହାକୁ ପୂର୍ବ ଶତ୍ରୁତା ଯୋଗୁଁ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବାର କହିଛି ।

କଣ କହିଲେ ସମ୍ପର୍କୀୟ:

ମୃତ ନାବାଳକର ସମ୍ପର୍କୀୟ ନାରାୟଣ ହଂସ କହିଛନ୍ତି, ‘ଗତକାଲି(ଗୁରୁବାର) 4 ଠାରୁ ତାଙ୍କ 13 ବର୍ଷର ପୁଅ ନିଖୋଜ ଥିଲା । ଯାହାକୁ ସେମାନେ ସମସ୍ତେ ରାତି ତମାମ ଖୋଜା ଖୋଜି କରିଥିଲେ । କୌଣସି ଖୋଜ ଖବର ନ ପାଇବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେପଟେ ପୋଲିସ୍ ରାତିରୁ ବାଳକର ସନ୍ଧାନ ଆରମ୍ଭ କରିଥିଲେ ସୁଦ୍ଧା ତାର ପତ୍ତା ମିଳି ନଥିଲା । ଗତକାଲି ତାର ମୃତଦେହ ଜଙ୍ଗଲରୁ ମିଳିଛି । ତେବେ ପୂର୍ଣ୍ଣିମା ଥିବାରୁ ପୁଅକୁ ବଳି ଦିଆଯାଇ ହତ୍ୟା କରା ଯାଇଛି । ଏଥିସହ ପୋତିବାର ଉଦ୍ୟମ କରି ଗାତ ଖୋଲି ନ ପାରିବାରୁ ମୃତଦେହକୁ ଫୋପାଡି ହତ୍ୟାକାରୀ ଫେରାର ମାରିଛି’ ।

ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ:

ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୂଝାରୀ କହିଛନ୍ତି, ‘ପୋଲିସ ପାଖରେ ନାବାଳକର ନିଖୋଜ ଅଭିଯୋଗ ଗତ ଗୁରୁବାର ହୋଇଥିଲା । ଯାହାକୁ ଭିତ୍ତି କରି ପୋଲିସ ଛାନବିନ ଆରମ୍ଭ କରିଥିବା ବେଳେ ଗତକାଲି ତାର ମୃତଦେହ ପାଖ ଏକ ଗାଁ ଜଙ୍ଗଲରୁ ଉଦ୍ଧାର ହୋଇଛି । ତେବେ ପୂର୍ବ ଶତ୍ରୁତାରୁ ତାକୁ ହତ୍ୟା କରାଯାଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ୍ ସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏଥିରେ ଜଣକୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।’

ଏହା ମଧ୍ୟ ପଢନ୍ତୁ:

ଟ୍ରେନ ଟ୍ରାକରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭାଇଗିରିରୁ ୧୬ ବର୍ଷୀୟ ନାବାଳକକୁ ହତ୍ୟା ! ମୃତଦେହ ରଖି ଥାନା ଘେରିଲେ ପରିବାର

ସ୍ତ୍ରୀ ସାମ୍ନାରେ ସ୍ବାମୀକୁ ହତ୍ୟା, ପତ୍ନୀକୁ ମାରି କୂଅକୁ ଫିଙ୍ଗିଦେଲା ପତି - Dhenkanal Murder

ଶାଢୀ ଚୋରି ସନ୍ଦେହରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ - Youth Beaten to death

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details