ଓଡିଶା

odisha

By ETV Bharat Odisha Team

Published : Mar 19, 2024, 10:10 PM IST

ETV Bharat / state

ପିଇଓଙ୍କୁ ମରଣାନ୍ତକ ଆକ୍ରମଣ କରି ଭତ୍ତା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

Bangomunda loot: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପିଇଓଙ୍କୁ ମରଣାନ୍ତକ ଆକ୍ରମଣ କରି 4 ଲକ୍ଷ 64 ହଜାର ଭତ୍ତା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

Bangomunda loot
Bangomunda loot

Bangomunda loot

ବଲାଙ୍ଗୀର: ଜିଲ୍ଲାରେ ଲୁଟେରାଙ୍କ ଆତଙ୍କରାଜ । ବଲାଙ୍ଗୀର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରି 4ଲକ୍ଷ 64 ହଜାର ଟଙ୍କା ଲୁଟ । ଭତ୍ତା ଟଙ୍କା ବାଣ୍ଟିବା ପାଇଁ ବ୍ୟାଙ୍କରୁ ଉଠାଇ ଫେରୁଥିବା ବେଳେ ଲୁଟେରାମାନେ ଆକ୍ରମଣ କରି ଟଙ୍କା ନେଇଯାଇଯାଇଥିବା ସୂଚନା ରହିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବଲାଙ୍ଗୀର ଜିଲ୍ଲାରେ ଲୁଟେରାଙ୍କ ଆତଙ୍କରାଜ ବଢିବାରେ ଲାଗିଛି । ଦିନ ଦ୍ୱିପ୍ରହରରେ ଲୁଟ । ବଙ୍ଗୋମୁଣ୍ଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇ ନେଉଥିବା ବେଳେ ରାସ୍ତାରେ ଲୁଟେରାମାନେ ଅଟକାଇ ମରଣାନ୍ତକ ଆକ୍ରମଣ କରିବା ସହ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ଆସିଛି । ଅଭିଯୋଗ ଅନୁଯାୟୀ, ବଙ୍ଗୋମୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ଘିଭେଲା ଓ ଅନ୍ୟ ସହଯୋଗୀ ଇଓ ଚିନ୍ତାମଣି ରଣା ଏକ ବାଇକ ରେ ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ରୁ ଭତ୍ତା ଟଙ୍କା ଉଠାଣ କରି କଣ୍ଟାବାଞ୍ଜି ନିଜ ଘରକୁ ଯାଉଥିଲେ ।

ଏହାମଧ୍ୟ ପଢନ୍ତୁ..ସୁନା ବ୍ୟବସାୟୀଙ୍କୁ ଆକ୍ରମଣ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଏହି ସମୟରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି - ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ଦନ୍ଦରାଠାରେ ଏକ ଆପାଚି ଗାଡିରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ତାଙ୍କ ବାଇକକୁ ଧକ୍କା ଦେଇଥିଲେ । ଚଳନ୍ତା ବାଇକକୁ ଧକ୍କା ଦେଇ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ବାଇକ ଡିକିରୁ ଭାଙ୍ଗି ୪ ଲକ୍ଷ ୬୪ ହଜାର ଟଙ୍କା ଲୁଟି ନେଇଯାଇଥିଲେ ।

ଏହାମଧ୍ୟ ପଢନ୍ତୁ..ରାଉରକେଲାରେ ଏଟିଏମ ତାଡି 10 ଲକ୍ଷରୁ ଅଧିକ ଟଙ୍କା ଲୁଟ୍

ସେପଟେ ବଙ୍ଗୋମୁଣ୍ଡା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତ ଇଓଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଉଭୟ ଇଓଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଆଘାତ ଲାଗିଛି । ସେପଟେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି । ତେବେ ଏହି ଅଞ୍ଚଳରେ ରାହାଜାନୀ ଲୁଟ ଓ ଡକାୟତି ଘଟଣା ଏବେ ନୀତି ଦିନିଆ ହୋଇଛି । ବଙ୍ଗୋମୁଣ୍ଡା ଗ୍ରାମ ଓଡ଼ିଶାର ଏକ ସିସିଟିଭି ସୁରକ୍ଷିତ ଗ୍ରାମ ହୋଇଥିବା ସତ୍ତ୍ୱେ ଅପରାଧୀ ତାକୁ ହେୟଜ୍ଞାନ କରି ବେଧଡକ ଅପରାଧ ଘଟାଇ ଆସିବାର ଅଭିଯୋଗ ଆସିଛି । ତେବେ ଏଭଳି ସ୍ଥିତିରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details