ଓଡିଶା

odisha

ETV Bharat / state

ବଢ଼ିଲା ମଧ୍ୟାହ୍ନ ଭୋଜନ ମୂଲ୍ୟ, ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ ହେବେ ଉପକୃତ - MID DAY MEAL PRICE HIKE BY GOVT

ମଧ୍ୟାହ୍ନ ଭୋଜନ ମୂଲ୍ୟ ବୃଦ୍ଧି ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି ।

୧ ଟଙ୍କା ବଢ଼ିଲା ମଧ୍ୟାନ ଭୋଜନ ମୂଲ୍ୟ, ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ
୧ ଟଙ୍କା ବଢ଼ିଲା ମଧ୍ୟାନ ଭୋଜନ ମୂଲ୍ୟ, ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ (ETV Bharat Odisha)

By ETV Bharat Odisha Team

Published : Nov 19, 2024, 8:24 AM IST

Updated : Nov 19, 2024, 9:11 AM IST

ଭୁବନେଶ୍ବର: ମଧ୍ୟାହ୍ନ ଭୋଜନ ମୂଲ୍ୟରେ ପ୍ରତି ବିଦ୍ୟାର୍ଥୀ ପିଛା ୧ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏସମ୍ପର୍କରେ ଘୋଷଣା କରିସାରିଥିବା ବେଳେ ଗତକାଲି (ସୋମବାର) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନର ବଜାର ଦରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ସାମଗ୍ରୀ (ରନ୍ଧନ) ଖର୍ଚ୍ଚ ଅତିରିକ୍ତ ୧ ଟଙ୍କା ଲେଖାଏଁ ବଢ଼ାଇଛନ୍ତି ସରକାର । ନଭେମ୍ବର ୧୪ ତାରିଖରୁ ଏହି ସଂଶୋଧିତ ମୂଲ୍ୟ ପିଛିଲା ଭାବେ ଲାଗୁ ହେବ ।

ମଧ୍ୟାହ୍ନ ଭୋଜନ ମୂଲ୍ୟ ବୃଦ୍ଧି:-
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, "ରାଜ୍ୟରେ କେନ୍ଦ୍ର ସରକାରଙ୍କ ‘ପିଏମ୍‌ ପୋଷଣ’ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ କେନ୍ଦ୍ର ସରକାର ପ୍ରତ୍ୟେକ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ୫.୪୫ ଟଙ୍କା ସାମଗ୍ରୀ (ରନ୍ଧନ) ଖର୍ଚ୍ଚ ଧାର୍ଯ୍ୟ କରିଥିବାବେଳେ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଲାଗି ଏହା ୮. ୧୭ ଟଙ୍କା ସ୍ଥିରିକୃତ ରହିଛି । ବର୍ତ୍ତମାନ ରାଜ୍ୟ ସରକାର ପ୍ରତ୍ୟେକ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ଅତିରିକ୍ତ ୦.୪୫ ଟଙ୍କା (45 ପଇସା) ଏବଂ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ୦.୬୫ ଟଙ୍କା 65 (ପଇସା) ପ୍ରଦାନ କରୁଛନ୍ତି । ଏହାଫଳରେ ପ୍ରତ୍ୟେକ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ୫. ୯୦ ଟଙ୍କା ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ୮. ୮୨ ଟଙ୍କା ଦୈନିକ ଖର୍ଚ୍ଚ ହେଉଛି । ଏବେ ରାଜ୍ୟ ସରକାର ବିଦ୍ୟାର୍ଥୀ ପିଛା ଅତିରିକ୍ତ ୧ ଟଙ୍କା ବୃଦ୍ଧି କରିଛନ୍ତି ।

ଏହାଫଳରେ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଲାଗି ଦୈନିକ ମୋଟ୍ ଖର୍ଚ୍ଚ ୬.୯୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ପ୍ରତି ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ମୋଟ୍ ଖର୍ଚ୍ଚ ୯. ୮୨ ଟଙ୍କାକୁ ବୃଦ୍ଧି ହୋଇଛି । ଯେଉଁଥିରେ ରାଜ୍ୟ ଅଂଶ ପ୍ରାଥମିକ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ୧.୪୫ ଟଙ୍କା ଏବଂ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ଦୈନିକ ୧.୬୫ ଟଙ୍କା ହୋଇଛି ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

୧ ଟଙ୍କା ବଢ଼ିଲା ମଧ୍ୟାନ ଭୋଜନ ମୂଲ୍ୟ, ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ (ETV Bharat Odisha)
  • କେଉଁ ଶ୍ରେଣୀର ପିଲାମାନେ ପାଇବେ ‘ପିଏମ୍-ପୋଷଣ’ ଯୋଜନା ସୁବିଧା:-

ପିଏମ୍- ପୋଷଣ ଅନ୍ତର୍ଗତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି ।

ମଧ୍ୟାହ୍ନ ଭୋଜନ ମୂଲ୍ୟ ୧ ଟଙ୍କା ବଢ଼ିଲା (ETV Bharat Odisha)
  • କେବେ ଆରମ୍ଭ ହୋଇଥିଲା ମିଡ-ଡେ ମିଲ୍‌:-

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ‘ମଧ୍ୟାହ୍ନ ଭୋଜନ’ର ନାଁ ବଦଳାଇ ‘ପ୍ରଧାନମନ୍ତ୍ରୀ ପୋଷଣ’ ରଖାଯାଇଛି । ଦେଶବ୍ୟାପୀ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ସେମାନଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବାକୁ ୧୯୫୯ ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହୋଇଥିଲା ‘ମିଡ-ଡେ ମିଲ୍‌’ ବା ମଧ୍ୟାନ ଭୋଜନ ଯୋଜନା । ଉପସ୍ଥାନ ବଢାଇବା ଉଦ୍ଦେଶ୍ୟରେ ଏହି ଯୋଜନାରେ ସମସ୍ତ ସରକାରୀ ବିଦ୍ୟାଳୟଗୁଡିକରେ ୬ରୁ ୧୪ ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ମଧ୍ୟାହ୍ନ ଭୋଜନ ସପ୍ତାହିକ ବିବରଣୀ:-

  • ସୋମବାର - ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଡାଲମା
    ମଙ୍ଗଳବାର - ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ସୋୟା ବଡ଼ି ତରକାରୀ
  • ବୁଧବାର - ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଅଣ୍ଡା ତରକାରୀ
  • ଗୁରୁବାର - ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଡାଲମା
  • ଶୁକ୍ରବାର - ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ସୋୟା ବଡ଼ି ତରକାରୀ
  • ଶନିବାର - ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଅଣ୍ଡା ତରକାରୀ

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 19, 2024, 9:11 AM IST

ABOUT THE AUTHOR

...view details