ଓଡିଶା

odisha

ETV Bharat / state

୨୮ରେ ଓଡିଶା ଆସୁଛନ୍ତି ବିଲ ଗେଟ୍ସ; ଗେଟ୍ସ ଫାଉଣ୍ଡେସନ ସହଯୋଗୀ ଯୋଜନାର ସମୀକ୍ଷା, ବୁଲିବେ କୃଷି ଭବନ - ଓଡିଶା ଆସୁଛନ୍ତି ବିଲ ଗେଟ୍ସ

Bill Gates to visit Odisha: ଆସନ୍ତା ୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । ଗେଟ୍ସ ଫାଉଣ୍ଡେସନ ସହାୟତାରେ ବିଭିନ୍ନ ବିଭାଗରେ ଚାଲିଥିବା ଯୋଜନାର ସେ କରିବେ ସମୀକ୍ଷା । ବିଲ ଗେଟ୍ସଙ୍କ ଓଡିଶା ଗସ୍ତ ପୂର୍ବରୁ ତାଙ୍କ ଟିମ ଓଡିଶା ଆସି ବିଭିନ୍ନ ବିଭାଗ ସହ ଭେଟି ଚୂଡାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଛନ୍ତି । ଅଧିକ ପଢନ୍ତୁ

୨୮ରେ ଓଡିଶା ଆସୁଛନ୍ତି ବିଲ ଗେଟ୍ସ; ଗେଟ୍ସ ଫାଉଣ୍ଡେସନ ସହଯୋଗୀ ଯୋଜନାର ସମୀକ୍ଷା
୨୮ରେ ଓଡିଶା ଆସୁଛନ୍ତି ବିଲ ଗେଟ୍ସ; ଗେଟ୍ସ ଫାଉଣ୍ଡେସନ ସହଯୋଗୀ ଯୋଜନାର ସମୀକ୍ଷା

By ETV Bharat Odisha Team

Published : Feb 26, 2024, 6:52 PM IST

୨୮ରେ ଓଡିଶା ଆସୁଛନ୍ତି ବିଲ ଗେଟ୍ସ; ଗେଟ୍ସ ଫାଉଣ୍ଡେସନ ସହଯୋଗୀ ଯୋଜନାର ସମୀକ୍ଷା

ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । ଗେଟ୍ସ ଫାଉଣ୍ଡେସନ ସହାୟତାରେ ବିଭିନ୍ନ ବିଭାଗରେ ଚାଲିଥିବା ଯୋଜନାର ସେ କରିବେ ସମୀକ୍ଷା । ବିଲ ଗେଟ୍ସଙ୍କ ଓଡିଶା ଗସ୍ତ ପୂର୍ବରୁ ତାଙ୍କ ଟିମ ଓଡିଶା ଆସି ବିଭିନ୍ନ ବିଭାଗ ସହ ଭେଟି ଚୂଡାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଛନ୍ତି । ଦିନିକିଆ ଓଡିଶା ଗସ୍ତ ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢନ୍ତୁ- Chalti ka Naam Bill Gates ki Gaadi: ଇ-ରିକ୍ସା ଚଳାଇ ଭିଡିଓ ପୋଷ୍ଟ କଲେ ବିଲ ଗେଟ୍ସ, ଆନନ୍ଦ ମହିନ୍ଦ୍ରା ଦେଲେ ପ୍ରତିଯୋଗିତା ଅଫର

ଦିନିକିଆ ଓଡ଼ିଶା ଗସ୍ତରେ ଓଡିଶା ଆସୁଛନ୍ତି ବିଶ୍ବର ସୁପ୍ରସିଦ୍ଧ ଶିଳ୍ପପତି ତଥା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । ଆସନ୍ତା ଫେବୃଆରୀ ୨୮ ରେ ବିଲ ଗେଟ୍ସ ଭୁବନେଶ୍ବରରେ ପହଞ୍ଚିବେ । ଗେଟ୍ସ ଫାଉଣ୍ଡେସନ ସହାୟତାରେ ଓଡ଼ିଶାର ବିଭିନ୍ନ ବିଭାଗରେ ଚାଲିଛି ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା । ଏହି କାର୍ଯ୍ୟକ୍ରମ ଓ ଯୋଜନାର ସେ ସମୀକ୍ଷା କରିବେ । ଗେଟ୍ସ ଫାଉଣ୍ଡେସନ ସହାୟତାରେ ରାଜ୍ୟରେ କାର୍ଯ୍ୟ କରୁଛି କୃଷି ସମୀକ୍ଷା କେନ୍ଦ୍ର । ସମନ୍ଵିତ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ବାବଦରେ ସୂଚନା ଦେଉଛି ଏହି କେନ୍ଦ୍ର । ଚାଷ ସମ୍ବନ୍ଧୀୟ ସମସ୍ୟା ବାବଦରେ ଏହି କେନ୍ଦ୍ର ଚାଷୀଙ୍କୁ ସହାୟତା ଯୋଗାଉଛି ।

ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତିନାମା ସ୍ବାକ୍ଷର କରିଥିଲେ ଓଡ଼ିଶା ସରକାର । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଗେଟ୍ସ ଫାଉଣ୍ଡେସନ ସହଯୋଗରେ ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ତାହାର ସେ ସମୀକ୍ଷା କରିବେ । ବିଲ ଗେଟ୍ସଙ୍କ ଗସ୍ତ ପୂର୍ବରୁ ତାଙ୍କ ଅଧିକାରୀ ମାନେ ଆଗୁଆ ଓଡିଶା ଆସିଛନ୍ତି । କୃଷି ଭବନ ପରିଦର୍ଶନ କରି ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗ ଓ ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରୁଛନ୍ତି । ଏହା ପରେ ବିଲ ଗେଟ୍ସଙ୍କ ଗସ୍ତର ଚୂଡାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ । ଦିନିକିଆ ଓଡିଶା ଗସ୍ତ ଅବସରରେ ବିଲ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି ।

ବିଲ ଗେଟ୍ସଙ୍କ ଗସ୍ତ ନେଇ କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ବିଲ ଗେଟ୍ସ କୃଷି ଭବନରେ ଥିବା କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଗେଟ୍ସ ଫାଉଣ୍ଡେସନ ସହାୟତାରେ କାର୍ଯ୍ୟ କରୁଛି କୃଷି ସମୀକ୍ଷା କେନ୍ଦ୍ର । ଗେଟ୍ସ ଫାଉଣ୍ଡେସନ କୃଷି ବିଭାଗର ପରାମର୍ଶଦାତା ରହିଛି । ତାଙ୍କ ସହଯୋଗରେ IT ବିକାଶ କରାଯାଉଛି । ଓଡ଼ିଶାରେ ଥିବା କୃଷି ସମୀକ୍ଷା କେନ୍ଦ୍ର, ସାରା ଦେଶର ଏକ ଅନନ୍ୟ ପ୍ରକଳ୍ପ । ସମନ୍ଵିତ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ବାବଦରେ ସୂଚନା ଦେଉଛି ଏହି କେନ୍ଦ୍ର । ଏହି କେନ୍ଦ୍ର କିଛି ଦିନ ତଳେ ଉଦଘାଟନ ହୋଇଛି । କୃଷି ସମୀକ୍ଷା କେନ୍ଦ୍ର ଚାଷୀମାନଙ୍କ ଉନ୍ନତି ପାଇଁ କିପରି କାମ କରୁଛି ତାହା ବିଲ ଗେଟ୍ସ ଚାହୁଁଛନ୍ତି । ସେଥିପାଇଁ ସେ ଓଡିଶା ଗସ୍ତରେ ଆସୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details