ଓଡିଶା

odisha

ETV Bharat / state

କନ୍ଧମାଳରେ ପୋଲିସ-ମାଓବାଦୀ ଗୁଳିବିନିମୟ, ଜଣେ ମାଓବାଦୀ ମୃତଦେହ ଠାବ, ଶୁଭେଚ୍ଛା ଜଣାଇଲେ ଡିଜି

କନ୍ଧମାଳରେ ମାଓବାଦୀ-ପୋଲିସ ଗୁଳି ବିନିମୟ । ଜଣେ ମାଓ କ୍ୟାଡ଼ର ମୃତ । ଏକେ-୪୭ ବନ୍ଧୁକ ଜବତ ।

Maoist Killed In Encounter
Maoist Killed In Encounter (ETV Bharat Odisha)

By ETV Bharat Odisha Team

Published : 4 hours ago


ବ୍ରହ୍ମପୁର/କଟକ: ରାଜ୍ୟରେ ଗୋଟିଏ ପଟେ ସାମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ସମସ୍ତେ ଚିନ୍ତାରେ ରହିଥିବା ବେଳେ ଏପରି ସମୟରେ ରାଜ୍ୟର କନ୍ଧମାଳ ଜିଲାରେ ମାଓବାଦୀ ଓ ପୋଲିସ ମୁହାଁମୁହିଁ ହୋଇଥିବା ବେଳେ ଏଥିରେ ଜଣେ ମାଓ କ୍ୟାଡ଼ର ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଶେଷାରଗାଁ ନିକଟସ୍ଥ ବୁଡାନଇ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ମାନଙ୍କ ଗତିବିଧି ରହିଥିବା ସୂଚନା ପାଇ କନ୍ଧମାଳ ଜିଲା ପୋଲିସର ଦୁଇଟି ଏମ୍.ଓ.ଜି ଟିମ୍ ଗତ ଦୁଇ ଦିନ ଧରି ନଜର ରଖିଥିବା ବେଳେ ପୋଲିସର ଏହି ଅପରେସନ ସମୟରେ ଆଜି ସକାଳ ୯ ଘଣ୍ଟା ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହଠାତ୍ ଗୁଳି ବିନିମୟ ହୋଇଥିଲା ।

ଯାହାକି ଏହି ପୋଲିସ ଗୁଳି ବିନିମୟରେ ସିପିଆଇ (ଏମ୍) ମାଓବାଦୀ ପାର୍ଟି ର କନ୍ଧମାଳ-କଳାହାଣ୍ଡି- ବୈଦ୍ଧ-ନୟାଗଡ ଡିଭିଜନ୍ କୁହାଯାଉଥିବା କେକେବିଏନ୍ ଡିଭିଜନ୍ ଏକ କ୍ୟାଡର ବରିଷ୍ଠ ମାଓ ସଦସ୍ୟ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗତ କିଛି ମାସ ଧରି କନ୍ଧମାଳ ଜିଲ୍ଲାରେ କେକେବିଏନ୍ ଡିଭିଜନ୍ ସକ୍ରିୟ ରହିଥିବା ବେଳେ ପୋଲିସ ପକ୍ଷରୁ ମାଓ ବିରୋଧି ଅପରେସନ୍ ଜାରି ରହିଛି । ସେପଟେ କନ୍ଧମାଳ ପୋଲିସକୁ ଏହି ସଫଳତା ମିଳିବା ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଏହି ସଫଳତାକୁ ନେଇ ଟୁଇଟ୍ କରି ଜଣାଯାଇଛି । ସେପଟେ ମାଓବାଦୀକୁ ଦମନ କରିବା ପାଇଁ ଚଳିତବର୍ଷ ସୁଦ୍ଧା ପାଞ୍ଚ ଜଣ ମାଓବାଦୀଙ୍କୁ ଏନ୍-କାଉଣ୍ଟର କରିବାରେ ପୋଲିସ ସଫଳ ହୋଇଥିବା ଜଣାଯାଇଛି ।

Maoist Killed In Encounter (ETV Bharat Odisha)

କନ୍ଧମାଳରେ ମାଓବାଦୀ-ପୋଲିସ ଏନକାଉଣ୍ଟର-

  • ବାଲିଗୁଡ଼ାରେ ମାଓବାଦୀ-ପୋଲିସ ଗୁଳିବିନିମୟ
  • ଏନକାଉଣ୍ଟରରେ ମାଓବାଦୀ ନିପାତ
  • ମୃତ ମାଓବାଦୀ KKBN ଡିଭିଜନର ବରିଷ୍ଠ ସଦସ୍ୟ
  • ଗୋଟିଏ AK-47 ରାଇଫଲ ଜବତ
Maoist Killed In Encounter (ETV Bharat Odisha)

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମାଓବାଦୀର ରକ୍ତାକ୍ତ ମୃତଦେହ ମିଳିଥିବା ବେଳେ ଏହି ଘଟଣାରେ ମୃତ ମାଓବାଦୀଙ୍କ ଠାରୁ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ହେଲେ ମୃତ ମାଓବାଦୀଙ୍କ ନାମରେ କେଉଁ ମାମଲା ରହିଥିଲା , ମୃତକ ଜଣକ ମାଓ କାର୍ଯ୍ୟକଳାପରେ କେବେ ଠାରୁ ସାମିଲ ରହିଥିଲେ ସେ ନେଇ ଅଧିକ ତଥ୍ୟ ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ ।

ଏହା ବି ପଢନ୍ତୁ- ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଏହା ବି ପଢନ୍ତୁ- '୨୦୨୬ ସୁଦ୍ଧା ମୂଳପୋଛ ହେବେ ମାଓବାଦୀ', ଓଡ଼ିଶାରେ ସଫଳ ହୋଇଛି ମାଓ ଦମନ: DGP

Maoist Killed In Encounter (ETV Bharat Odisha)

ପ୍ରାପ୍ତ ସୂଚନାନୁଯାୟୀ ରାଜ୍ୟର କନ୍ଧମାଳ ଜିଲ୍ଲାରେ ଗତ କିଛି ବର୍ଷର ବ୍ୟବଧାନ ପରେ ପୁଣି ଥରେ କେକେବିଏନ୍ ଡିଭିଜନ୍ ପୁଣି ଥରେ ସକ୍ରିୟ ରହିଥିବା ବେଳେ ଏହାକୁ ନେଇ ରାଜ୍ୟ ପୋଲିସ ପୋଲିସ ମୁଖ୍ୟାଳୟ ଠାରୁ ଆରମ୍ଭ କରି ଗୁଇନ୍ଦା ବିଭାଗ ଏବଂ ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜ ପକ୍ଷରୁ ଏହାକୁ ନେଇ କଡା ନଜର ରଖିବା ସହିତ କନ୍ଧମାଳରେ ସକ୍ରିୟ ହେଉଥିବା ମାଓ କାର୍ଯ୍ୟରେ କେଉଁମାନେ ସାମିଲ ହେଉଛନ୍ତି ତାହାରି ଉପରେ ନଜର ରଖିଛି ପୋଲିସ ।

ଗୁଇନ୍ଦା ବିଭାଗ ରୁ ଖବର ପାଇ ଗତ ୨୩ ତାରିଖ ରେ SOG ର ୨ ଟିମ ମାଓ ଅପରେସନ ପାଇଁ ବାଲିଗୁଡା ଥାନା ଅଞ୍ଚଳ ର ବୁଦାନଇ ଜଙ୍ଗଲ କୁ ଯାଇଥିଲେ । ଏହି ଅପରେସନ ସମୟରେ ପୋଲିସ ଏବଂ ମାଓବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆଜି ସକାଳ ୯ ଟା ସମୟରେ ଏହି ଗୁଳିବିନିମୟ ହୋଇଥିଲା।ପୋଲିସ ର କାର୍ଯ୍ୟାନୁଷ୍ଠାନ ଦେଖି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ଏହି ସ୍ଥାନରେ ପୋଲିସ ଖୋଜାଖୋଜି ସମୟରେ ପୋଲିସ ଜଣେ ପୁରୁଷ ମାଓବାଦୀଙ୍କର ମୃତଦେହ ଠାବ କରିଥିଲା । ଏକେ -୪୭ ବନ୍ଧୁକ ସହ ମାଓବାଦୀ ଜଣଙ୍କର ମୃତଦେହ ପାଇଥିଲେ SOG ଯବାନ ।

ତେବେ ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି କି ମୃତକ ମାଓବାଦୀ ଜଣକ ସପିଆଇ (M)ର ବରିଷ୍ଠ କର୍ମକର୍ତ୍ତା ଥିଲେ।କନ୍ଧମାଳ ,କଳାହାଣ୍ଡି ,ବୌଦ୍ଧ, ନୟାଗଡ଼ ଡିଭିଜନ ର ମାଓ ସଙ୍ଗଠନ ର ନେତା ଥିଲେ।ଏନେଇ ଅଧିକ ତଦନ୍ତ କରାଯାଉଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ଚଳିତବର୍ଷ ଆଜି ପର୍ଯ୍ୟନ୍ତ ଓଡିଶା ରେ ୫ ମାଓବାଦୀ ଙ୍କୁ ନିହତ କରିବାରେ ସଫଳ ହୋଇଛି ରାଜ୍ୟ ପୋଲିସ।ତେବେ ପୋଲିସ ମହାନିର୍ଦେଶକ ଏନେଇ କନ୍ଧମାଳ ପୋଲିସ,ଗୁଇନ୍ଦା ବିଭାଗ ଏବଂ ଅପରେସନ ହେଡକ୍ୱାର୍ଟରସଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ABOUT THE AUTHOR

...view details