ଓଡିଶା

odisha

ETV Bharat / state

ବୌଦ୍ଧରେ ଆତଙ୍କ ଖେଳାଇଲାଣି ମ୍ୟାଲେରିଆ - Malaria Spread in Boudh

Malaria Spread in Boudh: ବୌଦ୍ଧ ଜିଲ୍ଲାରେ ପୁଣି ମୁଣ୍ଡ ଟେକିଛି ମ୍ୟାଲେରିଆ । ଅତିଷ୍ଠ ଅଞ୍ଚଳବାସୀ । ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ଆରମ୍ଭ କରିଛି ସଚେତନତା । ଅଧିକ ପଢ଼ନ୍ତୁ,

Malaria Spread in Boudh
Malaria Spread in Boudh (ETV Bharat Odisha)

By ETV Bharat Odisha Team

Published : Jun 7, 2024, 9:33 PM IST

ବୌଦ୍ଧ: ଦୀର୍ଘ ବର୍ଷର ବ୍ୟବଧାନ ପରେ ବୌଦ୍ଧ ଜିଲ୍ଲାକୁ ପୁଣିଥରେ ଫେରିଛି ମ୍ୟାଲେରିଆ । ଜିଲ୍ଲାର ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ବର୍ତ୍ତମାନ ମ୍ୟାଲେରିଆ ଆତଙ୍କରେ ଭୟଭୀତ ହୋଇପଡିଛନ୍ତି । ସେପଟେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ ଏଭଳି ଦୁର୍ଗମ ଅଞ୍ଚଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ କରିଥିବା ସୂଚନା ମିଳିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗରମ ଓ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଏଭଳି ସମୟରେ ଜିଲ୍ଲାର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ପୁଣିଥରେ ଫେରିଛି ମହାମାରୀ ମ୍ୟାଲେରିଆ । ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ବରିଷ୍ଠ ମ୍ୟାଲେରିଆ ବିଶେଷଜ୍ଞ ।

Malaria Spread in Boudh (ETV Bharat Odisha)

ବୌଦ୍ଧ ଜିଲ୍ଲାର ଲମ୍ବସରୀ, ଶଗଡା, ଗୁନ୍ଦୁଳିଆ, ଆମ୍ବଝରୀ ଭଳି କେତେକ ପଞ୍ଚାୟତ ଅଞ୍ଚଳକୁ ପୁଣିଥରେ ଡରାଉଛି ମ୍ୟାଲେରିଆ ।ବୌଦ୍ଧ ଅଞ୍ଚଳରେ ମ୍ୟାଲେରିଆ ନବେ ଦଶକ ପର୍ଯ୍ୟନ୍ତ ମହାମାରୀର ରୂପ ନେଇ ଶହ ଶହ ମୂଲ୍ୟବାନ ଜୀବନ ନେଇଥିଲା । ତେବେ ପରବର୍ତ୍ତି ସମୟରେ ବୌଦ୍ଧ ଅଞ୍ଚଳରୁ ମ୍ୟାଲେରିଆ ସମ୍ପୂର୍ଣ୍ଣ ନିପାତ ହୋଇ ପାରିଥିଲା । ସେ ସମୟରେ କ୍ଲୋରୋକୁଇନ ବଟିକା ଏକ ବେଶ ଉପାଦେୟ ଔଷଧର ମାନ୍ୟତା ପାଇଥିଲା । ବୌଦ୍ଧ ଜିଲ୍ଲାର ଆଢେଣୀଗଡ ତଳଗା, ମହାଲିକପଡା, କୁଶଙ୍ଗ ଭଳି ଅଞ୍ଚଳରେ ଏକଦା ହଜାର ହଜାର ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଥିବା ବେଳେ ବିଗତ କିଛି ବର୍ଷ ହେଲା ତାହା ସମ୍ପୂର୍ଣ୍ଣ ଉଭାନ ହୋଇଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.. ଦ୍ବନ୍ଦ୍ବ ବଢାଉଛି Bsky-ଆୟୁଷ୍ମାନ ଭାରତ, ‘ଯୋଜନା ବନ୍ଦ ହେଲେ ବଢିବ ଜନ ଆକ୍ରୋଶ’ - Bsky Scheme And Ayushman Bharat Scheme

ବର୍ତ୍ତମାନ ପୁଣିଥରେ ବୌଦ୍ଧ ଜିଲ୍ଲାର ବାଉଁଶୁଣି ଓ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ରୋଗ କାୟା ବିସ୍ତାର କରିବାରେ ଲାଗିଛି । ଏ ସମ୍ପର୍କରେ ରାଜ୍ୟର ଅନ୍ୟତମ ମ୍ୟାଲେରିଆ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଏହାର ବିଭିନ୍ନ କାରଣ ଥାଇପାରେ । ବୌଦ୍ଧ ଜିଲ୍ଲାକୁ ବର୍ତ୍ତମାନ ସମୟରେ ବିଭିନ୍ନ ରାଜ୍ୟର ଶ୍ରମିକ ତଥା କର୍ମଚାରୀ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ ଆସୁଛନ୍ତି, ତେଣୁ ଏହା ଦ୍ବାରା ମଧ୍ୟ ମ୍ୟାଲେରିଆ ବ୍ୟାପିବାର ଆଶଙ୍କା ରହିଛି । ଅନ୍ୟପଟେ ଉଭୟ ବୌଦ୍ଧ କନ୍ଧମାଳ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ପାଇଁ ସେ ପରାମର୍ଶ ଦେଇଛନ୍ତି । ବୌଦ୍ଧ ଜିଲ୍ଲାର କୋଡିଏରୁ ଅଧିକ ଏଭଳି ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମକୁ ସ୍ବାସ୍ଥ୍ୟ ବିଭାଗ ଚିହ୍ନଟ କରିବା ସହିତ ପ୍ରତ୍ୟେକ ଘରକୁ ଡିଡିଟି ସିଞ୍ଚନ ତଥା ପ୍ରତ୍ୟେକ ପରିବାରର ସଦସ୍ୟଙ୍କ ରକ୍ତ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଥିବା ବରିଷ୍ଠ ମ୍ୟାଲେରିଆ ବିଶେଷଜ୍ଞ ଡାକ୍ତର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details