କୋରୀପୁଟ: ପବିତ୍ର ପୌଷ ପୂର୍ଣ୍ଣିମା ତଥା ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇଉଠିଛି କୋରାପୁଟ ଜିଲ୍ଲାର ଶାଵର ଶ୍ରୀକ୍ଷେତ୍ର । ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ସେପଟେ ଜୟପୁର ସହରରେ ପୁଷ ପୁନେଇଁ ପାଳନ ଅବସରରେ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ସଂଗୀତ ସହରକୁ ଉତ୍ସବ ମୁଖରିତ କରିଛି ।
- ଶାବର ଶ୍ରୀକ୍ଷେତ୍ରରେ ମକର ସଂକ୍ରାନ୍ତି :
ଶାବର ଶ୍ରୀକ୍ଷେତ୍ରରେ ଆଜି ଭୋର 5ଟାରେ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ସକାଳ 6.05ରେ ମଙ୍ଗଳ ଆଳତି ପରେ ଅବକାଶ ନୀତି କରାଯାଇଥିଲା । ଏହାପରେ ଜଗନ୍ନାଥଙ୍କୁ ରାଜରାଜେଶ୍ୱର ବେଶରେ ଶୃଙ୍ଗାର କରାଯାଇଥିଲା । ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ । ଶାଵର ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଅଭିଭକ୍ତ କୋରାପୁଟ ଜିଲ୍ଲା ସମେତ ରାଇପୁର, ଛତିଶଗଡ, ଆନ୍ଧ୍ରପ୍ରଦେଶରୁ ଭକ୍ତମାନେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଭକ୍ତମାନେ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଛନ୍ତି ।
ଏନେଇ ଶାବର ଶ୍ରୀକ୍ଷେତ୍ର ମନ୍ଦିରର ସମ୍ପାଦକଜଗବନ୍ଧୁ ସାମଲ କହିଛନ୍ତି, "ଆଜି ବିଧି ଅନୁସାରେ ମନ୍ଦିରରେ ମକର ସଂକ୍ରାନ୍ତି ପାଳନ ହୋଇଛି । ମକର ଚାଉଳ ଠାକୁରଙ୍କ ପାଖରେ ଭୋଗ ଲାଗି କରାଯାଇଛି । ରାଜରାଜେଶ୍ବରୀ ବେଶରେ ପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ବହୁ ସଂଖ୍ୟାରେ ଭକ୍ତ ମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।"
- ଆଦିବାସୀଙ୍କ ପୁଷ ପୁନେଇଁ: