ଓଡିଶା

odisha

ETV Bharat / state

ଆସନ୍ତା ୧୦ରେ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏଁ ରୋଡ ସୋ' - Security Tightened In Bhubaneswar - SECURITY TIGHTENED IN BHUBANESWAR

PM Modi to Visit Odisha: ଆସନ୍ତା ୧୦ ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଯାହା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ପୋଲିସ ଓ SPG । ଅଧିକ ପଢ଼ନ୍ତୁ

PM Modi to Visit Odisha
PM Modi to Visit Odisha (ETV Bharat Odisha)

By ETV Bharat Odisha Team

Published : May 7, 2024, 7:20 PM IST

PM Modi to Visit Odisha (ETV Bharat Odisha)

ଭୁବନେଶ୍ବର: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ପାଖେଇ ଆସିବା ସହିତ ପ୍ରଚାର ଜାରି ରଖିଛନ୍ତି ରାଜନୈତୀକ ଦଳର କର୍ମକର୍ତ୍ତା ଏବଂ ଦଳୀୟ ପ୍ରାର୍ଥୀ । ସେହିକ୍ରମରେ ଆସନ୍ତା ୧୦ ତାରିଖରେ ଭୁବନେଶ୍ବରରେ ରୋଡ଼ ସୋ କରିବା ସହିତ ପ୍ରଚାର ଜରିଆରେ ଶକ୍ତି ପ୍ରଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ତେବେ ମୋଦିଙ୍କ ଓଡ଼ିଶା ଗସ୍ତ ଏବଂ ରୋଡ଼ ସୋ ନେଇ କମିଶନରେଟ୍ ପୋଲିସ ଓ SPG ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା SPG ଟିମ୍ ରୋଡ଼ ସୋ ହେବାକୁ ଥିବା ସ୍ଥାନର ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଛି । ରାମ ମନ୍ଦିର ସାମ୍ନାରେ କମିସନରେଟ ପୋଲିସ, ପରିବହନ ଅଧିକାରୀ, ଆର ଆଣ୍ଡ ବି, ବିଏମସି ଓ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରାଯାଇଛି । ତେବେ ଏହି ରୋଡ଼ ସୋ ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ପର୍ଯ୍ୟନ୍ତ ହେବାକୁ ଯାଉଛି । ସେଥିପାଇଁ ରାସ୍ତାର ଉଭୟ ପାର୍ଶ୍ଵକୁ ଭଲ ଭାବେ ବ୍ୟାରିକେଡ଼ କରାଯିବ । ଏନେଇ ରାସ୍ତାର କଡ଼ରେ ଥିବା ସମସ୍ତ ଗଛ, ବିଲଡିଂ ଓ ମାର୍କେଟକୁ ଭଲ ଭାବେ ସୁରକ୍ଷା ଘେରକୁ ନେବ ପୋଲିସ ।

ରାସ୍ତାର ଉଭୟ ପାର୍ଶ୍ବ ସହ ଷ୍ଟ୍ରିଟ ଲାଇଟର ସଠିକ ମରାମତି ପାଇଁ ପ୍ରସ୍ତୁତି କରାଯାଇଛି । ଏନେଇ ଏକ ଟିମ୍ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏଁ ରାସ୍ତାର ଉଭୟ ପାର୍ଶ୍ବର ସୁରକ୍ଷା ସମ୍ପର୍କିତ ଦିଗକୁ ସମସ୍ତଙ୍କ ଉପସ୍ଥିତିରେ ତର୍ଜମା କରାଯାଇଛି । କମିସନରେଟ ପୋଲିସ ପକ୍ଷରୁ କରାଯାଇଥିବା ଏହି ବୈଠକରେ ଟ୍ରାଫିକ ଓ୍ବିଙ୍ଗ, ସିକୁରିଟି ଓ୍ବିଙ୍ଗ୍, ଇଣ୍ଟେଲିଜେନ୍ସ ଓ୍ବିଙ୍ଗ ଓ କାରକେଡ ଓ ବାଟାଲିୟନର ଅଫିସର ଉପସ୍ଥିତ ରହି ସୁରକ୍ଷା ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି । ବିଶେଷ କରି ରାସ୍ତା କଡରେ ଥିବା ଝାମ୍ପୁଲା ବା ବଡ଼ ଗଛକୁ ଭଲ ଭାବେ ପୋଲିସ ପକ୍ଷରୁ ଚେକ୍ କରାଯାଇ ତା ଉପରେ ନଜର ରଖାଯିବ । ସେହିପରି ବଡବଡ ବିଲଡିଂରେ ଜଣେ ଜଣେ ପୋଲିସ ଗାର୍ଡ ରହିବେ ।

ଏହା ମଧ୍ୟ ପଢ଼ନ୍ତୁ.. ଓଡ଼ିଶାରେ ପ୍ରଚାର କରିବେ ହେମାମାଳିନୀ; କାଲି ଆସିବେ ପ୍ରତିରକ୍ଷା ମନ୍ତ୍ରୀ, 9ରେ ଗଡ଼କରୀ - Lok Sabha Election 2024

ମାର୍କେଟ ଅଞ୍ଚଳ ବା କମ୍ପ୍ଲେକ୍ସ ପୋଲିସ ଛାଉଣି ସହ ସୁରକ୍ଷା ଘେରରେ ରହିବ । ରୋଡ଼ ସୋ ସମୟରେ ସାଧାରଣ ଲୋକଙ୍କ ସହ ବିଜେପି କର୍ମୀ ମଧ୍ୟ ଭାରି ମାତ୍ରାରେ ଉପସ୍ଥିତ ରହିବେ ତାକୁ ନଜରରେ ରଖି ରାସ୍ତାର ଦୁଇ ପାର୍ଶ୍ବରେ ବ୍ୟାରିକେଡ଼ ଶକ୍ତ ଭାବେ କରାଯିବ । ଯାଦ୍ବାରା କେହି ବ୍ୟାରିକେଡ଼ ଅତିକ୍ରମ କରିପାରିବେ ନାହିଁ । ତେବେ ଏହି ରୋଡ଼ ସୋରେ ମୋଦିଙ୍କୁ ଦେଖିବା ସହ ନିର୍ବାଚନ ପ୍ରଚାର ନେଇ କର୍ମୀଙ୍କ ମଧ୍ୟରେ ଥିବା ଉତ୍ସାହକୁ ଦେଖି ପ୍ରବଳ ମାତ୍ରାରେ ଭିଡ଼ ହୋଇ ଟ୍ରାଫିକ ସମସ୍ୟା ହେବାର ଆଶଙ୍କା ରହିଛି । ଯାହାକୁ ନେଇ ରୁଟ ଡ୍ରାଇଭରଙ୍କ ପାଇଁ ମଧ୍ୟ ପୋଲିସ ଧ୍ୟାନ ରଖିଛି ।

ଏହାକୁ ନେଇ ଭୁବନେଶ୍ବର ଡିସିପି କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ନେଇ ଅନ ଗ୍ରାଉଣ୍ଡ ସୁରକ୍ଷା ଯାଞ୍ଚ ଚାଲିଛି । ଏନେଇ ସମସ୍ତ ଦିଗକୁ ଧ୍ୟାନ ଦିଆଯାଉଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ଲୁ ବୁକ୍ ଅନୁସାରେ ଯାହା ସମ୍ଭବ ପଦକ୍ଷେପ ନିଆଯାଉଛି । ଯେପରି ସମସ୍ତ ପ୍ରକାର ସୁରକ୍ଷା ଦିଗକୁ ନେଇ ଧ୍ୟାନ ଦିଆଯିବ ସେନେଇ ପ୍ରସ୍ତୁତି ଚାଲିଛି । ଏନେଇ ରାସ୍ତା କଡରେ ଥିବା ସିସିଟିଭି ସହ ବିଲଡିଂରେ ପୋଲିସ ଡିପ୍ଲୋୟମେଣ୍ଟ ସହ ଉଚ୍ଚ କୋଠା ଉପରେ ପୋଲିସ ସ୍ନାଇପର ଓ ନୋ ଫ୍ଲାଇଙ୍ଗ ଜୋନ ଭାବେ କୌଣସି ଉଡାଣ କରାଯିବ ନାହିଁ । ଏନେଇ ବିଭିନ୍ନ ଦିଗକୁ ନେଇ ସୁରକ୍ଷା ପ୍ରସ୍ତୁତି କଡାକଡି କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details