ଓଡିଶା

odisha

ETV Bharat / state

ରେଜଲ୍ଟ ପୂର୍ବରୁ ଭାଙ୍ଗିଲା ଓଡ଼ିଶା ବିଧାନସଭା, ରାଜ୍ୟ କ୍ୟାବିନେଟ ସୁପାରିଶ ଆଧାରରେ ଭଙ୍ଗ କଲେ ରାଜ୍ୟପାଳ - Odisha Assembly Dissolved - ODISHA ASSEMBLY DISSOLVED

16th Odisha Legislative Assembly Dissolved By Governer: ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ । ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି । ବିଧାନସଭା ଭଙ୍ଗ ନେଇ ଆଜି ସୁପାରିଶ କରିଥିଲେ ରାଜ୍ୟ କ୍ୟାବିନେଟ । ଅଧିକ ପଢନ୍ତୁ

ଫଳାଫଳ ଆସିବା ପୂର୍ବରୁ ଭାଙ୍ଗିବ ମନ୍ତ୍ରିମଣ୍ଡଳ: ବସିଲା ନବୀନ ସରକାରର ୫ମ ପାଳିର ଶେଷ ବୈଠକ
ଫଳାଫଳ ଆସିବା ପୂର୍ବରୁ ଭାଙ୍ଗିବ ମନ୍ତ୍ରିମଣ୍ଡଳ: ବସିଲା ନବୀନ ସରକାରର ୫ମ ପାଳିର ଶେଷ ବୈଠକ (ETV Bharat Odisha)

By ETV Bharat Odisha Team

Published : Jun 3, 2024, 12:22 PM IST

Updated : Jun 3, 2024, 5:25 PM IST

ଭୁବନେଶ୍ବର: ରାତି ପାହିଲେ ଆସିବ ଜନାଦେଶ । ଫଳାଫଳ ଆସିବା ପୂର୍ବରୁ ଓଡିଶା ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ଭଙ୍ଗ ନେଇ ଆଜି ରାଜ୍ୟ କ୍ୟାବିନେଟ ମଧ୍ୟ ସୁପାରିଶ କରିଥିଲା ।

ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ (ETV Bharat Odisha)

ସୂଚନା ଥାଉକି, ଆସନ୍ତାକାଲି (ମଙ୍ଗଳବାର) ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ବସିଥିଲା । ପୂର୍ବାହ୍ନ ସାଢ଼େ ୧୧ଟାରୁ ଏହି ବୈଠକ ଲୋକସଭା ଭବନରେ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ସଭାପତିତ୍ବ କରିଥିଲେ । ଏହା ଥିଲା ବିଜେଡି ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଭାଗୀୟ ମନ୍ତ୍ରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ମନ୍ତ୍ରୀମଣ୍ଡଳ ଭଙ୍ଗ ପାଇଁ ଏହି ବୈଠକରେ ସଙ୍କଳ୍ପ ପାରିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଜରିଆରେ ବୈଠକରେ ଯୋଡି ହୋଇଥିବା ବେଳେ ଅନ୍ୟ ବିଭାଗୀୟ ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ବୈଠକରେ ସାମିଲ ହୋଇଥିଲେ । ଏହି କ୍ୟାବିନେଟ ବୈଠକରେ ମନ୍ତ୍ରିମଣ୍ଡଳ ଭଙ୍ଗ କରିବା ନେଇ ନିଷ୍ପତ୍ତି ହୋଇଥିଲା । ଭୋଟ ଗଣତି ପରେ ସଂଖ୍ୟା ଗରି‌ଷ୍ଠତା ହାସଲ କରିଥିବା ଦଳ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ରଖିବାର ସାମ୍ବିଧାନିକ ପରମ୍ପରା ରହିଛି ।

ଏହା ମଧ୍ୟ ପଢନ୍ତୁ :-ଓଡ଼ିଶାରେ କିଏ ଗଢିବ ସରକାର: ଆସିଲା ବୁଥ ବାହୁଡା ମତ, ବିଜେଡି-ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର - Odisha Exit Polls Result 2024

ତେବେ ଆସନ୍ତାକାଲି ସକାଳୁ ଭୋଟ ଗଣତି ଆରମ୍ଭ ହେବ । ଉଭୟ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନର ଗଣତି ହେବାକୁ ଯାଉଛି । ରାଜ୍ୟରେ ଏଥର ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଶାସକ ଦଳ ପୁଣି କ୍ଷମତା ହାସଲ କରି ରାଜ୍ୟରେ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ନେଇ ଦମ୍ଭୋକ୍ତି ଦେଖାଉଥିବା ବେଳେ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟ ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି କହୁଛି । ଏହାରି ମଧ୍ୟରେ ଶେଷ ପର୍ଯ୍ୟାୟ ଭୋଟିଂ ପରେ ଆସିଥିବା ‘ଏକଜିଟ ପୋଲ’ ରେ ରାଜ୍ୟରେ ବିଜେପି ପ୍ରାୟ 15 ଲୋକସଭା ଆସନ ହାତେଇବ ବୋଲି ପୂର୍ବାକଳନ ପ୍ରକାଶ ପାଇଛି । ସେହିପରି ବିଧାନସଭା ଫଳାଫଳ ନେଇ ଏକାଧିକ ସଂସ୍ଥା ରିପୋର୍ଟ ସାର୍ବଜନୀନ କରିନଥିବା ବେଳେ ଗୋଟିଏ ଜାତୀୟ ଗଣମାଧ୍ୟମ ନିଜ ସର୍ଭେରେ ବିଜେପି ଓ ବିଜେଡିକୁ ପ୍ରାୟ ସାମାନ ଆସନ ଦେବା ସହ ଉଭୟ ଦଳ ମଧ୍ୟରେ କଡା ମୁକାବିଲା ହେବା ନେଇ ସଙ୍କେତ ଦେଇଛି । ଆସନ୍ତାକାଲିର ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 3, 2024, 5:25 PM IST

ABOUT THE AUTHOR

...view details