ଓଡିଶା

odisha

ETV Bharat / state

ନାମାଙ୍କନ ଭରିଲେ ଡାକ୍ତର ସଞ୍ଜୟ ଓ ସୂର୍ଯ୍ୟବଂଶୀ ସୂରଜ - bhadrak parliamentary constituency - BHADRAK PARLIAMENTARY CONSTITUENCY

BHADRAK PARLIAMENTARY CONSTITUENCY:ଭଦ୍ରକ ସଂସଦୀୟ କ୍ଷେତ୍ରର ତିନିଟି ରାଜନୈତିକ ଦଳର ଜଣେ ସାଂସଦ ପ୍ରାର୍ଥୀ ଏବଂ 4 ଜଣ ବିଧାୟକ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଭରିଲେ ଡାକ୍ତର ସଞ୍ଜୟ ଓ ସୂର୍ଯ୍ୟବଂଶୀ ସୂରଜ
ବିଜେଡି ବିଜେପି ଏବଂ କଂଗ୍ରେସ ରୁ ସମସ୍ତ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଭଦ୍ରକ ଜିଲ୍ଲା ରେ ସମାପ୍ତ (ETV Bharat Odisha)

By ETV Bharat Odisha Team

Published : May 14, 2024, 7:09 AM IST

ନାମାଙ୍କନ ଭରିଲେ ଡାକ୍ତର ସଞ୍ଜୟ ଓ ସୂର୍ଯ୍ୟବଂଶୀ ସୂରଜ (ETV Bharat Odisha)

ଭଦ୍ରକ: ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସର ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଭଦ୍ରକ ଜିଲ୍ଲାରେ ସମାପ୍ତ ହୋଇଯାଇଛି । ତେବେ ଆଜି ଭଦ୍ରକ ସଂସଦୀୟ କ୍ଷେତ୍ରର ତିନିଟି ରାଜନୈତିକ ଦଳର ଜଣେ ସାଂସଦ ପ୍ରାର୍ଥୀ ଏବଂ 4 ଜଣ ବିଧାୟକ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଭଦ୍ରକ ସଂସଦୀୟ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ସାଂସଦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସେହିପରି ଆଜି ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସର ସମସ୍ତ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସ ପ୍ରାର୍ଥୀ ରଞ୍ଜନ ବେହେରା ଏବଂ ବିଜେଡି ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିସହ ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଭାବେ ବିଷ୍ଣୁବ୍ରତ ରାଉତରାୟ ମଧ୍ୟ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ପ୍ରକାଶ ଥାଉ କି ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଚେକ୍ ଦେବା ପାଇଁ ଉଭୟ ବିଜେଡି ଏବଂ କଂଗ୍ରେସ ନବାଗତଙ୍କ ଉପରେ ଭରସା କରିଛି । ଯାହାକି ଧାମନଗରରେ ବିଜେଡି ପ୍ରାର୍ଥୀ ଭାବେ ଡାକ୍ତର ସଞ୍ଜୟ ଦାସ ନିର୍ବାଚନ ଲଢ଼ୁଥିବା ବେଳେ କଂଗ୍ରେସରୁ ରଞ୍ଜନ ବେହେରା ନିର୍ବାଚନ ଲଢୁଛନ୍ତି । ତେବେ ଧାମନଗରରେ ବିଜେଡି ଏବଂ ବିଜେପି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହୋଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଉଭୟଙ୍କୁ ଚେକ୍ ଦେଇ ପୁନର୍ବାର କଂଗ୍ରେସ ଧାମନଗରରେ ବିଜୟ ବାନା ଉଡାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ସେପଟେ ଉଭୟ ବିଜେପି ଏବଂ କଂଗ୍ରେସକୁ ମାତ୍ ଦେଇ ପୁଣି ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ବାସୁଦେବପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ତାଙ୍କର ରଣନୀତି ପ୍ରସ୍ତୁତ କରିଛନ୍ତି । 2019 ନିର୍ବାଚନରେ ସ୍ଵଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ମଧ୍ୟ ଚଳିତ ନିର୍ବାଚନରେ ତାଙ୍କର ନିର୍ବାଚନୀ ପ୍ରଚାରକୁ ଜୋରଦାର୍ କରିଛନ୍ତି । ଏପରି ସ୍ଥଳେ ନବାଗତ ବାଣିକଲ୍ୟାଣ ମହାନ୍ତିଙ୍କ ଉପରେ ଚଳିତ ନିର୍ବାଚନରେ ଭରସା କରିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ...ପାଟପଟୁଆରରେ ଆସି ନାମାଙ୍କନ ଭରିଲେ ବିଜେପି, ବିଜେଡ଼ି ଓ ଭଞ୍ଜସେନା ପ୍ରାର୍ଥୀ - Mayurbhanj Lok Sabha Constituency

ଅନ୍ୟପକ୍ଷରେ ଭଦ୍ରକ ସାଂସଦ ପ୍ରାର୍ଥୀ ଭାବେ କଂଗ୍ରେସ ପକ୍ଷରୁ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ଉପରେ ଚଳିତ ଥର ଭରସା କରିଛି । ଯଦି ଅନନ୍ତ ସେଠୀଙ୍କ ରାଜନୈତିକ ଦୃଶ୍ୟପଟ ଦେଖିବା, 1984 ମସିହା ନିର୍ବାଚନ ରେ ଭଦ୍ରକ ଲୋକସଭା ଆସନରୁ ବିଜୟୀ ହୋଇଥିଲେ । 1989, 2009 ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ପରାଜୟ ବରଣ କରିଥଲେ । 1996 ରୁ 2002 ଯାଏଁ ରାଜ୍ୟସଭା ସାଂସଦ ମନୋନିତ ହୋଇଥିବାବେଳେ, 2004 ମସିହା ଭଣ୍ଡାରିପୋଖରୀ ସଂରକ୍ଷିତ ଆସନରୁ କଂଗ୍ରେସ ଦଳରୁ ବିଜୟୀ ହୋଇଥିଲେ । ତେବେ ତାଙ୍କର ଅଭିଜ୍ଞତା ଏବଂ ବରିଷ୍ଠତାକୁ ନେଇ କଂଗ୍ରେସ ତାଙ୍କୁ 2024 ନିର୍ବାଚନରେ ଭଦ୍ରକ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details