ଓଡିଶା

odisha

ETV Bharat / state

ଷ୍ଟ୍ରଙ୍ଗ ରୁମ ଚାରିପଟେ ବଢିଲା ସୁରକ୍ଷା, ନିର୍ବାଚନୀ ପରବର୍ତ୍ତୀ ହିଂସା ଉପରେ ପୋଲିସ ନଜର - Bhubaneswar strong room - BHUBANESWAR STRONG ROOM

BHUBANESWAR STRONG ROOM: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ରାଜଧାନୀରେ ସମସ୍ତ ଇଭିଏମକୁ ବିଜେବି କଲେଜ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷା ମଧ୍ୟରେ ରଖା ଯାଇଛି । ଅଧିକ ପଢନ୍ତୁ

ETV Bharat Odisha
BHUBANESWAR STRONG ROOM (BHUBANESWAR STRONG ROOM)

By ETV Bharat Odisha Team

Published : May 26, 2024, 9:50 PM IST

ଭୁବନେଶ୍ବର:ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । କଡ଼ା ସୁରକ୍ଷା ଭିତରେ ରହିଛି ଇଭିଏମ୍ ମେସିନ । ଷ୍ଟ୍ରଙ୍ଗ ରୁମ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ସେପଟେ ନିର୍ବାଚନ ପରବର୍ତ୍ତୀ ହିଂସା ଉପରେ ପୋଲିସ ନଜର । ଏନେଇ ଭୁବନେଶ୍ୱର ବ୍ଲକିଂ ଓ ଚେକିଂ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିସନର ସଞ୍ଜୀବ ପଣ୍ଡା ।

BHUBANESWAR STRONG ROOM (ETV Bharat Odisha)

ପୋଲିସ କମିଶନର କହିଛନ୍ତି,"ଟ୍ବିନ ସିଟିରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ନିର୍ବାଚନ । ନାଗରିକମାନେ ଖରାରେ‌ ଆସି ବହୁ ସଂଖ୍ୟାରେ‌ ଭୋଟ ଦେଇଛନ୍ତି । ଆମର ଭଲ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ରହିଛି । ଧନ୍ୟବାଦ ଦେବି ଆମ ପୋଲିସ କର୍ମଚାରୀଙ୍କୁ ବହୁତ ପରିଶ୍ରମ କରି ଶାନ୍ତି ଶୃଙ୍ଖଳା ବଜାୟ ରଖିଛନ୍ତି । ଲୋକଙ୍କୁ ମଧ୍ୟ ଧନ୍ୟବାଦ ଦେଇ ଭଲ ସହଯୋଗ କରିଛନ୍ତି । ଖରା ଓ ଇଭିଏମ ତ୍ରୁଟି ସତ୍ତ୍ବେ ଖରାରେ ଧର୍ଯ୍ୟ ଧରି ପୋଲିସ ସହିତ ସହଯୋଗ ରହିଛନ୍ତି । ଯେଉଁଥି ପାଇଁ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଚଳିତ ନିର୍ବାଚନ ସରିଛି ଭୁବନେଶ୍ବର ୫ଟି ବିଧାନସଭା କ୍ଷେତ୍ରର ଇଭିଏମ ବିଜେବି କଲେଜ ଷ୍ଟ୍ରଙ୍ଗ ରୁମରେ ରଖି ସିଲ୍ କରାଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଷ୍ଟ୍ରଙ୍ଗ ରୁମକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ବିଲଡିଂ ଭିତରେ ସିଏପିଏଫର ସୁରକ୍ଷା କର୍ମଚାରୀ । ବିଲଡିଂ ବାହାରେ‌ ଷ୍ଟେଟ୍ ଆର୍ମଡ ପୋଲିସ ଗୋଟିଏ ପ୍ଲାଟୁନ ମଧ୍ୟ ଜଗି ରହିଛନ୍ତି । ଆଉ ଚାରି ପାଖରେ ୪ ପ୍ଲାଟୁନ କମିଶନରେଟ ପୋଲିସ ମଧ୍ୟ ଡ୍ୟୁଟିରେ ଅଛନ୍ତି । ଚାରି ପଟେ ସିସିଟିଭି ରହିଛି ଯାହାକୁ କଣ୍ଟ୍ରୋଲ ରୁମ୍ ମନିଟର କରାଯାଉଛି ।

ବିଭିନ୍ନ ରାଜ୍ୟ ନୈତିକ ଦଳର ଏଜେଣ୍ଟ‌ଙ୍କ ପାଇ ଷ୍ଟ୍ରଙ୍ଗ ରୁମ ବାହାରେ‌ ମଧ୍ୟ ସିସିଟିଭି ମାଧ୍ୟମରେ ଫିଡ୍ ଦିଆଯାଇଛି । ଆସନ୍ତା ୪ ତାରିଖ ଯାଏଁ ମଧ୍ୟ ସୁରକ୍ଷା ବଳବତ୍ତର ରହିବ । ସେହିପରି ନିର୍ବାଚନ‌ ପରବର୍ତ୍ତୀ ହିଂସା ପାଇଁ ବହୁତ ସ୍ଥାନରେ ଆଶଙ୍କା ଥାଏ । ତେଣୁ ସମସ୍ତ ଥାନା ଅଧିକାରୀ ଏସିପି ଓ‌ ପିସିଅର ଭ୍ୟାନ ମଧ୍ୟ ନଜର ରଖିଛନ୍ତି । ୪ ତାରିଖ ଦିନ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହେବ । ଏନେଇ ପୂର୍ବରୁ ମଧ୍ୟ ସ୍ପେଶାଲ ଆରେଞ୍ଜମେଣ୍ଟ ହେବ‌ । ତେବେ ଚେକିଂ ବ୍ଲକିଂ ମଧ୍ୟରେ ଜାରି ରହିବ ।

ଏହା ମଧ୍ୟ ପଢନ୍ତୁ.....ଚତୁର୍ଥ ପର୍ଯ୍ୟାୟ କସରତ, କଂଗ୍ରେସକୁ ବଳ ଦେବାକୁ ଆସୁଛନ୍ତି ରାହୁଲ-ଖଡ଼ଗେ - Rahul Gandhi TO VISIT ODISHA

ଅନ୍ୟପଟେ କ୍ୟାପିଟାଲ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ନିର୍ବାଚନର ପରବର୍ତ୍ତୀ ହିଂସା । ବାପୁଜୀନଗର‌ର ତାରିଣୀ ନାମକ ଜଣେ ଯୁବକଙ୍କୁ କିଛି ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ତାଙ୍କୁ ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ‌ ତାଙ୍କ ମାଆ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । କିଛି ମଦ ମାଫିଆ ଏହା ଘଟଣାରେ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details