ଓଡିଶା

odisha

ETV Bharat / state

କାଁ ଭାଁ ଗଣ୍ଡଗୋଳ ମଧ୍ୟରେ ଯାଜପୁରରେ ସରିଲା ନିର୍ବାଚନ, ଇଭିଏମରେ ସିଲ୍‌ ନେତାଙ୍କ ଭାଗ୍ୟ - Jajpur Voting Percentage

Jajpur Voting Percentage: ଯାଜପୁର ଜିଲ୍ଲାରେ 67.97% ଭୋଟ ହୋଇଥିବା ଜଣାପଡ଼ିଛି । ଭୋଟ ମେସିନ୍ ଖରାପ ଓ ବୁଥ ସଂଖ୍ୟା କମିବା ହେତୁ ଭୋଟ ହାର କମିଥିବା ଅଭିଯୋଗ ହୋଇଛି । ସେପଟେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ODISHA ELECTION 2024
ODISHA ELECTION 2024 (ETV Bharat Odisha)

By ETV Bharat Odisha Team

Published : Jun 2, 2024, 4:33 PM IST

ଯାଜପୁର:ଶେଷ ହେଇଛି ସାଧାରଣ ନିର୍ବାଚନ । ଚଳିତ ନିର୍ବାଚନରେ ଯାଜପୁରରେ ଜିଲ୍ଲାରେ ଭୋଟ ଗହଣର ରାଜ୍ୟରେ ଶତକଡା ସଂଖ୍ୟା କମ୍ ଥିବା ଦେଖିବାକୁ ମିଳିଛି । ବିଶେଷ ଭାବରେ ଅନେକ ବୁଥରେ ଭୋଟ ମେସିନ୍ ଖରାପ ହେବା ଓ ବୁଥ ସଂଖ୍ୟା କମିଯିବା ହେତୁ ଭୋଟ ହାର କମିଥିବା ଅଭିଯୋଗ ହୋଇଛି । ସେପଟେ ଜିଲ୍ଲାର ଅନେକ ସ୍ଥାନରେ କାଁ ଭାଁ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲାର 7ଟି ନିର୍ବାଚନ ମଣ୍ଡଳୀରେ 67.97% ଭୋଟ ଗହଣ ହେଇଥିବା ନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ ଜଣାପଡିଛି ।

ODISHA ELECTION 2024 (ETV Bharat Odisha)

କୋରେଇ, ଧର୍ମଶାଳା, ଓ ବରୀ ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ଗଣ୍ଡଗୋଳ ହୋଇଥିବା ନଜିରକୁ ଆସିଛି । ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ବୁଥ ଟାମ୍ପେରିଂ ହୋଇଥିବା ଅଭିଯୋଗ ଅଭିଯୋଗ ହୋଇଛି । କୋରେଇ ନିର୍ବାଚନ ମଣ୍ଡଳୀର ବ୍ରାହ୍ମଣୀଦେବୀ ବୁଥରେ ଭୋଟ ଭୋଟ ଦେଇ ନପାରିଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁଥ ସମ୍ମୁଖରେ ଧାରଣା ଦେଇଥିଲେ କିଛି ଭୋଟର ।

ସେପଟେ ଧର୍ମଶାଳା ବ୍ଲକରେ ଭୋଟ ବାକ୍ସ ଅଦଳବଦଳ ଅଭିଯୋଗ ହେଇଛି । ବିଶେଷ ଭାବରେ ଜିଲ୍ଲାର ଅନେକ ବୁଥରେ ଭୋଟ ମେସିନ୍ ଖରାପ ହେବା ସାଙ୍ଗକୁ ବୁଥ ସଂଖ୍ୟା କମିଯିବା ଯୋଗୁ ଭୋଟ ଶତକଡା କମିଯିବାକୁ ଦାୟୀ କରିଛନ୍ତି ସାଧାରଣ ଭୋଟର । ତେବେ ଏହି ସମୟ ଯୋଗୁ କୋରେଇ ବ୍ଲକର ବ୍ରାହ୍ମଣୀଦେବୀ ବୁଥରେ ଅନେକ ଭୋଟର ଭୋଟ ନଦେଇ ପାଇଁ ବୁଥ ସମ୍ମୁଖରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ .......ଭୋଟ ଗଣତି ପ୍ରସ୍ତୁତି, ଜିଲ୍ଲା ପ୍ରଶାସନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ - Vote Counting Preparation

ଧର୍ମଶାଳାରେ EVM ମେସିନକୁ ନେଇ 8 ରୁ 10 ପୋଲିଂ ଗାଡି ବ୍ଲକ ଅଫିସରେ ରଖା ଯିବା ଓ ମେସିନ ବ୍ଲକ୍ ହେଡ କ୍ୱାଟରରେ ରଖାଯିବ ନେଇ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ସାହୁଙ୍କ ସମର୍ଥକମାନେ ବିରୋଧ ଓ ଗଣ୍ଡଗୋଳ କରିଥିଲେ । ଗାଡି ଗୁଡ଼ିକୁ ଭଙ୍ଗାରୁଜା କରିବା ସହ EVM ମେସିନ ବଦଳାଯାଇ ଥିବା ଅଭିଯୋଗ କରିଥିଲେ । ଏପରିକି SPଙ୍କ ଗାଡି ଉପରେ ମଧ୍ୟ ଆକ୍ରମଣ ହୋଇଥିବାବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରିଥିଲା । ପରେ ବିଡିଓଙ୍କ ସୂଚନା ଅନୁସାରେ ଯେଉଁ ଇଭିଏମ ଗୁଡିକ ଥିଲା ସେଗୁଡ଼ିକ ଭୋଟିଂରେ ବ୍ୟବହାର ହୋଇନି ବୋଲି ଫୋନ ଯୋଗେ ସୂଚନା ଦେଇଛନ୍ତି । ବିଗତ ଦିନରେ ଯାଜପୁର ଜିଲ୍ଲା ବିଜେଡିର ଗଡ଼ ଭାବେ ପରିଚିତ ରହିଥିବାବେଳେ ପୁଣି ରିପିଟ ହେବା ନେଇ ଆଶା ବାନ୍ଧିଛି ଦଳ । ସେପଟେ ବିରୋଧୀ ମଧ୍ୟ ଏଥର ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ।

ଇଟିଭି ଭାରତ,ଯାଜପୁର

ABOUT THE AUTHOR

...view details