ଭୁବନେଶ୍ବର: ଗରମରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି (ଶୁକ୍ରବାର) ଦିନ ଅପରାହ୍ନରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ରେକର୍ଡ କରାଯାଇଛି । ଦିନରେ ତାପମାତ୍ରା ସାମାନ୍ୟ କମିବା ସହ ମେଘୁଆ ପାଗ ରହିଥିଲା । ଆଜି ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଦେଖାଯାଇଛି । ଦକ୍ଷିଣ ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ସୂଚନା ମିଳିଛି । ଯାହା ଫଳରେ କିଛି କିଛି ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସେହିପରି ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର,ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ କନ୍ଧମାଳ କଳାହାଣ୍ଡି ରାୟଗଡା ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କରିଛି । ସେହିପରି ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯେପରିକି କଟକ, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ବଲାଙ୍ଗୀର,ବୌଦ୍ଧ, ନବରଙ୍ଗପୁରରେ ମଧ୍ୟ ହାଲୁକା ବର୍ଷାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିିପାଗ ବିଭାଗ । ଆସନ୍ତା ୨ ଦିନ ଯାଏଁ ଉପକୂଳ ସାଙ୍ଗକୁ ବିଭିନ୍ନ ସ୍ଥାନରେ ବର୍ଷା ଜରି ରହିବ ।