ଓଡିଶା

odisha

ETV Bharat / state

ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ୍‌ ଲେଖୁଥିଲେ କାରଣ ଦର୍ଶାଇବାକୁ ସ୍ବାସ୍ଥ୍ୟ ବିଭାଗର ଚିଠି

Prescribing Antibiotics: ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ ଲେଖୁଥିଲେ ଏନେଇ କାରଣ ଦର୍ଶାଇବାକୁ ଚିଠି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ସମସ୍ତ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । ଅଧିକ ପଢ଼ନ୍ତୁ

ଆଣ୍ଟିବାୟୋଟିକ୍‌
ଆଣ୍ଟିବାୟୋଟିକ୍‌

By ETV Bharat Odisha Team

Published : Jan 24, 2024, 7:29 PM IST

ଭୁବନେଶ୍ବର: ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ ଲେଖୁଥିଲେ ଏନେଇ କାରଣ ଦର୍ଶାଇବାକୁ ଚିଠି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ସମସ୍ତ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । କେନ୍ଦ୍ର ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ କରିବାକୁ କହିଛନ୍ତି ସ୍ବାସ୍ଥ୍ୟ ସଚିବ ସାଲିନି ପଣ୍ଡିତ । ଆଣ୍ଟିବାୟୋଟିକ୍‌ ଲେଖୁଥିଲେ ଲକ୍ଷଣ, କାରଣ, ଯୌକ୍ତିକତା ଦର୍ଶାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଆଣ୍ଟିବାୟୋଟିକ୍‌ ଔଷଧ ଗୁଡ଼ିକର ବ୍ୟୟବହୁଳ ମୂଲ୍ୟ ପାଇଁ ଅନେକ ବ୍ୟକ୍ତି ରୋଗର ଚିକିତ୍ସା କରିବାରେ ବିଫଳ ହୋଇଥାନ୍ତି । ତେବେ ଔଷଧ ପ୍ରତିରୋଧୀ ଜୀବାଣୁର ବିକାଶରେ ମୁଖ୍ୟ ପ୍ରୋତ୍ସାହକ ଆଣ୍ଟିମାଇକ୍ରୋବିୟଲର ଅପବ୍ୟବହାର ଏବଂ ଅତ୍ୟଧିକ ବ୍ୟବହାରକୁ ରୋକିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ଆଣ୍ଟିବାୟୋଟିକର ସଠିକ୍‌ ପ୍ରୟୋଗ ଉପରେ ସରକାର ଏବେ ଗୁରୁତ୍ବ ଦେଉଛନ୍ତି । ଯାହା ବଜାରରେ ବେପରୁଆ ଭାବରେ ବିକ୍ରି ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ସୂଚନା ଅନୁଯାୟୀ, ଡାକ୍ତରମାନେ ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ ଲେଖିବା ସମୟରେ ସେମାନଙ୍କୁ କାରଣ ସ୍ପଷ୍ଟ କରିବାକୁ ପଡ଼ିବ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ମେଡିକାଲ କଲେଜର ଡାକ୍ତରଙ୍କୁ ପରାମର୍ଶ ଦେଇଥିଲା । ଡାକ୍ତରମାନେ ଏହା ପାଳନ କରିବାକୁ ନିଷ୍ପତି ଅନୁଯାୟୀ ଅତ୍ୟାଧିକ ମାତ୍ରାରେ ଗୁରୁତ୍ବ ଦେବା ଆବଶ୍ୟକ । ଏହାସହ ଏହାକୁ ଆଗାମୀ ଦିନରେ ବାଧ୍ୟତାମୂଳକ କରିବାକୁ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଏପଟେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ କହିଥିଲେ ଯେ, ବିନା ପ୍ରେସକ୍ରିପସନରେ କେହି ଆଣ୍ଟିବାୟୋଟିକ୍‌ ବିକ୍ରି କରି ପାରିବେନି । ଯଦି କୌଣସି ମେଡିସିନ ଦୋକନୀ ବିନା ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ୍ ଦିଅନ୍ତି ତେବେ Drugs and Cosmetics ଆଇନ ଅନୁସାରେ ସେମାନଙ୍କୁ ଉପରେ ନୋଟିସ କରାଯିବା । ଏପରିକି ସେମାନଙ୍କ ଲାଇସେନ୍ସ ସସପେଣ୍ଡ ଓ ରଦ୍ଦ ମଧ୍ୟ କରାଯିବ ବୋଲି ଚେତାବନୀ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ଚାରି ବର୍ଷରୁ କମ ବୟସର ଶିଶୁଙ୍କ ପାଇଁ ବ୍ୟାନ ହେଲା ଏହି ଔଷଧ

ଏହାସହ DRUGS AND COSMETICS ACT ଅନୁଛେଦ Hରେ 551 DRUGS ଅଛି । ସେହିପରି H1 ରେ 47 DRUGS ଅଛି । ଯାହା HIGHER ANTIBIOTICS । ଏଥିପାଇଁ ଦୋକାନୀ ରେଜିଷ୍ଟର ସଠିକ ଭାବରେ ପରିଚାଳନା କରିବାର ନିୟମ ଅଛି । ଯଦି ଏହି ନିୟମକୁ ଦୋକାନୀ ଅବମାନନା କରନ୍ତି ତେବେ ସେହି ଦୋକାନୀ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ପରବର୍ତ୍ତୀ ସମୟରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ପଡିଲେ ଲାଇସେନ୍ସ ବାତିଲ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details