ସମ୍ବଲପୁର: ନଭେମ୍ବର ୨୨ରୁ ସମ୍ବଲପୁର ଜିଲ୍ଲାରେଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥର ଜିଲ୍ଲାରେ ମୋଟ 129 ଟି ବଜାର ପ୍ରାଙ୍ଗଣ ବା ମଣ୍ଡି ବ୍ୟବସ୍ଥା କରିଛି ଜିଲ୍ଲା ଯୋଗାଣ ବିଭାଗ । ପ୍ରଥମ ଦିନରେ ଧାନ ଉଠାଣ ପାଇଁ 34ଟି ମଣ୍ଡି ଖୋଲିଥିବା ବେଳେ ସେଥିମଧ୍ୟରୁ 7ଟି ମଣ୍ଡିରେ 29 ଚାଷୀଙ୍କଠାରୁ 4,199 ପକେଟ୍ ଧାନ ସଂଗ୍ରହ କରାଯାଇଥିବା ଯୋଗାଣ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ନିର୍ଦ୍ଧାରିତ ଗାଇଡଲାଇନ ଅନୁସାରେ, ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି ନଥିବା ଚାଷୀ ଅଭିଯୋଗ କରିଛନ୍ତି ।
- ଚାଷୀ-ମିଲର୍ସ-ପ୍ରଶାସନ ବୈଠକ
ଗତକାଲି(ଶୁକ୍ରବାର) ପୂର୍ବାହ୍ନ 11ଟାରେ ବରେଇପାଲି ମାର୍କେଟ ୟାର୍ଡ଼ରେ ପ୍ରଥମେ ଚାଷୀମାନଙ୍କ ସହ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଓ ମିଲର୍ସ ଓ ଚାଷୀମାନଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ଧାନ କିଣା ପରିଚାଳନାରେ ଯେପରି ଜିଲ୍ଲା ପ୍ରଶାସନ କୌଣସି ତ୍ରୁଟି ନକରେ ସେନେଇ ଦାୟିତ୍ବଶୀଳ ହେବାକୁ ଚାଷୀ ଜୋର ଦେଇଥିଲେ ।
- ୩୪ ମଣ୍ଡିରୁ ଉଠିଲା ଧାନ:-
ପ୍ରଥମ ଦିନରେ ସମ୍ବଲପୁର ଉପଖଣ୍ଡରେ ଥିବା 55ଟି ମଣ୍ଡି ମଧ୍ୟରୁ 34ଟି ମଣ୍ଡିରୁ ଧାନ ସଂଗ୍ରହ ଆରମ୍ଭ ହେଇଥିଲା । ପ୍ରଥମ ଦିନରେ 29 ଚାଷୀଙ୍କଠାରୁ 4199 ପକେଟ ଧାନ ସଂଗ୍ରହ ହୋଇଛି । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ବଜାର ପ୍ରାଙ୍ଗଣ ବା ମଣ୍ଡିରୁ ଧାନ ସଂଗ୍ରହ କରାଯିବ । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ଖରିଫ ଋତୁରେ ଧାନ ବିକ୍ରି କରିବା ପାଇଁ ଜିଲ୍ଲାର ମୋଟ 59 ହଜାର 895 ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଚାଷ ହୋଇନଥିବା କିମ୍ବା ଅନ୍ୟ କୌଣସି ସମସ୍ୟା କାରଣରୁ 77ଜଣ ଚାଷୀଙ୍କୁ ସମବାୟ ବିଭାଗ ପକ୍ଷରୁ ବାଦ ଦିଆଯାଇଛି l
ଏହା ମଧ୍ୟ ପଢ଼ନ୍ତୁ- ସମ୍ବଲପୁରରେ ୨୨ରୁ ଖରିଫ ଧାନ କିଣା, ଟୋକନ ପରିଚାଳନାରେ ଜିଲ୍ଲାପାଳ |
- ଏଥର ୫୯ ହଜାର ପଞ୍ଜିକୃତ ଚାଷୀ
ବର୍ତ୍ତମାନ ମୋଟ 59 ହଜାର 818 ଜଣ ଚାଷୀ ଧାନ ବିକ୍ରି କରିବେ । ଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ 45ଟି ପ୍ୟାକ୍ସ/ଲେମ୍ପ ଏବଂ 14ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଦାୟିତ୍ୱରେ ରହିଛନ୍ତି । ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ମୋଟ 129ଟି ବଜାର ପ୍ରାଙ୍ଗଣ ଓ ଧାନ ସଂଗ୍ରହ କେନ୍ଦ୍ର ବା ମଣ୍ଡି ପ୍ରସ୍ତୁତ କରାଯାଇଛି । ଚାଷୀଙ୍କଠାରୁ ଯେଭଳି ସୁରୁଖୁରୁରେ ଧାନ ସଂଗ୍ରହ ହୋଇପାରିବ ଏନେଇ ପ୍ରଥମ କରି 123 ଜଣ ମଣ୍ଡି ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ସମବାୟ ନିରୀକ୍ଷକ, ଯୋଗାଣ ନିରୀକ୍ଷକ, ରାଜସ୍ୱ ନିରୀକ୍ଷକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କୃଷି ଗ୍ରାମ ସେବକଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ଵ ଦିଆଯାଇଛି । ସମସ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ୨୯ଜଣ ମଣ୍ଡି ସୁପର୍ଭାଇଜିଂ ଅଫିସରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ।
- ୪୬ ମିଲର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ:-