ଭୁବନେଶ୍ବର:ଯାତ୍ରାକୁ ନେଇ ବଢ଼ିଲା ବିବାଦ । ଖଣ୍ଡଗିରି ଯାତ୍ରାରେ ଡ଼ବଲ ସୋ'କୁ ନେଇ ଥାନାରେ ଫେରାଦ ହେଲା ଯାତ୍ରା କମିଟି । ସପ୍ତମ ସନ୍ଧ୍ୟାରେ ସୋ'ରେ ଦୁଇଟି ଯାତ୍ରା କମିଟି ଡ଼ବଲ ସୋ' କରିବା ନେଇ ଟିକେଟ ବିକ୍ରି ପରେ ବାକି ଯାତ୍ରା କମିଟି ଖଣ୍ଡଗିରି ଥାନାର ଦ୍ୱାରସ୍ତ ହୋଇଛନ୍ତି । କିଛି ଯାତ୍ରା ପାର୍ଟି ପ୍ରଶାସନର ଗାଇଡ ଲାଇନ୍ ବ୍ୟତିକ୍ରମ କରୁଥିବା ଅଭିଯୋଗ ହୋଇଛି ।
ଚାଲିଛି ଖଣ୍ଡଗିରି ଯାତ୍ରା । ସାଧୁସନ୍ଥଙ୍କ ମନ୍ତ୍ର ପାଠରେ ପ୍ରକମ୍ପିତ ହେଉଛି ଗଗନ ପବନ । ସେପଟେ ଦୁୁଲୁକୁଛି ଯାତ୍ରା ପେଣ୍ଡାଲ । ଦର୍ଶକଙ୍କ ମନ ମୋହୁଛନ୍ତି ଯାତ୍ରା କଳାକାର । ଏହାରି ଭିତରେ ଯାତ୍ରାକୁ ନେଇ ଦେଖା ଦେଇଛି ବିବାଦ । ଡ଼ବଲ ସୋ'କୁ ନେଇ ଦେଖା ଦେଇଛି ଅସନ୍ତୋଷ । ପୋଲିସ ଓ ବିଏମସିର ଗାଇଡଲାଇନ୍ ଅନୁସାରେ କୌଣସି ଯାତ୍ରା କମିଟି ଯାତ୍ରା ପାର୍ଟିକୁ ଡ଼ବଲ ସୋ' ପାଇଁ ଅନୁମତି ଦିଆଯାଇ ନାହିଁ । ହେଲେ ମହତାବ ଯାତ୍ରା କମିଟି ଓ ଇନ୍ଦିରା ଯାତ୍ରା କମିଟି ଏହି ନିୟମର ଉଲଂଘନ କରିଥିବା ଅଭିଯୋଗ ଆଣିଛନ୍ତି ସାଇ ନୀଳାଦ୍ରି, ସନାତନ, ମା' ମଙ୍ଗଳା ଓ ଜୟଦୂର୍ଗା ଯାତ୍ରା କମିଟି ।
ଏହା ମଧ୍ୟ ପଢନ୍ତୁ .......ଦର୍ଶକଙ୍କ ମନ ଜିଣୁଛି 'ରାଣୀ ପଣ୍ଡାକୁ ଖଣ୍ଡଗିରି ମନା' ନାଟକ