ଓଡିଶା

odisha

ETV Bharat / state

ମିଲେଟ ଚାଷ ପାଇଁ କୋରାପୁଟ ଦେଶରେ ସର୍ବୋତ୍କୃଷ୍ଠ ସ୍ଥାନ: ସୌମ୍ୟା ସ୍ବାମୀନାଥନ - SOUMYA SWAMINATHAN ON MILLET

ଓଡିଶାରେ ଜଳବାୟୁ ହେଉଛି କୃଷି-ଜୈବ୍ୟ ବିବିଧତା । ମିଲେଟ ଚାଷ ପାଇଁ କେରଳ ଓ କୋରାପୁଟ ଦେଶର ସର୍ବୋତ୍କୃଷ୍ଠ ସ୍ଥାନ ବୋଲି କହିଛନ୍ତି ବିଶିଷ୍ଟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ।

କୋରାପୁଟ ମାଣ୍ଡିଆ ଚାଷ ପାଇଁ ଦେଶରେ ସର୍ବୋତ୍କୃଷ୍ଠ ସ୍ଥାନ: ସୌମ୍ୟା ସ୍ବାମୀନାଥନ
କୋରାପୁଟ ମାଣ୍ଡିଆ ଚାଷ ପାଇଁ ଦେଶରେ ସର୍ବୋତ୍କୃଷ୍ଠ ସ୍ଥାନ: ସୌମ୍ୟା ସ୍ବାମୀନାଥନ (ETV Bharat Odisha)

By ETV Bharat Odisha Team

Published : Nov 11, 2024, 12:45 PM IST

ଭୁବନେଶ୍ବର:ଓଡିଶାରେ ରହିଛି ମିଲେଟ୍‌ (ବାଜରା ଜାତୀୟ ଶସ୍ୟ) ଚାଷ ପାଇଁ ଅପାର ସମ୍ଭାବନା । ଏପରିକି ସାରା ଦେଶରେ କୋରାପୁଟ ଜିଲ୍ଲାର ଜଳବାୟୁ ମିଲେଟ୍‌ ଚାଷ ପାଇଁ ସବୁଠାରୁ ଉତ୍କୃଷ୍ଠ ପରିବେଶ । ଦକ୍ଷିଣ ଭାରତୀୟ ରାଜ୍ୟ କେରଳ ଏବଂ ଓଡିଶାର କୋରାପୁଟ ଜିଲ୍ଲାର ଜଳବାୟୁ ସମଗ୍ର ଦେଶରେ ମିଲେଟ୍‌ ଚାଷ ପାଇଁ ସବୁଠାରୁ ଅନୁକୂଳ ଭିତ୍ତିଭୂମି ବୋଲି ମତ ରଖିଛନ୍ତି ବିଶିଷ୍ଟ ବୈଜ୍ଞାନିକ,‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’(WHO)ର ପୂର୍ବତନ ମୁଖ୍ୟ ଗବେଷିକା ତଥା ସ୍ବାମୀନାଥନ ଫାଉଣ୍ଡେସନର ଅଧ୍ୟକ୍ଷା ଡଃ.ସୌମ୍ୟା ସ୍ବାମୀନାଥନ ।

ଗତକାଲି (ରବିବାର) ରାଜ୍ୟ ସରକାରଙ୍କ ଦୁଇଦିନିଆ ‘ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ’ରେ ଅଂଶଗ୍ରହଣ ଅବସରରେ ଭୁବନେଶ୍ବର ଆସିଥିବା ଡଃ. ସୌମ୍ୟା ‘ଇଟିଭି ଭାରତ’କୁ ଏହି ସ୍ବତନ୍ତ୍ର ସାକ୍ଷାତକାର ଦେଇ ମିଲେଟ ଓ ଦେଶର ଭବିଷ୍ୟତ ପୋଷଣ ରୋଡମ୍ୟାପ ସମ୍ପର୍କରେ ବିସ୍ତୃତ ଆଲୋଚନ କରିଛନ୍ତି ।

Kerala and Koraput are best places in country for Millets farming: Soumya Swaminathan (ETV Bharat Odisha)
  • ‘କୃଷି-ଜୈବ୍ୟ ବିବିଧତା ପାଇଁ ଓଡିଶା ପ୍ରସିଦ୍ଧ’

ସୋମ୍ୟା ସ୍ବାମୀନାଥନ କହିଛନ୍ତି,‘‘କୃଷି-ଜୈବ୍ୟ ବିବିଧତା ପାଇଁ ଓଡିଶା ଓ କୋରାପୁଟର ସାରା ଦେଶରେ ସ୍ବତନ୍ତ୍ର ସ୍ଥାନ ରହିଛି । ଏପରି ଜଳବାୟୁ ଉଭୟ ମିଲେଟ୍‌ ଓ ଧାନ ଚାଷ ପାଇଁ ଏକ ଅନୁକୂଳ ବାତାବରଣ ମଧ୍ୟ । ପୂର୍ବରୁ ଆମ ପୂର୍ବ-ପୁରୁଷମାନେ ସନ୍ତୁଳିତ ଖାଦ୍ୟ ଖାଉଥିଲେ । ମାତ୍ର ସମୟର ପରିବର୍ତ୍ତନ ହେତୁ ସନ୍ତୁଳିତ ଖାଦ୍ୟ ଏବେ ବିଲୁପ୍ତପ୍ରାୟ । ଏବେ ଆମ ଖାଦ୍ୟ ପ୍ରଣାଳୀ ପୁରା ବଦଳି ଗଲାଣି । ଧୀରେ ଧୀରେ ଆମ ଖାଇବା ଥାଳିରେ ପୁଷ୍ଟିକର ଖାଦ୍ୟ ଉଭାନ ହୋଇଯାଉଛି । ଅପପୃଷ୍ଟି ଫଳରେ ଆମେ ଅନେକ ଦୂରାରୋଗର ସମ୍ମୁଖୀନ ହେଉଛୁ । ମଧୁମେହ, ଉଚ୍ଚ ରକ୍ତଚାପ, ରକ୍ତହୀନତା ଭଳି ବହୁ ରୋଗରେ ପୀଡିତ ହେବାକୁ ପଡୁଛି । ଆମକୁ ଆମ ଚାଷ ପ୍ରଣାଳୀ, କୃଷି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଡିବ । ମାଣ୍ଡିଆ ଏକ ଏଭଳି ବିକଳ୍ପ ଯାହା ଆମକୁ ସବୁ ପ୍ରକାର ଶାରୀରିକ ସକ୍ଷମତା ଯୋଗାଇବ ।

କୋରାପୁଟ ମିଲେଟ୍‌ ଚାଷ ପାଇଁ ଦେଶରେ ସର୍ବୋତ୍କୃଷ୍ଠ ସ୍ଥାନ (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ମାଣ୍ଡିଆ ଦିବସରେ ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ନିର୍ଣ୍ଣାୟକ ହେବେ ଓଡିଆ ଭୋଟର ! ଝାଡଖଣ୍ଡ ମୁହାଁ ମାଳ ମାଳ ଓଡିଆ ନେତା

  • ଆଗକୁ ମିଲେଟ ହେବ ପୋଷଣର ଆଧାର:-

ଜଳବାୟୁ ଏବଂ ପାଣିପାଗର ପରିବର୍ତ୍ତନ ହେତୁ ଅଗକୁ ଧାନ, ଗହମ ଉତ୍ପାଦନ ହ୍ରାସ ପାଇବ । ପୃଥିବୀରେ ଖାଦ୍ୟ ସୁରକ୍ଷା ଯୋଗାଇ ଦୁଆଯାଉଛି ହେଲେ ଅପପୃଷ୍ଟିରୁ ସୁରକ୍ଷା ଦେବା ସମ୍ଭବ ହେଉନାହିଁ । ତେଣୁ ମାଣ୍ଡିଆ ଆମକୁ ସବୁ ପ୍ରକାରର ଖୋରାକ ଯୋଗାଇବ ମାଣ୍ଡିଆ ଗ୍ଲୁଟେନ ମୁକ୍ତ ହୋଇଥିବାରୁ ତେଣୁ ଏହା ଶରୀର ପାଇଁ ଅନୁକୂଳ ଏବଂ ଉତ୍ତମ । କମ ଜଳ, କମ ସାରରେ ଏହାର ଚାଷ ମଧ୍ୟ ସମ୍ଭବ । ମାଣ୍ଡିଆ ଫସଲ ସବୁ ପ୍ରକାର ପରିବେଶରେ ଚାଷ କରିହେବ । ମାଣ୍ଡିଆରେ ଅଧିକ ତନ୍ତୁ ରହିଛି, ଯାହା ଆମ ଶରୀର ପାଇଁ ଅନୁକୂଳ, ଉତ୍ତମ ଶାରୀରିକ ଗଠନରେ ସହାୟକ ହେବ ।

ଏହା ମଧ୍ୟ ପଢନ୍ତୁ ;- ଓଡ଼ିଶା ମିଲେଟ ମିଶନ ଅନ୍ୟ ପାଇଁ ପାଲଟିଛି ଉଦାହରଣ

ଏହା ମଧ୍ୟ ପଢନ୍ତୁ:- ମାଣବସାରେ ଗୁରୁବାରରେ ମା' ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଭୋଗ ଲଗାନ୍ତୁ: ମୁଖ୍ୟମନ୍ତ୍ରୀ

  • ଜନସଂଖ୍ୟା ବଢୁଛି, ବିକଳ୍ପ ପୋଷଣ ଉତ୍ସ ଚିନ୍ତା କରିବା ଜରୁରୀ

ସୌମ୍ୟା କହିଛନ୍ତି,‘‘ଏବେ ଜନସଂଖ୍ୟା ଵୃଦ୍ଧି ପାଉଛି, ତେଣୁ ଧାନ ଚାଉଳ, ଗହମ ଉପରେ ଆମକୁ ନିର୍ଭର ନହୋଇ, ଅନ୍ୟ ବ୍ୟବସ୍ଥା ପ୍ରତି ଚିନ୍ତା କରିବାକୁ ହେବ । ତେଣୁ ମାଣ୍ଡିଆ ଚାଷ ଆମ ଭବିଷ୍ୟତକୁ ସଠିକ ମାର୍ଗ ଦେଖାଇବ । ମୁଁ ମଧ୍ୟ ମାଣ୍ଡିଆ ବ୍ୟବହାର କରେ । ମାଣ୍ଡିଆଯୁକ୍ତ ଖାଦ୍ୟ ମୁଁ ମୋ ଘରେ ପ୍ରସ୍ତୁତ କରେ ।’’

ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ (ETV Bharat Odisha)
  • ‘କୋରାପୁଟ ଦେଶରେ ମିଲେଟ ଚାଷ ପାଇଁ ସର୍ବୋତ୍କୃଷ୍ଠ ସ୍ଥାନ’

ସୌମ୍ୟା ଆହୁରି ମଧ୍ୟ କହିଛନ୍ତି,‘‘କେରଳ, ଓଡ଼ିଶାର କୋରାପୁଟ ଦେଶରେ ଶ୍ରେଷ୍ଠ ମିଲେଟ୍‌ ଚାଷ ପାଇଁ ଉତ୍କୃଷ୍ଠ ପରିବେଶ । ଓଡିଶା ସରକାର ଏବେ ମାଣ୍ଡିଆ ଚାଷ ପାଇଁ ପ୍ରୋତ୍ସାହନ ଦେଉଛନ୍ତି । ପୁଷ୍ଟିକର ଖାଦ୍ୟ ସହ ଚାଷୀ ଚାହିଁଲେ ଲାଭବାନ ହୋଇପାରିବ । କେବଳ ମାଣ୍ଡିଆ ନୁହେଁ, ଏବେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ପାଇଁ ଏଭଳି ପ୍ରୟାସ ଆରମ୍ଭ ହୋଇଛି । 1990 ମସିହାରୁ ଆମେ ଓଡ଼ିଶାରେ କାଯ୍ୟ କରି ଆସୁଛୁ । ଏବେ ଶ୍ରୀ ଅନ୍ନ ମିଶନ ଓଡ଼ିଶାରେ କାଯ୍ୟକାରୀ ହେବାକୁ ଯାଉଛି । ଅନେକ ମାତ୍ରାରେ ମାଣ୍ଡିଆର ଉତ୍ପାଦନ ଓଡ଼ିଶାରେ ହେଉଛି । ମିଲେଟ ଜାତୀୟ ଖାଦ୍ୟକୁ ଆମକୁ ଆଗକୁ ନେବାକୁ ପଡିବ । ଆମେ ସମସ୍ତେ ମିଶିକି ଏହା ଉପରେ କାଯ୍ୟ କରିବାକୁ ଆବଶ୍ୟକତା ରହିଛି ।’’

ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details