ଓଡିଶା

odisha

ETV Bharat / state

କଳାହାଣ୍ଡି ଝିଅ ଏବେ ଇଟାଲୀ ଦମ୍ପତିଙ୍କ ଅଲିଅଳୀ କନ୍ୟା - GIRL ADOPTED BY ITALIAN COUPLE

ଦିନେ କିଛି ପରିଚୟ ନଥିଲା । ହେଲେ ତାଙ୍କୁ ଆପଣାଇ ନେତେ ଇଟାଲୀ ଦମ୍ପତି । କଳାହାଣ୍ଡିର ଝିଅ ଏବେ ଇଟାଲୀ ଦମ୍ପତିଙ୍କ ଅଲିଅଳୀ କନ୍ୟା ।

Girl Adopted By Italian Couple
Girl Adopted By Italian Couple (ETV Bharat Odisha)

By ETV Bharat Odisha Team

Published : Dec 22, 2024, 3:18 PM IST

ଭବାନୀପାଟଣା: ଜନ୍ମ ହୋଇଥିଲେ କଳାହାଣ୍ଡି ମାଟିରେ । ହେଲେ ଇଟାଲୀରେ ଲାଳନ ପାଳନ । ତାଙ୍କ ପିତାମାତା କିଏ ଜଣାନାହିଁ । ପିଲାଦିନ ଏକ ସେବା କେନ୍ଦ୍ରରେ କଟିଥିଲା । ହଠାତ୍ ବଦଳି ଯାଇଥିଲା ଏହି ବାପାମାଆ ନଥିବା ଝିଅର ଭାଗ୍ୟ । ଇଟାଲୀର ଦମ୍ପତି ତାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରି ଇଟାଲୀ ନେଇଯାଇଥିଲେ । ଆଉ ସେ ଏବେ ଇଟାଲୀର ଜଣେ ଜଣେ ସଂଭ୍ରାନ୍ତ ଦମ୍ପତିଙ୍କ ଅଲିଅଳୀ ଝିଅ । ସେ ହେଉଛନ୍ତି କଳାହାଣ୍ଡିରେ ଜନ୍ମିତ ତଥା ଇଟାଲୀରେ ରହୁଥିବା ଝିଅ ପ୍ରତୀକ୍ଷା । ଦୀର୍ଘ 8 ବର୍ଷ ଏବେ ନିଜ ଜନ୍ମମାଟିକୁ ବୁଲିବାକୁ ଆସିଛନ୍ତି କଳାହାଣ୍ଡିରେ ଜନ୍ମିତ କନ୍ୟା ପ୍ରତୀକ୍ଷା।

ଘଟଣାଟି ଥିଲା ଏପରି:

Girl Adopted By Italian Couple (ETV Bharat Odisha)

୨୦୧୬ ମସିହାରେ କଳାହାଣ୍ଡି ବୁଲିବାକୁ ଆସିଥିଲେ ଇଟାଲୀର ପୋଲିସ ଓ ଡାକ୍ତର ଦମ୍ପତି । ଏହି ଦମ୍ପତିଙ୍କର କୌଣସି ସନ୍ତାନ ନଥିବା ବେଳେ ଇଚ୍ଛା ଥିଲା ଓଡ଼ିଶାରୁ ପୋଷ୍ୟ ସନ୍ତାନ ଗ୍ରହଣ କରିବେ । ଏମିତି ଭାବନା ଭିତରେ ସେମାନେ ପହଞ୍ଚିଥିଲେ ଭବାନୀପାଟଣା ସହରର ନେହରୁ ସେବା କେନ୍ଦ୍ରରେ । ଏହା ପରେ ସେମାନେ ପ୍ରତୀକ୍ଷାକୁ ସନ୍ତାନ ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଆରମ୍ଭ ହେଲା ଆଇନଗତ ପ୍ରକ୍ରିୟା । ସବୁ ସରିବା ପରେ ପ୍ରତୀକ୍ଷା ତାଙ୍କ କୋଳକୁ ଯାଇଥିଲା । ଏକଥା ଜାଣିବା ପରେ ପ୍ରତୀକ୍ଷା ଯେତିକି ଖୁସି ହେଲେ ଜନ୍ମମାଟି ଛାଡ଼ିବାର ଦୁଃଖ ବି ତାଙ୍କୁ ମାଡ଼ିବସିଲା । ଏହା ଭିତରେ ଆଜି ପ୍ରତୀକ୍ଷାଙ୍କୁ ୧୭ ବର୍ଷ ହେବା ପରେ ନିଜ ଜନ୍ମମାଟି କଳାହାଣ୍ଡିଙ୍କୁ ନିଜ ପରିବାର ସହିତ ବୁଲିବାକୁ ଆସିଛନ୍ତି । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଯାହାକୁ ନେଇ ପ୍ରତୀକ୍ଷା ଓ ତାଙ୍କ ପରିବାର ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି ।

୨୦୧୬ ଇଟାଲୀ ଯାଇଥିଲେ ପ୍ରତୀକ୍ଷା :

Girl Adopted By Italian Couple (ETV Bharat Odisha)

ଏନେଇ କଳାହାଣ୍ଡି ଜିଳ୍ଲାର ପୂର୍ବତନ CWC ଅଧକ୍ଷ ଅଜୟ ମିଶ୍ର କହିଛନ୍ତି, "୨୦୦୯ ମସିହାରେ ମୁଁ ଯେତବେଳେ CWC ଅଧ୍ୟକ୍ଷ ଥିଲି ସେହି ସମୟରୁ ପ୍ରତୀକ୍ଷା ଲିଗାଲ ଫ୍ରି ହୋଇ ସାରିଥିଲେ । ୨୦୧୬ ମସିହା ପର୍ଯ୍ୟନ୍ତ ତାଙ୍କ ଅଭିଭାବକଙ୍କୁ ପାଇ ନଥିଲୁ । ୨୦୧୫ରେ ସରକାର ନୂତନ Adoption ନିୟମ ବାହାର କରିବା ପରେ ଆମକୁ ସୁବିଧା ହେଲା । ସେହି ସମୟରେ ଆମେ ଜଣେ ଡାକ୍ତର ଓ ପୋଲିସ୍ ଦମ୍ପତ୍ତିଙ୍କୁ ପାଇଲୁ । ସେମାନେ ମଧ୍ଯ ଏଥିରେ ଆଗ୍ରହ ପ୍ରକାଶ କରିଥଲେ । ପ୍ରତୀକ୍ଷାର ଇଣ୍ଟର କଣ୍ଟ୍ରି ଆଡପ୍‌ସନ୍‌ (Intercountry Adoption) ପାଇଁ ଏହାପରେ ସୁବିଧା ହୋଇଥଲା । ଆଜିଠାରୁ 8 ବର୍ଷ ପୂର୍ବରୁ 19 ଡିସେମ୍ବର 2016ରେ ଇଟାଲୀ ଦମ୍ପତି ପ୍ରତୀକ୍ଷାଙ୍କୁ ନେଇକି ଯାଇଥିଲେ । ଆଜି ଆମକୁ ବହୁତ୍ ଖୁସି ଲାଗୁଛି ଯେ, ଅମର ଝିଅ ଯାହାର କେହି ନଥିଲେ ସେ ଆଜି ଇଟାଲୀ ଭଳି ଦେଶରେ ବହୁତ୍ ସୁନ୍ଦର୍ ଭାବର ରହି ପାରୁଛି ।"

Girl Adopted By Italian Couple (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...ଯୌଥ ପରିବାର ବ୍ୟବସ୍ଥା ପ୍ରତି ଆକର୍ଷିତ ବିଦେଶୀ, ଆପଣାଇନେଉଛନ୍ତି ପୋଷ୍ୟ ସନ୍ତାନ - Foreigners adopted Divyang child

ଏନେଇ କଳାହାଣ୍ଡି ଜିଳ୍ଲାର ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରବାନ କହିଛନ୍ତି, "ନେହେରୁ ସେବା ସଂଘର ଏକ ବଡ଼ ଭୂମିକା ରହିଛି । ଗୋଟେ ଝିଅ ପ୍ରତୀକ୍ଷା ତାକୁ ୮ ବର୍ଷ ହୋଇଥିଲା । ତାକୁ ଇଟାଲୀର ଜଣେ ଦମ୍ପତ୍ତି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥଲେ । ବର୍ତ୍ତମାନ ସେଠାରେ ସେ ବହୁତ୍ ଖୁସିରେ ଅଛି । ସେ ତାର ଜନ୍ମମାଟିକୁ ବୁଲିବାକୁ ଆସିଛି । ଯାହା ବହୁତ୍ ଖୁସିର କଥା ।"


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details