ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଯାଇଛି ସାଂସ୍କୃତିକ ମହାକୁମ୍ଭ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ । ମହୋତ୍ସବର ପ୍ରଥମ ସନ୍ଧ୍ୟାରେ କଳାହାଣ୍ଡିର କଳାକାରମାନଙ୍କ ବଜାଶାଲ ଓ ସିଙ୍ଗାରୀ ନାଚ ପରିବେଷଣ କରାଯାଇଥିଲା । ଏହା ସହ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାରଙ୍କ ଦ୍ବାରା ନୃତ୍ୟ ଗୀତ ପରିବେଷଣ ହୋଇଥିଲା । ଶୀତୁଆ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଦର୍ଶକ ।
ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ:
ନୃତ୍ୟ ଗୀତରେ ରେଣ୍ଡୋ ମାଝୀ ମଞ୍ଚ ଦୁଲୁକି ଉଠିଥିଲା । ଭବାନୀପାଟଣା ଲାଲବାହାଦୂର ଷ୍ଟାଡିୟମ ସ୍ଥିତ ଶହୀଦ ରେଣ୍ଡୋ ମାଝୀ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି ଘୁମୁରା ମହୋତ୍ସବ । ଉଦଘାଟନୀ ଉତ୍ସବରେ କଳାହାଣ୍ଡି ସାଂସଦ ମାଲବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମ ମହାନ୍ତି, କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରଥମ ସନ୍ଧ୍ୟା କିଣିଲା ମନ:
କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ର କବି ସମ୍ମିଳନୀର କବିତା ପୁସ୍ତକ "ନିଶାନ" ଅତିଥିଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବୀର ବାଦ୍ୟ ଘୁମୁରାର ଘୁମୁ ଘୁମୁ ନାଦରେ ଆରମ୍ଭ ହୋଇଥଲା ସାଂସ୍କୃତିକ ସନ୍ଧ୍ୟା । ଭୁବନେଶ୍ୱର ଓଡ଼ିଶୀ ନୃତ୍ୟ, ରାଜସ୍ଥାନର ମାଙ୍ଗନୀହାର, ଆସାମର ଵିହୁ, ବଲାଙ୍ଗୀରର ଦୁଲଦୁଲି ଘୁଡକା, ମହାରାଷ୍ଟ୍ରର ଲାବଣୀ ନୃତ୍ୟ, ହରିୟାଣା ଫାକ ନୃତ୍ୟ, ପଞ୍ଜାବର ଭାଙ୍ଗଡା, ହିମାଚଳର ପାହାଡି ନୃତ୍ୟ ପରିବେଷଣ କରାଯାଇଥିଲା । ଆଉ ସେପଟେ ଶୀତୁଆ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଦର୍ଶକ ।
5 ବର୍ଷ ଭିତରେ 1 ନଂ ହେବ କଳାହାଣ୍ଡି ଜିଲ୍ଲା: ସାଂସଦ