ଓଡିଶା

odisha

ETV Bharat / state

'ଡିଜିଟାଲ ଆରେଷ୍ଟ' ନାଁରେ ଟଙ୍କା ହଡ଼ପ, ଧରାପଡିଲା ସାଇବର ଠକ ଗ୍ୟାଙ୍ଗ - JHARSUGUDA POLICE CYBERCRIME GANG

ଝାରସୁଗୁଡା ପୋଲିସ ଏକ ସାଇବର କ୍ରାଇମ ଗ୍ୟାଙ୍ଗକୁ ଧରିଛି । ଡିଜିଟାଲ ଆରେଷ୍ଟ ଭୟ ଦେଖାଇ ବୃଦ୍ଧଙ୍କ ଠାରୁ ଠକି ନେଇଥିଲେ ୩୪ ଲକ୍ଷ ।

Police Busted a Cybercrime Gang
Police Busted a Cybercrime Gang (ETV Bharat Odisha)

By ETV Bharat Odisha Team

Published : Nov 21, 2024, 10:39 PM IST

ଝାରସୁଗୁଡା: ଏକ ସାଇବର କ୍ରାଇମ ଗ୍ୟାଙ୍ଗକୁ ଧରିଛି ଝାରସୁଗୁଡା ପୋଲିସ । ନିଜକୁ ଆଇନ ଶୃଙ୍ଖଳା ଏଜେନ୍ସିର ଅଧିକାରୀ ଭାବରେ ପରିଚୟ ଦେଇ ବ୍ୟାଙ୍କିଙ୍ଗ୍ କାରବାର ମାଧ୍ୟମରେ ବୃଦ୍ଧଙ୍କୁ ଟାର୍ଗେଟ କରି ୩୪ ଲକ୍ଷ ଟଙ୍କା ଠକେଇ କରିଥିଲେ ସାଇବର କ୍ରାଇମ ଗ୍ୟାଙ୍ଗ । ଆଜି ଗୁଜୁରାଟର ସୁରଟରୁ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ଆଜି ସନ୍ଧ୍ୟାରେ ଝାରସୁଗୁଡା ଏସପିଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇ.ଜି. ହିମାଂଶୁ ଲାଲ ।

ଅର୍ଥ ହେରଫେର କହି ଧମକ:

Police Busted a Cybercrime Gang (ETV Bharat Odisha)

ତେବେ ଗତ ମେ' ମାସ ୧୪ ତାରିଖରେ ଝାରସୁଗୁଡା ସଦର ଥାନାରେ ଦୁଇ ପର୍ଯ୍ୟାୟରେ ୩୪ ଲକ୍ଷ ଟଙ୍କା ଠକେଇ କରାଯାଇଥିବା ନେଇ ଜଣେ ବୃଦ୍ଧ ଅଭିଯୋଗ କରିଥିଲେ । କେସ୍ ନମ୍ବର 268 Dt: 14.05.2024 U / s 419/420 IPC, R / w ସେକ୍ । 66-D ଆଇଟି ଆକ୍ଟରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ ସେମାନଙ୍କୁ ଲ' ଏନଫୋର୍ସମେଣ୍ଟ ଏଜେନ୍ସି ଅଫିସର ଭାବରେ ନିଜକୁ ପରିଚୟ ଦେଇଥିଲେ । ତାଙ୍କ ନାଁରେ ଅର୍ଥ ହେରଫେର (Money Laundering) ଥିବା କହି ଧମକ ଦେଇଥିଲେ । ତାଙ୍କୁ ଏଥିପାଇଁ ଗିରଫ କରାଯିବା କହି ଡରାଇଥିଲେ । ସ୍ଥାନୀୟ ପୋଲିସ କୌଣସି ସାହଯ୍ୟ କରିପାରିବେ ନାହିଁ ଏବଂ ତାଙ୍କ ନାଁରେ 'ଡିଜିଟାର ଆରେଷ୍ଟ' ଥିବା କହି ଡରାଇଥିଲେ । ଏଭଳି ଭାବରେ ୨ଟି ପର୍ଯ୍ୟାୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୪ ଲକ୍ଷ ଟଙ୍କା ଠକି ନେଇଥିଲେ ।

୪ ମୁଖ୍ୟ ଅଭିଯୁକ୍ତ ଗିରଫ:

ଏଭଳି ମାମଲା ଆସିବା ପରେ ଝାରସୁଗୁଡ଼ା ସାଇବର ସେଲ ଟିମ୍‌ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା । ପ୍ରାୟ ୫ ମାସ ଧରି ଛାନଭିନ୍‌ ଚଳାଇଥିଲା ପୋଲିସ । ଏହାପରେ ସାଇବର ସେଲ ଟିମ୍‌ ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଦ୍ୱିତୀୟ ଏବଂ ତୃତୀୟ ସ୍ତରର ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିଥିଲା । ଏହି ରାଜ୍ୟଗୁଡ଼ିକର ବିଭନ୍ନ ଜାଗାରେ ରେଡ୍‌ କରିଥିଲା ଏହି ଟିମ୍‌ । ପରେ ଝାରସୁଗୁଡ଼ା ପୋଲିସ, ଗୁଜୁରାଟର ସୁରଟରୁ ୪ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ସେମାନଙ୍କ ପାଖରୁ ୨୦ରୁ ଅଧିକ ସଂଖ୍ୟକ ସେଲ ଫୋନ୍, ୩ଟି ଲାପଟପ୍, ୩ଟି କମ୍ପ୍ୟୁଟର ସିଷ୍ଟମ୍ ଏବଂ ୨ ଲକ୍ଷ ଟଙ୍କା ଜବତ କରାଯାଇଛି । ସାଇବର ସେଲ ଟିମ୍‌ ସାଇବର ଅପରାଧୀଙ୍କ ସୁରଟରେ ଥିବା ଏକ ଅଫିସକୁ ମଧ୍ୟ ସିଲ୍ କରିଛନ୍ତି । ଯେଉଁଠାରୁ ସେମାନେ ସାଇବର ଜାଲିଆତି କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସାଇବର ଠକେଇ: ଇଣ୍ଟରପୋଲ ସହାୟତାରେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ

ଏହା ମଧ୍ୟ ପଢ଼ନ୍ତୁ...କ୍ରାଇମବ୍ରାଞ୍ଚ କବଜାରେ ବଡ଼ ସାଇବର ଠକେଇ, ୨୪ ଗିରଫ, JSW ଅଧିକାରୀ ହୋଇଥିଲେ ଶୀକାର

୫ ମାସ ଧରି ଛାନଭିନ କରିଥିଲା ପୋଲିସ:

ଏନେଇ ଝାରସୁଗୁଡ଼ା ଏସପିସ୍ମିତ ପରମାର କହିଛନ୍ତି, "ମେ' ମାସ ୧୪ ତାରିଖରେ ଝାରସୁଗୁଡା ସଦର ଥାନାରେ ୩୪ ଲକ୍ଷ ଟଙ୍କା ଠକେଇ ହେଇଥିବା ନେଇ ଅଭିଯୋଗ ଆସିଥିଲା । ପ୍ରାୟ ୫ ମାସ ଧରି ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଥିଲା । ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ବିଭିନ୍ନ ଜାଗାରେ ରେଡ୍‌ କରିଥିଲା ପୋଲିସ । ଗୁଜୁରାଟର ସୁରଟରୁ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗରିଫ କରାଯାଇଛି । ସେମାନଙ୍କ ପାଖରୁ ୨ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହାସହ ୧୭ ଲକ୍ଷ ଟଙ୍କା ଫ୍ରିଜ୍ ପ୍ରକ୍ରିୟାରେ ଅଛି ଏବଂ ୧୪ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରାଇ ଦିଆଯାଇଛି ।"

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details