ଯାଜପୁର: କ୍ଷେତରେ ହସୁଛି ରଙ୍ଗ ବେରଙ୍ଗର ଫୁଲ, ଫଳ ଓ ପନିପରିବା ଚାଷ । ଗୋଟିଏ କ୍ଷେତରେ ଷ୍ଟ୍ରେବେରୀ, ଆଉ ଗୋଟିଏରେ ଭଳିକି ଭଳି ଫୁଲ ଓ ଅନ୍ୟ ଫଳ ଚାଷ । ସତେ ଯେମିତି ଦେଖା ଯାଉଛି ଲାଲ ଟୁକୁ ଟୁକୁ ସାଧବ ବୋହୁର ମଖ ମଲି ଗାଲିଚା ବିଛେଇ ହୋଇଛି ଜମି ଉପରେ । ଯିଏ ଦେଖୁଛି ତା ମନ ଏହି ଫଳ ଫୁଲ ଉପରେ ରହିଯାଉଛି । ଏକର ଏକର ଜମିରେ ଚାଷ ହୋଇଛି ଲାଲ ଷ୍ଟ୍ରବେରୀ । ଏହାକୁ ଚାଷ କରି ନିଜେ ରୋଜଗାର କ୍ଷମ ହେବା ସହ ଅନ୍ୟକୁ ରୋଜଗାର ଦେଇଛନ୍ତି ଯାଜପୁର ଜିଲ୍ଲାର ସଫଳ ଚାଷୀ ସୁରେନ୍ଦ୍ର ସାହୁ ।
ୟୁଟ୍ୟୁବରୁ ଦେଖି ଷ୍ଟ୍ରବେରୀ ଚାଷ କରିଛନ୍ତି ସୁରେନ୍ଦ୍ର:
ୟୁଟ୍ୟୁବ ଦେଖି ଷ୍ଟ୍ରବେରୀ ଚାଷ (ETV BHARAT ODISHA) ମଧୁବନ ଗାଁର ସୁରେନ୍ଦ୍ର ସାହୁ । ଆଲିହା ଗାଁରେ 3 ଏକରରୁ ଊର୍ଦ୍ଧ୍ବ ଚାଷ ଜମିରେ ସେ ଷ୍ଟ୍ରବେରୀ ସାଙ୍ଗକୁ ବିଭିନ୍ନ ଫଳ ଓ ଫୁଲ ଚାଷ କରି ଜିଲ୍ଲା ଯଥା ରାଜ୍ୟରେ ବେଶ ନାଁ କରିଛନ୍ତି । ପ୍ରଥମେ ଆମ୍ବ, ସପେଟା, କଦଳୀ, ଅମୃତ ଭଣ୍ଡା, ଗାଈ, କୁକୁଡ଼ା ଓ ମାଛ ଚାଷ କରୁଥିଲେ । ସେଥିରୁ ସଫଳ ହେଲା ପରେ ଦାନଗଦି ବ୍ଲକ ଉଦ୍ୟାନ କୃଷି ବିଭାଗର ସହାୟତା ଫଳରେ ଷ୍ଟ୍ରବେରୀ ଚାଷକୁ ଆପଣେଇ ନେଇଛନ୍ତି । କୃଷି ଉଦ୍ୟାନରୁ ଚାରା ମିଳିବା ପରେ ସେ ଷ୍ଟ୍ରବେରୀ ଚାଷ ଆରମ୍ଭ କରିଥିଲେ । ୟୁଟ୍ୟୁବରେ ଚାଷର ପ୍ରଣାଳୀ ଦେଖି ଚାଷ କରିବା ପରେ ଏବେ ସୁରେନ୍ଦ୍ରଙ୍କ ଜମିରୁ ପ୍ରତିଦିନ 15ରୁ 16 କେଜି ଷ୍ଟ୍ରବେରୀ ଫଳୁଥିବା ଦେଖିବାକୁ ମିଳୁଛି । କେଜି 3ଶହ ଟଙ୍କାରେ ସେ ଏହାକୁ ବିକ୍ରି କରୁଛନ୍ତି । ଷ୍ଟ୍ରବେରୀ ଓ କ୍ଵାସ ଫଳ ଚାଷରୁ ଦିନକୁ 5 ହଜାରରୁ 10 ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ଚାଷକୁ ପେଶା କରି ବାର୍ଷିକ 10 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରୁଛନ୍ତି ସୁରେନ୍ଦ୍ର ।
ଜମିରେ ଷ୍ଟ୍ରବେରୀ ଚାଷ (ETV BHARAT ODISHA) ଚାଷ ପାଇଁ ସମ୍ମାନିତ:
ଚାଷ ପାଇଁ ସୁରେନ୍ଦ୍ର ସମ୍ମାନିତ ହୋଇଛନ୍ତି (ETV BHARAT ODISHA) ଖାଲି ଏତିକି ନୁହେଁ ସୁରେନ୍ଦ୍ର 3 ଏକରରୁ ଊର୍ଦ୍ଧ୍ବ ଚାଷ ଜମି ଲିଜ ଆକାରରେ ନେଇ ଏବେ କ୍ଵାସ, କାଶ୍ମିରୀ ବେରୀ ଓ ପିଜୁଳି ଆଦି ଫଳ ଚାଷ କରିଛନ୍ତି । ଚାଷ ପାଇଁ ଏବେ ସୁରେନ୍ଦ୍ର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ବାର ସଫଳ ଚାଷୀ ହିସାବରେ ପୁରସ୍କୃତ ହେଉଛନ୍ତି । ଏହି ପୁରସ୍କାର ତାଙ୍କୁ ଆହୁରି ଚାଷ ପ୍ରତି ଆକୃଷ୍ଟ କରୁଥୁବା ସୁରେନ୍ଦ୍ର କହିଛନ୍ତି । ସେପଟେ ସୁରେନ୍ଦ୍ରଙ୍କ ପାଇଁ ରୋଜଗାର ପାଇବା ସହିତ ଫଳ ବଗିଚାରେ କାମ କରି ଖୁସିବ୍ୟକ୍ତ କରିଛନ୍ତି କର୍ମଚାରୀ ।
ଯାଜପୁରର ସଫଳ ଚାଷୀ ସୁରେନ୍ଦ୍ର ସାହୁ (ETV BHARAT ODISHA) ୟୁଟ୍ୟୁବରୁ ଶିଖି ସଫଳ ଚାଷୀ ପାଲଟିଛନ୍ତି ସୁରେନ୍ଦ୍ର (ETV BHARAT ODISHA) 3 ଏକରରୁ ଉର୍ଦ୍ଧ୍ବ ଚାଷ ଜମିରେ ଫଳ, ଫୁଲ ଓ ପନିପରିବା ଚାଷ:
ସୁରେନ୍ଦ୍ର କୃଷି ବିଭାଗରେ ଏକ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । କିନ୍ତୁ ସବୁବେଳେ ତାଙ୍କର କୃଷି ପ୍ରତି ଅଧିକ ରୁଚି ଥିଲା । ପ୍ରଥମେ ନିଜ ବାଡ଼ିରେ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିଥିଲେ । ସେଥିରେ ଆଶାତୀତ ସଫଳତା ପାଇଲେ । ମନ ବଳ ବୃଦ୍ଧି ପାଇବାରୁ କୋରେଇ ବ୍ଲକ ଧନେଶ୍ୱର ପଂଚାୟତ ଆଲିହା ଗାଁରେ ଜଣେ ବ୍ୟକ୍ତିଙ୍କ ଠାରୁ 3 ଏକରରୁ ଊର୍ଦ୍ଧ୍ବ ଚାଷ ଜମି ଲିଜ ଆକାରରେ ନେଇ ଏକ ପୋଖରୀ ଖୋଳି ମାଛଚାଷ କରିବା ସାଙ୍ଗକୁ ଆରମ୍ଭ କଲେ କାଶ୍ମିରୀ ବେରୀ, ଅମୃତଭଣ୍ଡା ସାଙ୍ଗକୁ ବିଭିନ୍ନ ପନିପରିବା ଓ ଗେଣ୍ଡୁ,ରଜନୀଗନ୍ଧା, ଗୋଲାପ ଫୁଲ ଚାଷ । ସୁରେନ୍ଦ୍ରଙ୍କର ଇଚ୍ଛା ଥିଲା ସବୁବେଳେ କିଛି ନୂଆ ନୂଆ ଫଳ ଚାଷ କରିବା ପାଇଁ ଏଥି ପାଇଁ ସେ ଉଦ୍ୟାନ ବିଭାଗର ସହାୟତାରେ ଅକ୍ଳାନ୍ତ ପରିଶ୍ରମ ଓ ନିଜର ଉଦ୍ୟମ ଫଳରେ ଆରମ୍ଭ କଲେ ଷ୍ଟ୍ରବେରୀ ସାଙ୍ଗକୁ କ୍ଵାସ ଫଳ ଚାଷ ।
ଫୁଲ ଚାଷ କରିଛନ୍ତି ସୁରେନ୍ଦ୍ର (ETV BHARAT ODISHA) ଅନ୍ୟଙ୍କୁ ଦେଇଛନ୍ତି ରୋଜଗାର:
ଚାଷ କରି କେବଳ ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ତା ନୁହେଁ ସେ ନିଜ ଅଞ୍ଚଳର 10ଜଣ ବ୍ୟକ୍ତିଙ୍କୁ ମଧ୍ୟ ଏଥିରେ ନିୟୋଜିତ କରି ରୋଜଗାରକ୍ଷମ କରାଇ ପାରିଛନ୍ତି । ସେପଟେ ସୁରେନ୍ଦ୍ରଙ୍କୁ ଏହି ଚାଷ କାର୍ଯ୍ୟରେ ସହଯୋଗ କରିବା ସହିତ ଏଭଳି ଚାଷ କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ତାଙ୍କ ସମ୍ପର୍କୀୟ । ପ୍ରଥମେ ଏଭଳି ଟାଙ୍ଗରା ଜମିରେ ଷ୍ଟ୍ରବେରୀ ଚାଷ ହେବ ବୋଲି ବିଶ୍ୱାସ କରୁନଥିଲେ ସ୍ଥାନୀୟ ବାସିନ୍ଦା । ତେବେ ପରବର୍ତ୍ତୀ ସମୟରେ ଭଳିକି ଭଳି ଫଳ ଚାଷ ସାଙ୍ଗକୁ ଷ୍ଟ୍ରବେରୀ ଚାଷକୁ ଦେଖି ବେଶ ଆତ୍ମବିଭୋର ହେଇଛନ୍ତି ସ୍ଥାନୀୟ ବାସିନ୍ଦା । ଧୀରେ ଧୀରେ ଷ୍ଟ୍ରବେରୀ ଚାଷ ଯାଜପୁର ଜିଲ୍ଲାର ଅନେକ ବ୍ଲକରେ ଚାଷ ହେଉଥିବା ଦେଖିବାକୁ ମିଳୁଛି । ଏହି ଚାଷ କରି ଅନେକ ଚାଷୀ ଭଲ ଦୁଇ ପଇସା ରୋଜଗାର କରିବାରେ ସଫଳ ହେଉଛନ୍ତି ।
ରଙ୍ଗ ବେରଙ୍ଗର ଫୁଲ ଚାଷ (ETV BHARAT ODISHA) ଏନେଇ ଚାଷୀ ସୁରେନ୍ଦ୍ର କହିଛନ୍ତି, '' ଚଳିତ ବର୍ଷ ଉଦ୍ୟାନ ବିଭାଗ ତରଫରୁ ଷ୍ଟ୍ରବେରୀ ଚାରା ମିଲିଥିଲା ଚାଷ କରିବା ପାଇଁ । ୟୁଟ୍ୟୁବରୁ ଦେଖି ଏହିଚାଷ କରିଥିଲି । ମରଚିଙ୍ଗ ଓ ଡ୍ରିପ କରିକି ଚାଷ କଲି । ଏହାକୁ ବିକ୍ରି କରିବାରେ କୌଣସି ଅସୁବିଧା ନାହିଁ । କ୍ବାସ ଫଳ ମଧ୍ୟ ଚାଷ କରୁଛି । ଆମ୍ବ, ପିଜୁଳି, ସପେଟା, ଅମୃତଭଣ୍ଡା ବିଭିନ୍ନ ପ୍ରକାର ଫୁଲ ଚାଷ ମଧ୍ୟ ହେଉଛି । ''
ସୁରେନ୍ଦ୍ରଙ୍କ ଶାଶୁ ଲୋଚନୀ ସାହୁ କହିଛନ୍ତି, ''କୋରୋନା ପରେ ପରେ ଚାଷ ଆରମ୍ଭ ହୋଇଥିଲା । ଭଳ ରୋଜଗାର ମଧ୍ୟ ହେଉଛି । ଆମ ଜ୍ବାଇଁ ଯୋଗୁ ଚାଷ କରୁଛୁ । ଆମ୍ବ, ପିଜୁଳି ଓ କଦଳୀ ଚାଷ ମଧ୍ୟ ହେଉଛି । ମାଛ ଚାଷ ମଧ୍ୟ ପୋଖରିରେ ହେଉଛି । ବିନା ଶାରରେ ଚାଷ ହେଉଛି ।''
ଇଟିଭି ଭାରତ, ଯାଜପୁର