ରାଉରକେଲା:ଆକ୍ସନ ମୋଡରେ ଆୟକର ବିଭାଗ । ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବଡ଼ ଧରଣର ଚଢ଼ଉ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଛି ଆୟକର ବିଭାଗ । ଗତକାଲି ରାତିରୁ ଆଜି ପର୍ଯ୍ୟନ୍ତ ଆୟକର ବିଭାଗ ମାରାଥନ ଚଢାଉ ଜାରି ରହିଛି । ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା କଡା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ରେଡ଼ ।
ତେବେ ଆୟକର ଫାଙ୍କିଥିବା ଅଭିଯୋଗରେ ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଚଢ଼ଉ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନ ଓ ଛତିଶଗଡ଼ରେ ଘନଶ୍ୟାମଙ୍କ କୋଇଲା ବ୍ୟବସାୟ ରହିଛି । କୋଇଲା ବ୍ୟବସାୟୀ ଘନଶ୍ୟାମଙ୍କ ଓଡ଼ିଶା, ଛତିଶଗଡ଼, ମୁମ୍ବାଇ, ମଧ୍ୟ ପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା ବ୍ୟବସାୟ ଓ ହୋଟେଲ ରହିଛି । ଏହାସହ ଘନଶ୍ୟାମଙ୍କ ଗୋପାଳପୁରରେ ଥିବା ଦୁଇମହଲା କୋଠା ଓ ଅଫିସ, ବିଲେଇମୁଣ୍ଡାର ଅଫିସ, ଘର, ସୋରୁମ, ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରିରେ ମଧ୍ୟ ଚଢ଼ାଉ କରିଛି ଆୟକର ବିଭାଗ । ସେପଟେ ଘନଶ୍ୟାମଙ୍କ ସମ୍ପର୍କୟ ଏବଂ ରାଉରକେଲାରେ ଥିବା ଅଫିସରେ ମଧ୍ୟ ରେଡ଼ ଜାରି ରହିଛି ।
ବିଶେଷ ସୂତ୍ରରୁ ସୂଚନାଯୋଗ୍ୟ ଯେ, ରାଉରକେଲା ସହରର ଉଦିତନଗର ଠାରେ ଇନକମ ଟ୍ୟାକ୍ସ ବିଭାଗ ମେଟ୍ରୋ କମ୍ପ୍ଲେକ୍ସର ଦୁଇଟି ଅଫିସ, ନାରାୟଣୀ ରେସିଡେନ୍ସି ବିଲ୍ଡିଂର ଘରେ ଏବଂ ରାଜଗାଙ୍ଗପୁରରେ ଏକ କାଳୀ ଚଢ଼ାଉ ଚଲାଇଛନ୍ତି । ସେହିପରି ଘନଶ୍ୟାମଙ୍କ ଏମସିଏଲ କୋଇଲା ଖଣିରେ ଥିବା କୋଇାଲା ପରିବହନ ସାଇଟ୍, ଛତିଶଗଡ଼ ରାଏଗଡ଼ରେ ଥିବା ଆଇରନ, ଷ୍ଟିଲ ଓ ପାୱାର ପ୍ଲାଂଟ ଫ୍ୟାକ୍ଟ୍ରୀ ଓ ଘର ସହ ଛତିଶଗଡ଼ ରାୟପୁରରେ ଥିବା ଘର, ଅଫିସ ଏବଂ ବିଳାସପୁରରେ ଥିବା ହୋଟେଲରେ ମଧ୍ୟ ଚଢ଼ାଉ ହୋଇଛି । ତେବେ ଏହି ଚଢ଼ାଉରେ ବିଭିନ୍ନ ସ୍ଥାନରେ ମିଶାଇ ମୋଟ ୧୦୦ରୁ ଅଧିକ ଆୟକର ବିଭାଗ ଅଧିକାରୀ ଓ ସିଆରପିଏଫ୍ ଫୋର୍ସ ସାମିଲ ହୋଇଛନ୍ତି ।